BPEd Student Protest
ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ନିର୍ଦେଶଳାୟ କାର୍ଯ୍ୟାଳୟ ଘେରିଲେ ବ୍ୟାଚଲର ଅଫ୍ ଫିଜିକାଲ ଏଜୁକେଶନ ବା BPEd ଛାତ୍ରଛାତ୍ରୀ । ଶତାଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ନତାଲାର ଷଷ୍ଠ ମହଲାରେ ଥିବା ମାଧ୍ୟମିକ ଶିକ୍ଷା ନିର୍ଦେଶଳାୟ ସମ୍ମୁଖରେ ଧାରଣାରେ ବସିଲେ । ପିଲାଙ୍କ ଭୟରେ ନିର୍ଦେଶାଳୟ ପକ୍ଷରୁ ଏହାର ମୁଖ୍ୟ ଫାଟକକୁ ତାଲା ପକାଇ ଦିଆଯାଇଛି । ନିକଟରେ ପ୍ରକାଶିତ ୧୨୬୦ ହାଇସ୍କୁଲ PET ପଦବୀର ଯୋଗ୍ୟତା ମାନଦଣ୍ଡ ସଂଶୋଧନ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି BPEd ଛାତ୍ରଛାତ୍ରୀ ।
ସରକାର ପ୍ରକାଶ କରିଥିବା ନିଯୁକ୍ତି ବିଜ୍ଞାପନରେ PET ପଦବୀ ଲାଗି ଯୁକ୍ତ ଦୁଇରେ ସାଧାରଣ ବର୍ଗ ପିଲାଙ୍କ ପାଇଁ ୫୦% ମାର୍କ, ଅନ୍ୟ ବର୍ଗ ପିଲାଙ୍କ ପାଇଁ ୪୫% ମାର୍କ ସହ BPEd ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ରହିଛି । ଏହା ଯୋଗୁ ଯୁକ୍ତ ଦୁଇରେ କମ ମାର୍କ ରଖିଥିବା ବହୁ BPEd ଛାତ୍ରଛାତ୍ରୀ PET ଆବେଦନରୁ ବାଦ ପଡ଼ିବେ । ଏମିତି ହେଲେ ଛାତ୍ରଛାତ୍ରୀ ହାସଲ କରିଥିବା BPEd ସାର୍ଟିଫିକେଟ୍ ମୂଲ୍ୟହୀନ ହୋଇଯିବ ବୋଲି କହିଛନ୍ତି ।
ଏନେଇ ବିଭାଗୀୟ ମନ୍ତ୍ରୀ ଓ ନିର୍ଦେଶକଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ତେଣୁ ତୁରନ୍ତ PET ଯୋଗ୍ୟତା ମାନଦଣ୍ଡ ସଂଶୋଧନ ଲାଗି ଛାତ୍ରଛାତ୍ରୀ ଦାବି କରିଛନ୍ତି । ଦାବି ପୂରଣ ନ ହେବା ଯାଏ ନିର୍ଦେଶାଳୟ ସମ୍ମୁଖରୁ ନ ଉଠିବାକୁ ଅଡି ବସିଛନ୍ତି ଛାତ୍ରଛାତ୍ରୀ ।
ଛାତ୍ରଛାତ୍ରୀଙ୍କ ବିକ୍ଷୋଭକୁ ରୋକିବା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ନଅତାଲାରେ ପହଞ୍ଚିଥିଲା । ସେଠାରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରି ଆୟତ୍ତ କରିବାରେ ପୋଲି ବିଫଳ ହୋଇଥିଲା । ଫଳରେ ବଳପୂର୍ବକ ସେଠାରୁ ଛାତ୍ରଛାତ୍ରୀଙ୍କୁ ହଟାଇବାକୁ ଚେଷ୍ଟା କରିଥିଲା ପୋଲିସ । ଏମିତିକି କିଛି ଛାତ୍ରଙ୍କ ଗୋଡ଼ ହାତ ଧରି ପୋଲିସ କର୍ମୀମାନେ ଟେକି ଟେକି ଛଅ ମହଲା ତଳକୁ ନେବାର ଦେଖାଯାଇଥିଲା । ଏହାରି ଭିତରେ ଜଣେ ଛାତ୍ରଙ୍କ ସାର୍ଟ ମଧ୍ୟ ଚିରିଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1629377357.jpg)