Advertisment

CBSE Matric Exams: ବର୍ଷକୁ ୨ ଥର CBSE ମାଟ୍ରିକ ପରୀକ୍ଷା କରିବାକୁ ସୁପାରିସ୍; ମତାମତ ପରେ ଚୂଡ଼ାନ୍ତ ନିଷ୍ପତ୍ତି

ବର୍ଷକୁ ୨ ଥର ହୋଇପାରେ CBSE ମାଟ୍ରିକ ପରୀକ୍ଷା । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଏକ ବୈଠକରେ ଏନେଇ ସୁପାରିସ୍ ହୋଇଛି । ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏକ ଚିଠା ନୀତି ପ୍ରସ୍ତୁତ କରାଯିବ ।

ଅଦ୍ୟତନ ହୋଇଛି
CBSE Board Exam

CBSE Board Exam

Advertisment

ବର୍ଷକୁ ୨ ଥର ହୋଇପାରେ CBSE ମାଟ୍ରିକ ପରୀକ୍ଷା । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଏକ ବୈଠକରେ ଏନେଇ ସୁପାରିସ୍ ହୋଇଛି । ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏକ ଚିଠା ନୀତି ପ୍ରସ୍ତୁତ କରାଯିବ ।

Advertisment

ଚିଠା ନୀତି ବାବଦରେ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକଙ୍କ ମତ ନିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଅବଗତ କରାଯାଇଛି । ମାର୍ଚ୍ଚ ୯ ତାରିଖ ସୁଦ୍ଧା ସମସ୍ତ ପକ୍ଷ ମତାମତ ଦେଇପାରିବେ। ଏହି ମତାମତ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।

ଦରକାର ପଡ଼ିଲେ ୨୦୨୬ ମସିହାରୁ ନୂଆ ବ୍ୟବସ୍ଥା ଲାଗୁ ହେବ । ପିଲାଙ୍କ ଉପରୁ ପରୀକ୍ଷା ଚାପ କମାଇବାକୁ କେନ୍ଦ୍ର ଶିକ୍ଷା ବୋର୍ଡ ଏଭଳି ସଂସ୍କାର ମୂଳକ ପଦକ୍ଷେପ ନେଉଛି । ଏହାଦ୍ୱାରା ପ୍ରଥମେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ଭଲ କରିବାକୁ ସୁଯୋଗ ମିଳିବ ।

Advertisment

 ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରି-ମାର୍ଚ୍ଚରେ ଏବଂ ଦ୍ବିତୀୟ ପର୍ଯ୍ୟାୟ ମେ' ମାସରେ ଅନୁଷ୍ଠିତ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ବର୍ଷକୁ ଦୁଇଥର ହେବାକୁ ଥିବା ଦଶମ ଶ୍ରେଣୀ  ବୋର୍ଡ ପରୀକ୍ଷା ସମ୍ପୂର୍ଣ୍ଣ ସିଲାବସ ଉପରେ ଆଧାରିତ ହେବ ବୋଲି ସୂଚନା ମିଳିଛି । 

Advertisment


ଅଧିକ ପଢ଼ନ୍ତୁ: ପ୍ରୟାଗ ‘ମହାକୁମ୍ଭ’ରେ କାଲି ଶେଷ ସ୍ନାନ ଯୋଗ, ଅନ୍ତିମ ଦିନରେ ବୁଡ଼ ପକାଇବେ ୧ କୋଟି ଶ୍ରଦ୍ଧାଳୁ

CBSE Board Exams Ministry Of Education CBSE Exam Pattern New Education Policy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ