Advertisment

ନୂଆ ପାଟର୍ଣ୍ଣରେ ହେବ CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା

ଚଳିତ ଶିକ୍ଷାବର୍ଷ ୨୦୨୨-୨୩ରୁ CBSE ନୂଆ ପାଟର୍ଣ୍ଣରେ ପରୀକ୍ଷା କରାଇବ। ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଏଥର ଆରମ୍ଭ ହେବ କମ୍ପିଟେନ୍ସି ପାଟର୍ଣ୍ଣ।

ଅଦ୍ୟତନ ହୋଇଛି
CBSE Exam Pattern 2023

CBSE New Pattern Exams For Class 10, 12 Students

Advertisment

ଚଳିତ ଶିକ୍ଷାବର୍ଷ ୨୦୨୨-୨୩ରୁ CBSE ନୂଆ ପାଟର୍ଣ୍ଣରେ ପରୀକ୍ଷା କରାଇବ। ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଏଥର ଆରମ୍ଭ ହେବ କମ୍ପିଟେନ୍ସି ପାଟର୍ଣ୍ଣ। ଜାତୀୟ ଶିକ୍ଷା ନୀତି ୨୦୨୩ ଅନୁସାରେ, ଦଶମ ଶ୍ରେଣୀ ପରୀକ୍ଷାର ୪୦ ପ୍ରତିଶତ ଓ ଦ୍ୱାଦଶ ପରୀକ୍ଷାର ୩୦ ପ୍ରତିଶତ ପ୍ରଶ୍ନ ରହିବ କମ୍ପିଟେନ୍ସି ପାଟର୍ଣ୍ଣ।  ଲୋକସଭାରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏହି ସୂଚନା ଦେଇଛନ୍ତି। 

Advertisment

ସେ କହିଛନ୍ତି ଯେ - ନୂଆ ପଦ୍ଧତିର ପରୀକ୍ଷାରେ ରହିବ ଅବଜେକ୍ଟିଭ ପ୍ରଶ୍ନ, ଗଠନମୂଳକ, ରିଜନିଂ ଓ କେସ୍ ଆଧାରିତ ପ୍ରଶ୍ନ। ଏହି ପରୀକ୍ଷା ପଦ୍ଧତିକୁ ଉତ୍ତମ ବୋଲି କୁହାଯାଉଛି। ଶିକ୍ଷାବିତ୍ ଅମୀୟ ମହାନ୍ତି କହିଛନ୍ତି ଯେ, କମ୍ପିଟେନ୍ସି ପାଟର୍ଣ୍ଣର ପରୀକ୍ଷା ଭଲ। କିନ୍ତୁ ଏ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ଆଗୁଆ ଅଭ୍ୟାସ କରାଇବାକୁ ପଡ଼ିବ।  ଅସଲି ପରୀକ୍ଷା ଆଗରୁ ଏହି ପାଟର୍ଣ୍ଣ ସଂପର୍କରେ ସେମାନଙ୍କୁ ଅଭ୍ୟସ୍ତ କରାଇବାକୁ ପଡ଼ିବ ବୋଲି ସେ କହିଛନ୍ତି।  ଆସନ୍ତା ଫେବୃଆରୀରୁ ସିବିଏସ୍ଇର ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ ହେବ।  ତେବେ ପରୀକ୍ଷାର କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ବାହାରି ନାହିଁ। 

ଅଧିକ ପଢ଼ନ୍ତୁ: ସ୍ମାର୍ଟ ସ୍କୁଲକୁ ଉପହାସ ! ପରୀକ୍ଷାରେ ପିଲାଙ୍କୁ ମିଳୁନି ପ୍ରଶ୍ନପତ୍ର, କବାଟରେ ଲେଖାଯାଉଛି ପ୍ରଶ୍ନ

Advertisment

ସେପଟେ ଉଚ୍ଚ ଶିକ୍ଷା ବିଭାଗ ପାଇଁ ଆସିବ ଷ୍ଟାର୍ଟ ଅପ୍ ପଲିସି।  ଷ୍ଟାର୍ଟ ଅପ୍ ଲାଗି ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଯିବ। ଏହାର ପ୍ରକ୍ରିୟା ଆରମ୍ଭ ହୋଇଛି।  ଲୋକସେବା ଭବନ କନ୍‌ଭେନ୍‌ସନ୍‌ ହଲ୍‌ରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏ ସଂପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଚ୍ଚଶିକ୍ଷା ସଚିବ, ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, ଉଚ୍ଚ ଶିକ୍ଷା ପରିଷଦ ଉପାଧ୍ୟକ୍ଷ, ଷ୍ଟାର୍ଟ ଅପ୍ ଓଡ଼ିଶାର ଅଧ୍ୟକ୍ଷ ଏବଂ ଏକ ଘରୋଇ କମ୍ପାନୀର ପ୍ରତିନିଧି ଯୋଗ ଦେଇଥିଲେ। 

ଯୁକ୍ତ ତିନି ଓ ପିଜି ସ୍ତରର ଛାତ୍ରଛାତ୍ରୀଙ୍କୁ ପ୍ରି ଷ୍ଟାର୍ଟ ଅପ୍ କାର୍ଯ୍ୟକ୍ରମରେ ସାମିଲ କରାଯିବ। ଏହାଦ୍ୱାରା ପିଲାମାନେ ପଢା ସାରିବା ପରେ ରୋଜଗାରକ୍ଷମ ହୋଇପାରିବେ।  ପ୍ରି ଷ୍ଟାର୍ଟ ଅପ୍ ପିରିୟଡ଼ରେ ପିଲାଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଡକ୍ଟ ଗୁଡ଼ିକୁ ବଡ କମ୍ପାନୀ ଆଗରେ ଉପସ୍ଥାପିତ କରିବ ଉଚ୍ଚ ଶିକ୍ଷା ବିଭାଗ।  ଏହାକୁ କୁଳପତିମାନେ ସ୍ୱାଗତ କରିଛନ୍ତି।  

Advertisment
CBSE CBSE Board Exams
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ