Advertisment

ବାହାରିଲା CBSE ଦ୍ୱାଦଶ ପରୀକ୍ଷା ଫଳ, ଜାଣନ୍ତୁ କେମିତି ଦେଖିବେ ରେଜଲ୍ଟ...

ଛାତ୍ରଛାତ୍ରୀ ଓ ଅଭିଭାବକମାନେ cbse.nic.in କିମ୍ବା cbseresults.nic.in ୱେବ୍‌ସାଇଟ୍‌ରୁ ରେଜଲ୍ଟ ଦେଖିପାରିବେ ।

ଅଦ୍ୟତନ ହୋଇଛି
CBSE 12th Result

CBSE 12th Result

Advertisment

ପ୍ରକାଶ ପାଇଲା CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ମୋଟ ପାସ୍ ହାର ରହିଛି ୮୭.୩୩ ପ୍ରତିଶତ । ଗତ ଥର ଅପେକ୍ଷା ଏଥର ପାସ୍ ହାର କମ୍ । ଝିଅଙ୍କ ପାସ୍ ହାର- ୯୦.୬୮%, ପୁଅଙ୍କ ପାସ୍ ହାର ୮୪.୬୭% । ଗତଥର ଅପେକ୍ଷା ଏଥର ପାସ୍ ହାର ୫% କମ୍ ରହିଛି । ୯୯.୯୧% ପାସ୍ ହାର ସହ ଥିରୁବନନ୍ତପୁରମ୍ ରିଜିଅନ୍ ଶୀର୍ଷରେ । ଛାତ୍ରଛାତ୍ରୀ ଓ ଅଭିଭାବକମାନେ cbse.nic.in କିମ୍ବା cbseresults.nic.in ୱେବ୍‌ସାଇଟ୍‌ରୁ ରେଜଲ୍ଟ ଦେଖିପାରିବେ । 

Advertisment

ଏଥିସହ digilocker.gov.in ରେ ମଧ୍ୟ ରେଜଲ୍ଟ ‌ଉପଲ୍ଲବ୍ଧ ହେବ । ସିବିଏସଇ ଦ୍ୱାଦଶ ପରୀକ୍ଷା ପାଇଁ ୧୯ ଲକ୍ଷ ୯୬ ହଜାର ୭୭୦ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ । ସେଥିମଧ୍ୟରୁ ପ୍ରାୟ ୧୭ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଛାତ୍ରଛାତ୍ରୀମାନେ ସିବିଏସ୍‌ଇ ରେଜଲ୍ଟ ଡିଜିଲକର୍‌ ଆକାଉଣ୍ଟକୁ ଆକ୍ଟିଭେଟ୍‌ କରି ମାର୍କସିଟ୍‌ ଡାଉନଲୋଡ୍‌ କରିପାରିବେ। ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ୬ ଡିଜିଟ୍‌ ସିକ୍ୟୁରିଟି ପିନ୍‌ ଦେବାକୁ ପଡ଼ିବ। ବୋର୍ଡ ପକ୍ଷରୁ ‌ଅନୁବନ୍ଧିତ ସ୍କୁଲ୍‌ ଗୁଡ଼ିକୁ ଡିଜିଲକର୍‌ ସିକ୍ୟୁରିଟି ପିନ୍‌ ଶେୟାର କରାଯାଇଛି ।

ଅନ୍ୟପଟେ ଚଳିତ ବର୍ଷ ମାର୍ଚ୍ଚ ୧୫ରୁ ୨୧ ପର୍ଯ୍ୟନ୍ତ ସିବିଏସ୍‌ଇ ଦଶମ ପରୀକ୍ଷା ହୋଇଥିଲା । ଏଥିପାଇଁ ୨୧ ଲକ୍ଷ ୮୬ ହଜାର ୯୬୦ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ । ସେହିପରି ଚଳିତବର୍ଷ ପ୍ରାୟ ୩୮ ଲକ୍ଷ ଛାତ୍ରଛାତ୍ରୀ ଦଶମ ଓ ଦ୍ୱାଦଶ ପରୀକ୍ଷା ଦେଇଛନ୍ତି ।

Advertisment

ଡିଜିଲକର୍‌ ଆପ୍‌ ବ୍ୟତୀତ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ଅନ୍‌ଲାଇନ୍‌ରେ ଏହି ୨ ୱେବ୍‌ସାଇଟ୍‌- www.cbse.gov.in ଓ www.results.cbse.nic.in ରେ ମଧ୍ୟ ପ୍ରକାଶ ପାଇବ। 

ଜାଣନ୍ତୁ, କେମିତି ଡିଜିଲକର୍‌ରେ ଚେକ୍‌ କରିବେ ରେଜଲ୍ଟ ? 

  1. ପ୍ରଥମେ https://cbseservices.digilocker.gov.in ୱେବ୍‌ସାଇଟ୍‌କୁ ଯାଆନ୍ତୁ ଓ ଆକ୍ଟିଭେଟ୍‌ ସିବିଏସ୍‌ଇ ଅପ୍‌ସନ୍‌ କ୍ଲିକ୍‌ କରନ୍ତୁ
  2. ଏହାପରେ ନୂଆ ପେଜ୍‌କୁ ଯାଇ ‘Get Started with Account Confirmation' ଅପ୍‌ସନ୍‌ କ୍ଲିକ୍‌ କରନ୍ତୁ
  3. ସ୍କୁଲ୍‌ କୋଡ୍‌, ରୋଲ୍‌ ନମ୍ବର, କ୍ଲାସ୍‌, ସିକ୍ୟୁରିଟି ପିନ୍‌ ଦେଇ ‘Next’ କ୍ଲିକ୍‌ କରନ୍ତୁ
  4. ଏହାପରେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ସ୍କ୍ରିନ୍‌ରେ ଉପଲ୍ଲବ୍ଧ ହେବ
  5. ମୋବାଇଲ୍‌ ନମ୍ବର ଦେଇ ‘submit’ ଅପ୍‌ସନ୍‌ କ୍ଲିକ୍‌ କରନ୍ତୁ। ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ସେମାନଙ୍କର ଜନ୍ମ ତାରିଖ ଦେବେ
  6. ଏସବୁ ତଥ୍ୟ ଦେବା ପରେ ଆପଣଙ୍କ ନମ୍ବରକୁ ଏକ ଓଟିପି ଆସିବ। ଓଟିପି ଦେଇ ଆପଣ ଆକାଉଣ୍ଟ ଆକ୍ଟିଭେଟ୍‌ କରିପାରିବେ।
Advertisment

'Issued Documents’ ଟ୍ୟାବ୍‌ରେ ଆପଣ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ରେଜଲ୍ଟର ମାର୍କସିଟ୍‌, ସାର୍ଟିଫିକେଟ୍‌ ଓ ମାଇଗ୍ରେସନ୍‌ ସାର୍ଟିଫିକେଟ୍‌ ଦେଖିପାରିବେ।

CBSE DigiLocker CBSE Results
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ