CBSE Exam Results: ଦ୍ୱାଦଶ ପରେ ବାହାରିଲା ଦଶମ ରେଜଲ୍ଟ, ଏଥର ବି ଆଗୁଆ ଛାତ୍ରୀ

CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ୯୩.୬୬% ପାସ୍ ହାର ରହିଛି । ଛାତ୍ରୀଙ୍କ ତୁଳନାରେ ଛାତ୍ରଙ୍କ ପାସ୍ ହାର ଅଧିକ ରହିଛି ।

CBSE 10th Result 2025 Out

ପ୍ରକାଶ ପାଇଲା CBSE ଦଶମ ଶ୍ରେଣୀ ରେଜଲ୍ଟ । ଦ୍ୱାଦଶ ପରେ ଦଶମ ପରୀକ୍ଷା ଫଳ ପ୍ରକାଶ କରିଛି ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକଣ୍ଡାରୀ ଏଜୁକେସନ । ୯୩.୬୬% ରହିଛି ପାସ୍ ହାର । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପାସ୍ ହାର ଅଧିକ ରହିଛି । ଭୁବନେଶ୍ୱର ଜୋନରେ ୯୨. ୬୪%, ବିଜୟୱାଡାରେ ୯୯.୭୯%, ବେଙ୍ଗାଲୁରୁରେ ୯୮.୯୦% ପାସ୍ ହାର ରହିଛି । ଦ୍ୱାଦଶ ଭଳି ଦଶମ ପରୀକ୍ଷାରେ ମଧ୍ୟ‍ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ୨.୩୭% ଅଧିକ ରହିଛି । ସଫଳତାରେ ଆଗରେ ରହିଛି  ତ୍ରିଭେନ୍ଦ୍ରମ । CBSE ବୋର୍ଡରେ ରେଜଲ୍ଟ ଉପଲବ୍ଧ । ଆଜି CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି । 

ଛାତ୍ରୀଙ୍କ ପାସ ହାର ୯୫% ଥିବାବେଳେ ଛାତ୍ରଙ୍କ ପାସ୍ ହାର ରହିଛି ୯୨.୬୩ % ।  ନବୋଦୟ ବିଦ୍ୟାଳୟର ପାସ୍ ହାର ୯୯.୪୯ % , କେନ୍ଦ୍ରୀୟ ବିଦ୍ୟାଳୟର ପାସ୍ ହାର ୯୯.୪୫ % ରହିଛି । ଉଭୟ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ନବୋଦୟ ଛାତ୍ରଛାତ୍ରୀ ବାଜିମାତ୍ କରିଛନ୍ତି । 

ଅଧିକ ପଢନ୍ତୁ:  ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ପୁଣି ବାଜି ମାରିଲେ ଝିଅ