କାଉନସିଲ୍ ଅଫ ସାଇଣ୍ଟିଫିକ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ବା CSIR ୟୁଜିସି ନେଟ୍ ପରୀକ୍ଷା ସ୍ଥଗିତ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ହେବାକୁ ଥିବା ଏହି ପରୀକ୍ଷାକୁ ସ୍ଥଗିତ କରାଯାଇଥିବା ନେଇ ଏନଟିଏ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରୀକ୍ଷା ଆସନ୍ତା ୨୫ରୁ ୨୭ ତାରିଖ ମଧ୍ୟରେ ହେବାର ଥିଲା।
Also Read
ତେବେ କିଛି ଅନିବାର୍ଯ୍ୟ କାରଣ ବଶତଃ ଏବଂ ଲଜିଷ୍ଟିକ୍ କାରଣ ଦୃଷ୍ଟିରୁ ପରୀକ୍ଷାକୁ ସ୍ଥଗିତ କରାଯାଇଥିବା ସୂଚନା ଦେଇଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି । ଏନଟିଏର ଅଫିସିଆଲ ୱେବସାଇଟ୍ ଜରିଆରେ ପରୀକ୍ଷା ସମ୍ପର୍କିତ ପରବର୍ତ୍ତୀ ସୂଚନା ଜଣାଇ ଦିଆଯିବ ବୋଲି ଆଜି ଏନଟିଏ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହା ପୂର୍ବରୁ ନିଟ୍ ଓ ୟୁଜିସି ନେଟ୍ ପରୀକ୍ଷାକୁ ନେଇ ଏନଟିଏ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଆକ୍ରୋଶର ଶିକାର ହୋଇଥିବା ବେଳେ ଏବେ ପୁଣି ଏକ ଜାତୀୟ ସ୍ତରୀୟ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ପିଲାଙ୍କୁ ଏନଟିଏର ଏହି ନିଷ୍ପତ୍ତି ଚିନ୍ତାରେ ପକାଇଛି।