Advertisment

ପ୍ରକାଶ ପାଇଲା CBSE ଦଶମ ପରୀକ୍ଷା ଫଳ

ପ୍ରକାଶ ପାଇଲା  କେନ୍ଦ୍ରୀୟ ପ୍ରାଥମିକ ଶିକ୍ଷା ବୋର୍ଡ (ସିବିଏସଇ) ୧୦ମ ପରୀକ୍ଷା ଫଳ।

ଅଦ୍ୟତନ ହୋଇଛି
ପ୍ରକାଶ ପାଇଲା CBSE ଦଶମ ପରୀକ୍ଷା ଫଳ

CBSE 10 Result

Advertisment

ନୂଆଦିଲ୍ଲୀ: ସବୁ ଅପେକ୍ଷାର ଅନ୍ତ ହୋଇଛି। ଶେଷରେ  ପ୍ରକାଶ ପାଇଛି କେନ୍ଦ୍ରୀୟ ପ୍ରାଥମିକ ଶିକ୍ଷା ବୋର୍ଡ (ସିବିଏସଇ) ୧୦ମ ପରୀକ୍ଷା ଫଳ।   ମଧ୍ୟାହ୍ନ ୧୨ରେ ସିବିଏସ୍‌ଇର ଅଫିସିଆଲ ସାଇଟ୍‌ cbseresults.nic.inରେ ପ୍ରକାଶ ପାଇଛି ଫଳାଫଳ। ୧୮ ଲକ୍ଷ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ କରିଥିଲେ । ୧୮ ଲକ୍ଷ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଫଳାଫଳ ପାଇଁ ଅପେକ୍ଷା କରିଥିଲେ। ସିଧାସାଖ ରେଜଲ୍ଟ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ।

Advertisment

ଏହି ଫଳାଫଳ ଏଥର ରେକର୍ଡ କରିଛି। ଏଥର ୯୯.୦୪ ପ୍ରତିଶତ ପିଲା ପାସ୍ କରିଛନ୍ତି।  ପରୀକ୍ଷା ଦେଇଥିବା ୨୦, ୯୭, ୧୨୮ ପିଲାଙ୍କ ମଧ୍ୟରୁ ପାସ୍ କରିଛନ୍ତି ୨୦, ୭୬, ୯୯୭ ଛାତ୍ରଛାତ୍ରୀ। ତ୍ରିଭେନ୍ଦ୍ରମ ରିଜିଅନରେ ସର୍ବାଧିକ ୯୯.୯୯% ପିଲା ପାସ୍ କରିଛନ୍ତି। ସେହିପରି ଭୁବନେଶ୍ୱର ରିଜିଅନରେ ୯୯.୬୨% ପିଲା ପାସ୍ କରିଛନ୍ତି।  ଏଥର ରେଜଲ୍ଟରେ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ।  ୯୮.୮୯%  ଛାତ୍ର  ଏବଂ ୯୯.୨୪% ଛାତ୍ରୀ ପାସ୍ କରିଛନ୍ତି।  

ପରୀକ୍ଷାରେ  ଛାତ୍ର ୯୮.୮୯% ଏବଂ ଛାତ୍ରୀ ୯୯.୨୪% ପାସ୍ କରିଥିବାବେଳେ  କେନ୍ଦ୍ରୀୟ ବିଦ୍ୟାଳୟ ୧୦୦%, ନବୋଦୟରେ ୯୯.୯୯% ରେଜଲ୍ଟ କରିଛି।  ୫୭, ୮୨୪ ଛାତ୍ରଛାତ୍ରୀ ୯୫%ରୁ ଅଧିକ ନମ୍ବର ରଖିଛନ୍ତି।

Advertisment

ଛାତ୍ରଛାତ୍ରୀ  cbse.gov.in ଏବଂ cbse.nic.inରେ ଫଳାଫଳ ଦେଖି ପାରିବେ ।  ଏହାବ୍ୟତୀତ ପଞ୍ଜୀକୃତ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ IVS, SMS, ଡିଜିଲକର ଏବଂ ଉମଙ୍ଗ ଆପରେ ମଧ୍ୟ ରେଜଲ୍ଟ ଉପଲବ୍ଧ ହେବ। ପ୍ରାର୍ଥୀ ସିବିଏସ୍‌ଇ ଡିଜିଲକର ୱେବସାଇଟ digilocker.gov.in ରେ ଲକ୍‌ କରି ନିଜର ରେଜଲ୍ଟ ଏବଂ ପ୍ରମାଣ ପତ୍ର ପାଇପାରିବେ। ତେବେ ଯେଉଁମାନେ ମୂଲ୍ୟାଙ୍କନ ପଦ୍ଧତିରେ ଅସନ୍ତୁଷ୍ଟ ସେମାନେ ଅଫଲାଇନ୍‌ରେ ପରୀକ୍ଷା ଦେଇ ପାରିବେ। କୋଭିଡ-୧୯ ସ୍ଥିତି ସୁଧୁରିଲେ ଏହି ଅଫଲାଇନ ପରୀକ୍ଷା ଆୟୋଜନ କରାଯିବ।  

କେମିତି ଜାଣିବେ ରେଜଲ୍ଟ

Advertisment

ପ୍ରଥମେ ସିବିଏସଇର ଅଫିସିଆଲ ୱେବସାଇଟ୍‌ cbseresults.nic.in ଏବଂ cbse.nic.inକୁ ଯିବେ।  ସେଠାରେ "CBSE Board results for class 10th" ଲେଖି କ୍ଲିକ୍‌ କରିବେ। ଏହାପରେ ସେଠାରେ ଦିଆଯାଇଥିବା ତଥ୍ୟ ପୂରଣ କରିବେ। ତା‘ ପରେ ରେଜଲ୍ଟ ଆସିଯିବ। ରେଜଲ୍ଟକୁ ଡାଉନଲୋଡ ମଧ୍ୟ କରି ପାରିବେ। 

ସୂଚନାଥାଉ କି, କରୋନା ମହାମାରୀକୁ ଦୃଷ୍ଟିରେ ରଖି ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଡୁକେଶନ ବା (ସିବିଏସ୍‌ଇ) ତା‘ର ଦଶମ  ପରୀକ୍ଷାକୁ ବାତିଲ କରିଦେଇଥିଲା। ସିବିଏସଇ ଚୟନ କମିଟି ନିଷ୍ପତ୍ତି ଅନୁଯାୟୀ, ୩୦-୩୦-୪୦ ଫର୍ମୂଲାରେ ଫଳ ପ୍ରକାଶ କରିବାକୁ ସହମତି ପ୍ରକାଶ ପାଇଥିଲା।  । 

CBSE CBSE Board Exams
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ