Advertisment

CBSE ଦଶମ ରେଜଲ୍ଟ: ଅଫ ଲାଇନ ପରୀକ୍ଷା ପାଇ ତାରିଖ ଘୋଷଣା କଲା ବୋର୍ଡ

ଗତକାଲି ପ୍ରକାଶ ପାଇଛି CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ। ଏଥର ଦଶମ ଫଳାଫଳ ରେକର୍ଡ କରିଛି।  ତଥାପି କିଛି ପିଲା ଫଳାଫଳକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏଇ ଖୁସି ଖବର। ବୋର୍ଡ ଘୋଷଣା କରିଛି ଅଫ୍ ଲାଇନ ପରୀକ୍ଷା ତାରିଖ।

ଅଦ୍ୟତନ ହୋଇଛି
CBSE ଦଶମ ରେଜଲ୍ଟ: ଅଫ ଲାଇନ ପରୀକ୍ଷା ପାଇ ତାରିଖ ଘୋଷଣା କଲା ବୋର୍ଡ

CBSE 10th off line Exam

Advertisment

ନୂଆଦିଲ୍ଲୀ: ଗତକାଲି ପ୍ରକାଶ ପାଇଛି CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ। ଏଥର ଦଶମ ଫଳାଫଳ ରେକର୍ଡ କରିଛି।  ପାସ ହାର ୯୯.୦୪ ପ୍ରତିଶତ ରହିଛି ।  ପରୀକ୍ଷା ଦେଇଥିବା ୨୦, ୯୭, ୧୨୮ ପିଲାଙ୍କ ମଧ୍ୟରୁ ପାସ୍ କରିଛନ୍ତି ୨୦, ୭୬, ୯୯୭ ଛାତ୍ରଛାତ୍ରୀ। ତ୍ରିଭେନ୍ଦ୍ରମ ରିଜିଅନରେ ସର୍ବାଧିକ ୯୯.୯୯% ପିଲା ପାସ୍ କରିଛନ୍ତି। ସେହିପରି ଭୁବନେଶ୍ୱର ରିଜିଅନରେ ୯୯.୬୨% ପିଲା ପାସ୍ କରିଛନ୍ତି।  ଏଥର ରେଜଲ୍ଟରେ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ।  ୯୮.୮୯%  ଛାତ୍ର  ଏବଂ ୯୯.୨୪% ଛାତ୍ରୀ ପାସ୍ କରିଛନ୍ତି।  କେନ୍ଦ୍ରୀୟ ବିଦ୍ୟାଳୟ ୧୦୦%, ନବୋଦୟରେ ୯୯.୯୯% ରେଜଲ୍ଟ କରିଛି।  ୫୭, ୮୨୪ ଛାତ୍ରଛାତ୍ରୀ ୯୫%ରୁ ଅଧିକ ନମ୍ବର ରଖିଛନ୍ତି।
ତଥାପି ପରୀକ୍ଷା ଫଳାଫଳକୁ ନେଇ ଅନେକ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି। ସିବିଏସଇ ପକ୍ଷରୁ ଆରମ୍ଭରୁ କୁହାଯାଇଥିଲା, ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଅଫ‍ଲାଇନ ପରୀକ୍ଷା ହେବ। କୋଭିଡ ସ୍ଥିତି ସୁଧୁରିଲେ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଅଫଲାଇନ ପରୀକ୍ଷା ବ୍ୟବସ୍ଥା କରାଯିବ। 
ଗତକାଲି ପରୀକ୍ଷା ଫଳ ବାହାରିବା ପରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସଇ ବୋର୍ଡ ପକ୍ଷରୁ ଅଫ ଲାଇନ ପରୀକ୍ଷା ନେଇ ଘୋଷଣା କରାଯାଇଛି। ଅଫଲାଇନ ପରୀକ୍ଷା ଅଗଷ୍ଟ ୧୬ ତାରିଖରୁ ଆରମ୍ଭ ହେବ। ପରୀକ୍ଷା ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଫ ଲାଇନ ପରୀକ୍ଷା ଦେଇଥିବା ପିଲାମାନଙ୍କୁ ସେହି ପରୀକ୍ଷାର ଫଳାଫଳ ମିଳିବ। ତେବେ କମ୍ପାର୍ଟମେଣ୍ଟ ଏବଂ  Improvement Exam ପାଇଁ ସିବିଏସଇ ପକ୍ଷରୁ ଖୁବ୍‌ ଶୀଘ୍ର ବିସ୍ତୃତ ସୂଚନା ଦିଆଯିବ । ରେଜଲ୍ଟରେ ଅସନ୍ତଷ୍ଟ ଛାତ୍ରଛାତ୍ରୀଙ୍କ ସମେତ ଘରୋଇ ଏବଂ ପତ୍ର ବିନିମୟରେ ପଢୁଥିବା ଛାତ୍ର ତଥା ଯେଉଁମାନଙ୍କର ଫଳା‍ଫଳ ଆସି ନାହିଁ ସେମାନେ ମଧ୍ୟ ଅଫଲାଇନ ପରୀକ୍ଷାରେ ସାମିଲ ହୋଇପାରିବେ।

Advertisment

ସିବିଏସଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଅଗଷ୍ଟ ୧୬ରୁ ଆରମ୍ଭ ହେବାକୁ ଥିବା କମ୍ପାର୍ଟମେଣ୍ଟ ପରୀକ୍ଷାରେ  ୧୬ଟି ବିଷୟକୁ ସାମିଲ କରାଯାଇଛି। ସେହି ଅନୁସାରେ ଛାତ୍ର ଇଂରାଜୀ କୋର, ଶାରୀରିକ ଶିକ୍ଷା, ବିଜିନେସ ଷ୍ଟଡିଜ, ଆକାଉଣ୍ଟାସି, ଫିଜିକ୍ସ, ପଲିଟିକାଲ ସାଇନ୍ସ, ବାୟୋଲଜି, ଇକୋନମିକ୍ସ, ଗଣିତ, ହିନ୍ଦୀ ଇଲେକ୍‌ଟିଭ କୋର, ସାମିଜିକ ବିଜ୍ଞାନ, ଇନ୍‌ଫର୍ମେଶନ ପ୍ରାକ୍‌ଟିସ୍‌, କମ୍ପ୍ୟୁଟର, ଭୂଗୋଳ ଆଦି ବିଷୟ ରହିଛି। 
 ସୂଚନାଥାଉ କି, ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଏବଂ ୧୦ମ ପରୀକ୍ଷା ଫଳ ଇତି ମଧ୍ୟରେ ପ୍ରକାଶ କରିସାରିଛି। ଦଶମ ଶ୍ରେଣୀର ପ୍ରାୟ ୧୬, ୬୩୯ଜଣ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ପ୍ରକାଶ ପାଇନାହିଁ। ଏ ନେଇ ବୋର୍ଡ ପକ୍ଷରୁ କୌଣସି ସ୍ପଷ୍ଟ ଉତ୍ତର ଦିଆଯାଇ ନାହିଁ। 

Advertisment
CBSE Board Exams CBSE Off Line Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ