• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଣିକି ୬ ବର୍ଷ ନହେଲେ ପିଲାଙ୍କୁ ପ୍ରଥମ ଶ୍ରେଣୀରେ ଆଡ୍‌ମିଶନ ମନା । ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ କେନ୍ଦ୍ରର ନିର୍ଦେଶ । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଏବଂ ଶିଶୁମାନଙ୍କର ମାଗଣା ଏବଂ ଜରୁରୀ ଶିକ୍ଷା ଅଧିକାର (ଆରଟିଇ) ଅଧିନିୟମ ୨୦୦୯ ଅନୁଯାୟୀ, ପିଲାଙ୍କୁ ପ୍ରଥମ ଶ୍ରେଣୀରେ ଆଡ୍‌ମିଶନ କରିବାକୁ ହେଲେ ସେମାନଙ୍କୁ ଅନ୍ୟୁନ ୬ ବର୍ଷ ହୋଇଥିବା ଆବଶ୍ୟକ । 

୨୦୨୦ରେ NEP ଆରମ୍ଭ ହେବା ପରଠୁ କେନ୍ଦ୍ର ଶିକ୍ଷା ବିଭାଗ, ପ୍ରତ୍ୟେକ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ ଏଭଳି ଅନେକ ଚିଠି ଲେଖିଛି । ଯେଉଁଗୁଡ଼ିକୁ କଡ଼ାକଡ଼ି ଭାବେ ମାନିବାକୁ ବାରମ୍ବାର ନିର୍ଦେଶ ଦିଆଯାଇଛି । ସେହିଭଳି ଗତ ବର୍ଷ ମଧ୍ୟ ଏକ ଚିଠି ଲେଖାଯାଇଥିଲା। ସେହି ଚିଠିରେ ସ୍ପଷ୍ଟ ଲେଖାଯାଇଛି ଯେ, "୨୦୨୪-୨୫ ବର୍ଷ ପାଇଁ ଖୁବ୍‌ ଶୀଘ୍ର ସ୍କୁଲ ମାନଙ୍କରେ ପିଲାଙ୍କ ଆଡ୍‌ମିଶନ ଆରମ୍ଭ ହୋଇଯିବ । ତେଣୁ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପିଲାଙ୍କୁ ୬ ବର୍ଷ ହେଲେ ହିଁ ପ୍ରଥମ ଶ୍ରେଣୀରେ ଆଡ୍‌ମିଶନ ଦିଆଯିବ ବୋଲି ନିୟମ ଧାର୍ଯ୍ୟ କରାଯାଇଛି ।

ମାର୍ଚ୍ଚ ୨୦୨୨ ରେ କେନ୍ଦ୍ର ସରକାର ଲୋକସଭାରେ ସୂଚନା ଦେଇଥିଲେ ଯେ ଆସାମ, ଗୁଜୁରାଟ, ପୁଡୁଚେରୀ, ତେଲେଙ୍ଗାନା, ଲଦାଖ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ଉତ୍ତରାଖଣ୍ଡ, ହରିୟାଣା, ଗୋଆ, ଝାଡଖଣ୍ଡ, କର୍ଣ୍ଣାଟକ ଏବଂ କେରଳରେ ପିଲାଙ୍କୁ ୬ ବର୍ଷ ହେବା ପୂର୍ବରୁ ପ୍ରଥମ ଶ୍ରେଣୀରେ ଆଡ୍‌ମିଶନ ଦିଆଯାଉଛି ।

ପିଲାମାନେ ଅଧିକ ସମୟ ଘରେ ରହି ସେମାନଙ୍କର ମାନସିକ ବିକାଶ କରିବା ଉଦେଶ୍ୟରେଏଭଳି ନିଷ୍ପତ୍ତି ନିଆଯାଇଛି । ବାପା ମାଆଙ୍କ ପାଖରେ ଯେତେ ଅଧିକ ସମୟ ରହିବେ ତାହା ପିଲାଙ୍କ ଭବିଷ୍ୟତ ପାଇଁ ଅତି ଉତ୍ତମ ସାବ୍ୟସ୍ତ ହେବ।

OTV is now on Whatsapp

Join and get latest news update delivered to you via whatsapp

Join Now