BSE
ମାଟ୍ରିକ ପରୀକ୍ଷା ପୂର୍ବରୁ ବଦଳିଲେ ବୋର୍ଡ ସଭାପତି। ଶ୍ରୀକାନ୍ତ ତରେଇଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଭାବେ ନିଯୁକ୍ତ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଏଏସ୍ ଅଧିକାରୀ ଶ୍ରୀକାନ୍ତ ତରେଇ ପୂର୍ବରୁ ରାଜସ୍ୱ ବିଭାଗର ସ୍ୱତନ୍ତ୍ର ସଚିବ ଥିଲେ। ଏବେ ସେ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଭାବେ କାର୍ଯ୍ୟ କରିବେ।
ଆସନ୍ତା ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ। ଚଳିତ ବର୍ଷ ୨ ହଜାର ୯ ଶହ ୯୧ କେନ୍ଦ୍ରରେ ୫ ଲକ୍ଷ ୫୧ ହଜାର ୬୧୧ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପ୍ରଥମ ଥର ପାଇଁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପରିଚାଳନାରେ ପ୍ରୟୋଗ ହେବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ତଥା କୃତ୍ରିମ ବୁଦ୍ଧିମତା । AI ମାଧ୍ୟମରେ ହେବ ମାଟ୍ରିକ ପରୀକ୍ଷାର ୱେବକାଷ୍ଟିଂ। ଏଥିପାଇଁ ଷ୍ଟ୍ରଙ୍ଗରୁମଠୁ ଆରମ୍ଭ କରି DEO ଅଫିସ, ପରୀକ୍ଷା ହଲରେ AI କ୍ୟାମେରା ଲାଗିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/BSE__1702801609.jpg)