Advertisment

CBSE ନାଁରେ ମାଳ ମାଳ ଫେକ୍ ଆକାଉଣ୍ଟ, ବିଭ୍ରାନ୍ତିକର ତଥ୍ୟ ଦେଇ ଚୂନା ଲଗାଉଛନ୍ତି ସାଇବର ଠକ

ସିବିଏସଇ ହେଡକ୍ୱାଟର୍ସ- ଫେକ୍। ସିବିଏସଇ ବୋର୍ଡ ରେଜଲ୍ଟ – ଜାଲ୍। ସିବିଏସଇ ନ୍ୟୁଜ୍ – ନକଲି। ଗୋଟିଏ କି ଦୁଇଟି ନୁହେଁ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ବା CBSE ନାଁରେ ବୁଲୁଛି।

ଅଦ୍ୟତନ ହୋଇଛି
undefined

CBSE Fake Account

Advertisment

ମୁଣ୍ଡ ଉପରେ ସିବିଏସଇ ବୋର୍ଡ ପରୀକ୍ଷା। ଏଇ ବେଳରେ କେନ୍ଦ୍ରୀୟ ଶିକ୍ଷା ପରିଷଦ ନାଁରେ ସୋସିଆଲ୍ ମିଡିଆରେ ବୁଲୁଛି ପାଖାପାଖି ୩୦ରୁ ଅଧିକ ଫେକ୍ ଆକାଉଣ୍ଟ। ଏସବୁଥିରେ ପରୀକ୍ଷା ସମ୍ପର୍କିତ ଭିନ୍ନ ଭିନ୍ନ ସୂଚନା ଓ ତଥ୍ୟକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢୁଛି ଦ୍ୱନ୍ଦ୍ୱ। ଏମିତିକି କିଛି ସାଇବର ଠକ ଟଙ୍କା ଲୁଟୁଥିବାର ବି ଅଭିଯୋଗ ଆସିବା ପରେ ତତ୍ପର ହୋଇଛି ସିବିଏସଇ। କେବଳ ନିଜ ଅଫିସିଆଲ୍ ‘X’ ହ୍ୟାଣ୍ଡେଲ୍ ଫଲୋ କରିବାକୁ ଦେଇଛି ପରାମର୍ଶ।

Advertisment

ସିବିଏସଇ ହେଡକ୍ୱାଟର୍ସ- ଫେକ୍। ସିବିଏସଇ ବୋର୍ଡ ରେଜଲ୍ଟ – ଜାଲ୍। ସିବିଏସଇ ନ୍ୟୁଜ୍ – ନକଲି। ଗୋଟିଏ କି ଦୁଇଟି ନୁହେଁ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ବା CBSE ନାଁରେ ବୁଲୁଛି। ଏମିତି ମାଳ ମାଳ ଫେକ୍ ଆକାଉଣ୍ଟ ନାଁ ଓ ଲୋଗୋ ଲଗାଇ ସୋସିଆଲ୍ ମିଡିଆରେ ୩୦ରୁ ଅଧିକ ଜାଲ୍ ଆକାଉଣ୍ଟ ଖୋଲିଛନ୍ତି ସାଇବର ଠକ। ଫେସବୁକ୍ ଓ ଏକ୍ସରେ ନକଲି ଆକାଉଣ୍ଟରେ ମିଛ ଖବର ଦେଇ ଛାତ୍ରଛାତ୍ରୀଙ୍କୁ ଚାଲିଛି ଚିଟିଂ। ଏବେ ପରୀକ୍ଷା ସମୟ ହୋଇଥିବାରୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଅଫ ସେକେଣ୍ଡାରୀ ଏଜୁକେସନ ନାଁରେ ଛାତ୍ରଛାତ୍ରୀ, ଅଭିଭାବକ, ସ୍କୁଲ କର୍ତ୍ତୃପକ୍ଷ ଓ ପରୀକ୍ଷାର୍ଥୀଙ୍କୁ ଭ୍ରମିତ କରିବାକୁ ଠକମାନେ ଏଭଳି ସହଜ ଉପାୟ ଅବଲମ୍ବନ କରିଛନ୍ତି। ଏମିତିକି ବେଳେବେଳେ ପରୀକ୍ଷା ସମ୍ପର୍କିତ ଭୁଲ୍ ଖବର ଦେଇ ପରୀକ୍ଷାର୍ଥୀଙ୍କ ଉପରେ ଚାପ ସୃଷ୍ଟି କରିବା ସହ ସେମାନଙ୍କଠାରୁ ଅର୍ଥ ଆଦାୟ କରିବାକୁ ବି ପଛାଉ ନାହାନ୍ତି। ଯାହାକୁ ନେଇ ବଢୁଛି ଦ୍ୱନ୍ଦ୍ୱ ଓ ଚିନ୍ତା।

ଏଣେ ସୋସିଆଲ୍ ମିଡିଆରେ ଏଭଳି ମାଳ ମାଳ ଜାଲ୍ ଆକାଉଣ୍ଟ ସମ୍ପର୍କରେ ଜାଣିବା ପରେ ଏହାକୁ ଚେକ୍ ଦେବାକୁ ତତ୍ପର ହୋଇଛି ସିବିଏସଇ। ପରିଷଦ ଚେତାଇଛି ଫେକ୍ ଆକାଉଣ୍ଟ ପ୍ରତି ସାବଧାନ। ଯେ କୌଣସି ନୋଟିସ୍ ପାଇବା ପୂର୍ବରୁ ପ୍ରଥମେ ସେ ଆକାଉଣ୍ଟ ଯାଞ୍ଚ କରନ୍ତୁ। ତା ସହ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛି-କେବଳ @cbseindia29' ହ୍ୟାଣ୍ଡେଲ ସହିତ 'X'ରେ CBSEର ଏକମାତ୍ର ହିଁ ଅଫିସିଆଲ ଆକାଉଣ୍ଟ ରହିଛି। ଇତିମଧ୍ୟରେ ସିବିଏସ୍ଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ପିଲାଙ୍କୁ ମିଳିସାରିଛି। ଯେହେତୁ ଫେବୃଆରୀ ୧୫ରୁ ଉଭୟ ଦ୍ୱାଦଶ ଓ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ତେଣୁ ଆଉ କୌଣସି ଫେକ୍ ନ୍ୟୁଜରେ ବିଶ୍ୱାସ ନ କରିବାକୁ କହିଛି। ସାଇବର ଏକ୍ସପର୍ଟ କହିଛନ୍ତି- କେବଳ ମନିଟାଇଜ୍ ଲକ୍ଷ୍ୟରେ ଦୁର୍ବୃର୍ତ୍ତ ଏଭଳି ଫେକ୍ ଆକାଉଣ୍ଟ ଖୋଲିଥାନ୍ତି। ଏଥିପ୍ରତି ସମସ୍ତେ ସାବଧାନ ହେବା ଜରୁରୀ। 

Advertisment
CBSE Social Media Fake Account
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ