Advertisment

କାଳ ସାଜିଛି ମୋବାଇଲ୍ ଗେମ୍, ମୃତ୍ୟୁର ପଞ୍ଝାରେ କୋମଳମତି !

ମହାମାରୀ ସମୟରେ ପିଲାଏ ଘରେ ବସି ମୋବାଇଲରେ ପାଠ ପଢୁଛନ୍ତି କିନ୍ତୁ ପାଠ ପଢା ଯେତିକି ଫଳପ୍ରଦ ହେଉନି, କୋମଳମତି ପିଲାଙ୍କ ଉପରେ କିନ୍ତୁ କୁପ୍ରଭାବ ଯଥେଷ୍ଟ ପଡୁଛି। ଅଭିଭାବକ ସଂଘର ଯୁକ୍ତି ହେଲା ଆତ୍ମଘାତୀ ମୋବାଇଲ୍ ଗେମଗୁଡିକୁ ସରକାର ବ୍ୟାନ୍ କରିବା ଉଚିତ।

ମୋବାଇଲ ଗେମ୍‌ ନିଶାରେ କୋମଳମତୀ ପିଲା

ମୋବାଇଲ ଗେମ୍‌ ନିଶାରେ କୋମଳମତୀ ପିଲା

Advertisment

ଭୁବନେଶ୍ୱର: ଅନଲାଇନ୍ ଖେଳ ଏବେ କାଳ ପାଲଟିଛି। ଅକାଳରେ ଯାଉଛି ପିଲାଙ୍କ ଜୀବନ। ଅନଲାଇନ୍ ପାଠ ପଢା ନାଁରେ ଘଣ୍ଟା ଘଣ୍ଟା ଧରି ଅନ୍ ଲାଇନ୍ ଗେମରେ ମାତୁଛନ୍ତି ଛାତ୍ର। ଆଉ ପରିବାର ଲୋକ ଆକଟ କଲେ ଆତ୍ମହତ୍ୟା କରିବାକୁ ପଛାଉନାହାଁନ୍ତି। ଗତ ୧୫ଦିନ ଭିତରେ ରାଜ୍ୟରେ ଅନଲାଇନ୍ ଗେମ୍ ଯୋଗୁ ଦୁଇ କଅଁଳ ଜୀବନ ଗଲାଣି। ସେପ୍ଟେମ୍ବର ୩୦ରେ କେନ୍ଦୁଝର ଘଷିପୁରା ଇନ୍ଦୁପୁରା ଗାଁର ଜଣେ ନବମ ଶ୍ରେଣୀର ଛାତ୍ର ଫ୍ରି ଫାୟାର ଗେମ୍ ଖେଳିବା ଲାଗି ଘରେ ମୋବାଇଲ୍ ଫୋନ୍ ନଦେବାରୁ ଆତ୍ମହତ୍ୟା କରିଛି।

Advertisment

ସେହିପରି ଗତକାଲି କୋରାପୁଟ ଗୌତମ ନଗରରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛି। ଛାତ୍ର ଜଣକ ଦୀର୍ଘ ସମୟ ଧରି ମୋବାଇଲ୍ ଗେମ୍‌ରେ ମାତିଥିଲା। ପରିବାର ଲୋକ ମୋବାଇଲ୍ ଛଡାଇନେବାରୁ ଛାତ୍ର ଜଣ ରାଗରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରଶ୍ନ ଉଠୁଛି କାହିଁକି ଅନଲାଇନ୍ ବା ମୋବାଇଲ୍ ଗେମ୍‌କୁ ନେଇ ବଢୁଛି ପିଲାଙ୍କ ଭିତରେ ଆତ୍ମହତ୍ୟା ପ୍ରବଣତା? କାହିଁକି ଟିନ୍ ଏଜରମାନେ ଅନଲାଇନ୍ ଗେମ୍‌ର ଚକ୍ରବ୍ୟୁହରେ ପଡୁଛନ୍ତି?

ମହାମାରୀ ସମୟରେ ପିଲାଏ ଘରେ ବସି ମୋବାଇଲରେ ପାଠ ପଢୁଛନ୍ତି କିନ୍ତୁ ପାଠ ପଢା ଯେତିକି ଫଳପ୍ରଦ ହେଉନି, କୋମଳମତି ପିଲାଙ୍କ ଉପରେ କିନ୍ତୁ କୁପ୍ରଭାବ ଯଥେଷ୍ଟ ପଡୁଛି। ଅଭିଭାବକ ସଂଘର ଯୁକ୍ତି ହେଲା ଆତ୍ମଘାତୀ ମୋବାଇଲ୍ ଗେମଗୁଡିକୁ ସରକାର ବ୍ୟାନ୍ କରିବା ଉଚିତ। ଏହାସହ ପର୍ଯ୍ୟାୟ କ୍ରମେ ସ୍କୁଲ୍ ଖୋଲିବାର ଆବଶ୍ୟକତା ଅଛି। କାରଣ ମହାମାରୀ ପାଇଁ ପିଲା ଘରେ ରହିବା ଫଳରେ ମାନସିକ ଭାବେ ଚାପଗ୍ରସ୍ତ ହେଉଛନ୍ତି। ସେପଟେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ କହିବା ହେଲା, ପୂଜା ପରେ  ସମସ୍ତ କ୍ଳାସ୍ ଖୋଲିବ ବୋଲି ଆଶା କରାଯାଉଛି। ଏହାହେଲେ ପିଲା ଅନ୍ ଲାଇନ୍ ଗେମରୁ ଦୂରେଇଯିବେ। ସେଯାଏଁ ଅଭିଭାବକମାନଙ୍କୁ ଅଧିକ ସଜାଗ ହେବାର ଆବଶ୍ୟକତା ଅଛି ବୋଲି ଖୋଦ୍‌  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

Advertisment

ଅନଲାଇନ୍ ଗେମ୍ ଜନିତ ଆତ୍ମହତ୍ୟା ଘଟଣା ବଢିବା ପରେ କେନ୍ଦ୍ର ସରକାର ବ୍ଲୁ ହ୍ୱେଲ, ପବ୍ ଜି ଭଳି ଅନେକ ଗେମିଂ ଆପ୍‌କୁ ଦେଶରେ ବ୍ୟାନ୍ କରିଛନ୍ତି। ଏହାସତ୍ତ୍ୱେ ପିଲାଙ୍କ ପାଖରେ ବିକଳ୍ପ ଗେମିଂ ଆପ୍ ସହଜରେ ଆସିଯାଉଥିବାରୁ ମୋବାଇଲ୍ ଗେମ୍ ପୁଣିଥରେ ମୃତ୍ୟୁର ପଞ୍ଝା ସାଜି ପିଲାଙ୍କ ପାଖରେ ପହଞ୍ଚୁଛି।

ରିପୋର୍ଟ: ସୂର୍ଯ୍ୟନାରାୟଣ ପଣ୍ଡା ଓ ଜଗଦୀଶ ଦାସ

Mobile Game School Student Pub G
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ