ଏପ୍ରିଲ ୩ରୁ ନୂଆ ଶିକ୍ଷା ବର୍ଷ ପାଇଁ ପାଠପଢ଼ା ଆରମ୍ଭ

ପାଠପଢ଼ା ଆରମ୍ଭ ନେଇ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ଦେଇଛନ୍ତି ।

New Academic Session

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପଢ଼ିବା ପାଇଁ ବାହାର ରାଜ୍ୟକୁ ବିତରଣ ହେଲା ଓଡ଼ିଆ ପାଠ୍ୟ ପୁସ୍ତକ। ପ୍ରଥମ ଥର ଲାଗି ଗୋଟିଏ ଡାଏରୀ ସହ ଦୁଇଟି କ୍ୟାଲେଣ୍ଡରର ବି ବନ୍ଦୋବସ୍ତ କରାଯାଇଛି । ଗଣଶିକ୍ଷା ମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି । ପାଠ୍ୟପୁସ୍ତକ ଗୁଡ଼ିକ ଗୁଜରାଟ, ତାମିଲନାଡୁ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ପଠାଯିବ ।

ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନକୁପାଠ୍ୟପୁସ୍ତକ ପଠା ସରିଛି । ଏପ୍ରିଲ ୩ ତାରିଖରୁ ନୂଆ ଶିକ୍ଷାବର୍ଷ ପାଇଁ ପାଠପଢା ଆରମ୍ଭ ହେବାକୁ ଯାଉଛି । ଏପ୍ରିଲ ୩ରୁ ୮ ପର୍ଯ୍ୟନ୍ତ ସବୁ ସ୍କୁଲର ଆଡମିଶନ୍ ପ୍ରକ୍ରିୟା ଚାଲିବ ।

ଅଧିକ ପଢ଼ନ୍ତୁ: ଆପଣ କରିଛନ୍ତି କି ଷ୍ଟଡି ଲୋନ୍‌ ? ଜାଣିନିଅନ୍ତୁ...