/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658459724.jpg)
CBSE board exam 2022 results to be out today
ଆଜି CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇବ । ସକାଳ ୧୦ଟାରେ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇବ । ଦିନ ୨ଟାରେ ଦଶମ ରେଜଲ୍ଟ ବାହାରିବ । cbse.nic.in ୱେବସାଇଟ୍ରେ ପ୍ରକାଶ ପାଇବ ରେଜଲ୍ଟ । ଆଜି ସିବିଏସ୍ଇ ରେଜଲ୍ଟ ବାହାରୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନେକ ଉତ୍ସାହ ରହିଛି ।
Advertisment
ସୂଚନା ଆନୁସାରେ, କରୋନା କଟକଣା ପରେ ପ୍ରଥମଥର ପାଇଁ ଅଫଲାଇନ୍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ । ଚଳିତ ବର୍ଷ ୩୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏପ୍ରିଲ ୨୬ରୁ ଜୁନ୍ ୧୫ ଯାଏ CBSE ଦ୍ୱାଦଶ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସେହିପରି ଏପ୍ରିଲ ୨୬ରୁ ମେ’ ୨୪ ଯାଏ CBSE ଦଶମ ପରୀକ୍ଷା ହୋଇଥିଲା। ଚଳିତ ବର୍ଷ ୨ଟି ଟର୍ମରେ CBSE ବୋର୍ଡ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)