Demand Of Teachers Rises: ରସାତଳଗାମୀ ହେଲାଣି ପିଲାଙ୍କ ଭବିଷ୍ୟତ; ହାଇସ୍କୁଲରେ ୧୧ ହଜାରରୁ ଅଧିକ ଶିକ୍ଷକ ପଦ ଖାଲି...

ଗଣିତ, ବିଜ୍ଞାନ ଓ ଇଂରାଜୀରେ ଦୁର୍ବଳ ଓଡ଼ିଆ ଛାତ୍ର। ସ୍କୁଲରେ ନାହାନ୍ତି ଶିକ୍ଷକ, ଖାଲି ପଡ଼ିଛି ଗଣ୍ଡାଗଣ୍ଡା ପଦବି। ସ୍କୁଲ ଶିକ୍ଷାର ମୂଳ ବିଷୟରେ ପିଲାଙ୍କର ନାହିଁ ପକଡ।

Students Improve on Certain Subjects

ସରକାରଙ୍କ ଲକ୍ଷ୍ୟ-ଶହେ ପ୍ରତିଶତ ରେଜଲ୍ଟ। ହେଲେ ଗଣିତ, ବିଜ୍ଞାନ ଓ ଇଂରାଜୀରେ ପିଲା ଦୁର୍ବଳ। ଗାଇଡ୍ କରିବାକୁ ବି ସ୍କୁଲରେ ନାହାନ୍ତି ଆବଶ୍ୟକ ଶିକ୍ଷକ। ସରକାରୀ ତଥ୍ୟ କହୁଛି ରାଜ୍ୟରେ ହାଇସ୍କୁଲଗୁଡ଼ିକରେ ଖାଲି ପଡ଼ିଛି ୧୧ ହଜାରରୁ ଅଧିକ ଶିକ୍ଷକ ପଦବି। ଏଭଳି ସ୍ଥଳେ କେମିତି ପଢ଼ିବେ ଓ ବଢ଼ିବେ ତାହାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ, ଅଭିଭାବକ।

ଗଣିତ, ବିଜ୍ଞାନ ଓ ଇଂରାଜୀରେ ଦୁର୍ବଳ ଓଡ଼ିଆ ଛାତ୍ର। ସ୍କୁଲରେ ନାହାନ୍ତି ଶିକ୍ଷକ, ଖାଲି ପଡ଼ିଛି ଗଣ୍ଡାଗଣ୍ଡା ପଦବି। ସ୍କୁଲ ଶିକ୍ଷାର ମୂଳ ବିଷୟରେ ପିଲାଙ୍କର ନାହିଁ ପକଡ। ଆଗକୁ କେମିତି ପଢ଼ିବେ ଓ କ୍ୟାରିଅର କରିବେ ତାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ। ବିଶେଷ କରି ଉପାନ୍ତ ଅଞ୍ଚଳର ପିଲା ଏଭଳି ସ୍ଥିତିର ସମ୍ମୁଖୀନ ହେଉଛନ୍ତି । କେଉଁଠି ସ୍କୁଲରେ ଶିକ୍ଷକ ନାହାନ୍ତି ତ କେଉଁଠି ପିଲା ପ୍ରାଥମିକ ସ୍ତରରୁ ହିଁ ଏହି ୩ ଗୁରୁତ୍ବପୂର୍ଣ୍ଣ ବିଷୟରେ ଦୁର୍ବଳ। ସରକାରୀ ତଥ୍ୟରେ ବି ଶିକ୍ଷାର ଏହି ଦୁର୍ବଳ ସ୍ଥିତି ଜଳ ଜଳ ହୋଇ ଦିଶୁଛି । ରାଜ୍ୟ ସରକାରଙ୍କ ତଥ୍ୟର ବିଶ୍ଲେଷଣ କରିବା ପୂର୍ବରୁ ପିଲାଙ୍କ ମୁହଁରୁ ଶୁଣନ୍ତୁ ଉପାନ୍ତ ଅଞ୍ଚଳରେ କେମିତି ଚାଲିଛି ପାଠପଢ଼ା । 

ଅଧିକ ପଢ଼ନ୍ତୁ:ପିଲାଙ୍କ ଭବିଷ୍ୟତ ସହ ଖେଳ; ମନ୍ଦିର ଦୋକାନ ଘର ପାଲଟିଛି ଅଙ୍ଗନୱାଡ଼ି କେନ୍ଦ୍ର

କେମିତି ପାଠ ପଢ଼ବେ ପିଲା? ସରକାରୀ ତଥ୍ୟ ଅନୁଯାୟୀ ରାଜ୍ୟରେ ହାଇସ୍କୁଲଗୁଡ଼ିକରେ ଖାଲି ପଡ଼ିଛି ୧୧ ହଜାର ୬୩୫ ଶିକ୍ଷକ ପଦବି। ସେଥିରୁ ସରକାରୀ ହାଇସ୍କୁଲରେ ୫ ହଜାର ୧୯୯, ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲରେ ୨ ହଜାର ୭ଶହ ୫୪ ଓ ନୂତନ ଅନୁଦାନ ପ୍ରାପ୍ତ ହାଇସ୍କୁଲରେ ୩ ହଜାର ୬ ଶହ ୮୨ ଶିକ୍ଷକ ପଦବି ଖାଲି ପଡ଼ିଛି। ଏହି ତଥ୍ୟ ଗଣଶିକ୍ଷା ମନ୍ତ୍ରୀ ବିଧାନସଭାରେ ରଖିଛନ୍ତି।

ତେବେ ଗଣିତ, ବିଜ୍ଞାନ ଓ ଇଂରାଜୀ ବିଷୟରେ ପିଲା କେମିତି ଭଲ ପ୍ରଦର୍ଶନ କରିବେ ସେନେଇ ନବମ ଶ୍ରେଣୀ ପିଲାଙ୍କ ପାଇଁ ଉତ୍କର୍ଷ ଯୋଜନା କରାଯାଇଥିବା ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ଯେଉଁ ବିଷୟରେ ପିଲା ଦୁର୍ବଳ ଅଛନ୍ତି ତାହାର ଶ୍ରେଣୀଭିତ୍ତିକ ଫଳାଫଳକୁ ଆଧାର କରି ପାଠକୁ ସରଳ ଭାବରେ ବୁଝିବା ପାଇଁ ଏଥିରେ ବ୍ୟବସ୍ଥା କରାଯାଇଛି । ଏହାସହ ଦୀକ୍ଷା ପୋର୍ଟାଲରେ ବି ସରଳ ଭାବେ ପାଠ ଉପଲବ୍ଧ କରାଯାଇଛି । କେବଳ ସେତିକି ନୁହେଁ ଶିକ୍ଷକ ମାନଙ୍କୁ ମଧ୍ୟ ତାଲିମ ଦିଆଯାଉଛି ବୋଲି କହିଛନ୍ତି ମନ୍ତ୍ରୀ । ତେବେ ଶିକ୍ଷାବିତଙ୍କ ମତ ଶିକ୍ଷକ ପଦବି ପୂରଣ, ପିଲାଙ୍କୁ ପ୍ରାଥମିକ ସ୍ତରରୁ ଗଣିତ, ଇଂରାଜୀ ଓ ବିଜ୍ଞାନରେ ପ୍ରବୀଣ କରିବା ଉପରେ ଗୁରୁତ୍ବ ଦେବା ଆବଶ୍ୟକ । 

ପିଲାଙ୍କ ମୁଣ୍ଡ ଉପରେ ବୋର୍ଡ ପରୀକ୍ଷା । ମାଟ୍ରିକ ପରୀକ୍ଷାରେ ଶତ ପ୍ରତିଶତ ରେଜଲ୍ଟ ଉପରେ ସରକାରଙ୍କ ଫୋକସ। ଜିରୋ ରେଜଲ୍ଟ କରୁଥିବା ସ୍କୁଲ ଉପରେ ବି ହେଉଛି ଆକ୍ସନ ।ଏଭଳି ସ୍ଥଳେ କେମିତି ହେବ ଭଲ ରେଜଲ୍ଟ ତାକୁ ନେଇ ଉଠିଛି ପ୍ରଶ୍ନ। 

ଅଧିକ ପଢ଼ନ୍ତୁ:ଦାଉ ସାଧୁଛି ବର୍ଷା...ଟୋକନ୍ ମିଳୁନି, ରାସ୍ତାରେ ପଡ଼ିଛି ବସ୍ତା ବସ୍ତା ଧାନ