Advertisment

ଆଜି ପ୍ରକାଶ ପାଇବ CBSE ଦଶମ ରେଜଲ୍ଟ

କେନ୍ଦ୍ରୀୟ ପ୍ରାଥମିକ ଶିକ୍ଷା ବୋର୍ଡ (ସିବିଏସଇ) ୧୦ମ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ରେଜଲ୍ଟ ମଧ୍ୟାହ୍ନ ୧୨ରେ ପ୍ରକାଶ ପାଇବ।  ପରୀକ୍ଷାର୍ଥୀ ଫଳ ସିବିଏସ୍‌ଇର ଅଫିସିଆଲ ସାଇଟ୍‌ cbseresults.nic.inକୁ ଯାଇ ଦେଖିପାରିବେ।

ଆଜି ପ୍ରକାଶ ପାଇବ CBSE ଦଶମ ରେଜଲ୍ଟ

CBSE 10th Result

Advertisment

ନୂଆଦିଲ୍ଲୀ:କେନ୍ଦ୍ରୀୟ ପ୍ରାଥମିକ ଶିକ୍ଷା ବୋର୍ଡ (ସିବିଏସଇ) ୧୦ମ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ରେଜଲ୍ଟ ମଧ୍ୟାହ୍ନ ୧୨ରେ ପ୍ରକାଶ ପାଇବ।  ପରୀକ୍ଷାର୍ଥୀ ଫଳ ସିବିଏସ୍‌ଇର ଅଫିସିଆଲ ସାଇଟ୍‌ cbseresults.nic.inକୁ ଯାଇ ଦେଖିପାରିବେ।
ଏହା ବ୍ୟତୀତ ଦଶମ ଫଳ cbse.gov.in ଏବଂ cbse.nic.inରେ ମଧ୍ୟ ଦେଖି ପାରିବେ ପରୀକ୍ଷାର୍ଥୀ। ପଞ୍ଜୀକୃତ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ IVS, SMS, ଡିଜିଲକର ଏବଂ ଉମଙ୍ଗ ଆପରେ ମଧ୍ୟ ରେଜଲ୍ଟ ଉପଲବ୍ଧ ହେବ। ପ୍ରାର୍ଥୀ ସିବିଏସ୍‌ଇ ଡିଜିଲକର ୱେବସାଇଟ digilocker.gov.in ରେ ଲକ୍‌ କରି ନିଜର ରେଜଲ୍ଟ ଏବଂ ପ୍ରମାଣ ପତ୍ର ପାଇପାରିବେ।
ତେବେ ଯେଉଁମାନେ ମୂଲ୍ୟାଙ୍କନ ପଦ୍ଧତିରେ ଅସନ୍ତୁଷ୍ଟ ସେମାନେ ଅଫଲାଇନ୍‌ରେ ପରୀକ୍ଷା ଦେଇ ପାରିବେ। କୋଭିଡ-୧୯ ସ୍ଥିତି ସୁଧୁରିଲେ ଏହି ଅଫଲାଇନ ପରୀକ୍ଷା ଆୟୋଜନ କରାଯିବ।  

Advertisment

କେମିତି ଜାଣିବେ ରେଜଲ୍ଟ

ପ୍ରଥମେ ସିବିଏସଇର ଅଫିସିଆଲ ୱେବସାଇଟ୍‌ cbseresults.nic.in ଏବଂ cbse.nic.inକୁ ଯିବେ।  ସେଠାରେ "CBSE Board results for class 10th" ଲେଖି କ୍ଲିକ୍‌ କରିବେ। ଏହାପରେ ସେଠାରେ ଦିଆଯାଇଥିବା ତଥ୍ୟ ପୂରଣ କରିବେ। ତା‘ ପରେ ରେଜଲ୍ଟ ଆସିଯିବ। ରେଜଲ୍ଟକୁ ଡାଉନଲୋଡ ମଧ୍ୟ କରି ପାରିବେ। 

Advertisment

ସୂଚନାଥାଉ କି, କରୋନା ମହାମାରୀକୁ ଦୃଷ୍ଟିରେ ରଖି ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଡୁକେଶନ ବା (ସିବିଏସ୍‌ଇ) ତା‘ର ଦଶମ  ପରୀକ୍ଷାକୁ ବାତିଲ କରିଦେଇଥିଲା। ସିବିଏସଇ ଚୟନ କମିଟି ନିଷ୍ପତ୍ତି ଅନୁଯାୟୀ, ୩୦-୩୦-୪୦ ଫର୍ମୂଲାରେ ଫଳ ପ୍ରକାଶ କରିବାକୁ ସହମତି ପ୍ରକାଶ ପାଇଥିଲା।  । 

CBSE Board Exams CBSE Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ