Advertisment

ପ୍ରକାଶ ପାଇଲା CBSE ଦଶମ ଓ ଦ୍ୱାଦଶ ଟର୍ମ-୧ ପରୀକ୍ଷା ସୂଚୀ

କରୋନା ପାଇଁ ଦୁଇ ବର୍ଷ ହେଲା ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରିବାକୁ ପଡ଼ିଥିଲା। ତେଣୁ ମୂଲ୍ୟାୟନ ଓ ରେଜଲ୍ଟ ବାହାର କରିବାରେ ଅସୁବିଧା ହୋଇଥିଲା। ତେଣୁ ଏହି ବର୍ଷଠାରୁ ନୂଆ ପଦ୍ଧତିରେ ପରୀକ୍ଷା କରାଯାଉଛି।

CBSE

CBSE

Advertisment

ନୂଆଦିଲ୍ଲୀ: ପ୍ରକାଶ ପାଇଲା CBSE ଦଶମ ଓ ଦ୍ୱାଦଶ ଟର୍ମ-୧ ପରୀକ୍ଷା ସୂଚୀ। ନଭେମ୍ବର ୩୦ରୁ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ, ଏହା ଡିସେମ୍ବର ୧୧ ଯାଏଁ ଚାଲିବ। ସେହିଭଳି ଡିସେମ୍ବର ୧ରୁ ଦ୍ୱାଦଶ ଟର୍ମ-୧ ପରୀକ୍ଷା ଆରମ୍ଭ ହୋଇ ଡିସେମ୍ବର ୨୨ରେ ଶେଷ ହେବ ବୋଲି CBSE ପକ୍ଷରୁ ସୂଚନା ଦିଆଯାଇଛି। ଶୀତ ଋତୁକୁ ଦୃଷ୍ଟିରେ ରଖି ପରୀକ୍ଷା ସମୟ ସକାଳ ସାଢ଼େ ୧୦ଟା ବଦଳରେ ସାଢ଼େ ୧୧ରୁ ଆରମ୍ଭ ହେବ।

Advertisment

ଟର୍ମ-୧ ପରୀକ୍ଷା ଅବ୍ଜେକ୍ଟିଭ ଟାଇପ୍ ହେବ ଏବଂ ପରୀକ୍ଷାର ସମୟ ୯୦ ମିନିଟ ରହିବ। ପ୍ରଶ୍ନପତ୍ର ପଢିବା ପାଇଁ ପରୀକ୍ଷାର୍ଥୀଙ୍କୁ ୧୫ ମିନିଟ ବଦଳରେ ୨୦ ମିନିଟ ସମୟ ଦିଆଯିବ।  CBSE ଏହି ପରୀକ୍ଷାକୁ ୨ ଭାଗରେ ବିଭକ୍ତ କରିଛି ପ୍ରଥମେ ମାଇନର୍ ସବଜେକ୍ଟ ପରୀକ୍ଷା ହେବ, ତା ପରେ ମେଜର୍ ସବଜେକ୍ଟ ପରୀକ୍ଷା ହେବ। ମାଇନର ସବଜେକ୍ଟ ପରୀକ୍ଷା ଦଶମ ଶ୍ରେଣୀ ପାଇଁ ନଭେମ୍ବର ୧୭ ଏବଂ ଦ୍ୱାଦଶ ଶେଣୀ ପାଇଁ ନଭେମ୍ବର ୧୬ରୁ ଆରମ୍ଭ ହେବ।

ଏହି ସବଜେକ୍ଟ ଗୁଡିକର ପରୀକ୍ଷା ସ୍କୁଲ ଦ୍ୱାରା ପରିଚାଳିତ ହେବ। ତେବେ CBSE ଏସବୁର ପ୍ରଶ୍ନପତ୍ର ପ୍ରସ୍ତୁତ କରିବ। କରୋନା ପାଇଁ ଦୁଇ ବର୍ଷ ହେଲା ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରିବାକୁ ପଡ଼ିଥିଲା। ତେଣୁ ମୂଲ୍ୟାୟନ ଓ ରେଜଲ୍ଟ ବାହାର କରିବାରେ ଅସୁବିଧା ହୋଇଥିଲା। ତେଣୁ ଏହି ବର୍ଷଠାରୁ ନୂଆ ପଦ୍ଧତିରେ ପରୀକ୍ଷା କରାଯାଉଛି।

Advertisment
India CBSE Term 1 Exam Date Sheet
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ