Advertisment

ASO ପରୀକ୍ଷାକୁ ନେଇ ହାଇକୋର୍ଟ ଦେଲେ ବଡ଼ ରାୟ

ASO ପରୀକ୍ଷାକୁ ନେଇ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। ଚୂଡ଼ାନ୍ତ ତାଲିକା ପ୍ରକାଶ ଉପରେ ହାଇକୋର୍ଟ ରୋକ୍ ଲଗାଇଛନ୍ତି।

ଅଦ୍ୟତନ ହୋଇଛି
ASO Exams 2022

Big decision on Odisha ASO exams 2022

Advertisment

ASO ପରୀକ୍ଷାକୁ ନେଇ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। ଚୂଡ଼ାନ୍ତ ତାଲିକା ପ୍ରକାଶ ଉପରେ ହାଇକୋର୍ଟ ରୋକ୍ ଲଗାଇଛନ୍ତି। ତେବେ କମ୍ପ୍ୟୁଟର ପ୍ରୋଫିସିଏନସି ଟେଷ୍ଟ ଜାରି ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

Advertisment

କମ୍ପ୍ୟୁଟର ଟେଷ୍ଟ ହେଲେ ବି ଚୂଡ଼ାନ୍ତ ତାଲିକା ପ୍ରକାଶ ଉପରେ ରୋକ୍ ଲାଗିଛି। କୋର୍ଟଙ୍କ ବିନା ଅନୁମତିରେ ରେଜଲ୍ଟ ପ୍ରକାଶ କରିପାରିବନି OPSC। ଏନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

ASO ପରୀକ୍ଷାକୁ ନେଇ ହାଇକୋର୍ଟରେ ପୁଣି ଏକ ମାମଲା ଦାୟର ହୋଇଥିଲା। କିଛି ପରୀକ୍ଷାର୍ଥୀ ହାଇକୋର୍ଟରେ ସାନି ମାମଲା ଦାୟର କରିଥିଲେ। ଚୟନ ପାଇଁ ବିଷୟ ଭିତ୍ତିକ ସର୍ବନିମ୍ନ ମାର୍କ ବ୍ୟବସ୍ଥା ଉଚ୍ଛେଦକୁ ଦାବି କରି ହାଇକୋର୍ଟରେ ଆବେଦନ ହୋଇଥିଲା। ବିଷୟ ଭିତ୍ତିକ ସର୍ବନିମ୍ନ ମାର୍କ ଉଠାଇ ମେରିଟ ଲିଷ୍ଟ ପ୍ରକାଶ କରିବାକୁ ପରୀକ୍ଷାର୍ଥୀ ଦାବି କରିଛନ୍ତି। ତେବେ OPSCକୁ ଆବେଦନର କପି ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସୂଚନା ଥାଉକି, ଏହି ପରୀକ୍ଷା ପରିଚାଳନା ଓ ରେଜଲ୍ଟ ବାହାରିବାକୁ ନେଇ ପରୀକ୍ଷାର୍ଥୀଙ୍କ ଭିତରେ ପୂର୍ବରୁ ଅସନ୍ତୋଷ ଦେଖା ଦେଇଥିଲା। ପରୀକ୍ଷା ଫଳ ପ୍ରକାଶରେ ଅନିୟମିତତା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ଯାହାକୁ ଓପିଏସ୍‌ସି ଖଣ୍ଡନ କରିଥିଲା। ସେପଟେ ଏହି ମାମଲା ମଧ୍ୟ ହାଇକୋର୍ଟକୁ ଯାଇଥିଲା।

Orissa High Court ASO Exam 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ