Advertisment

ଆନ୍ଦୋଳନ ବେଳେ ବେହୋସ ହୋଇଗଲେ ଛାତ୍ରୀ, ସ୍କୁଲ୍‌ ମିଶ୍ରଣ ନିଷ୍ପତ୍ତିକୁ ବିରୋଧ କରୁଥିଲେ...

ସ୍କୁଲ୍‌ ମିଶ୍ରଣ ନିଷ୍ପତ୍ତିକୁ ତୀବ୍ର ବିରୋଧ କରି ଆନ୍ଦୋଳନରେ ବସିଛନ୍ତି ଭୁବନେଶ୍ୱର ୟୁନିଟ୍ ୯ ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀ ଓ ଅଭିଭାବକ।

ଅଦ୍ୟତନ ହୋଇଛି
Bhubaneswar School Student Protest

Bhubaneswar Unit 9 Govt Girls High School students protest against school merger

Advertisment

ବିଇଓଙ୍କୁ ଘେରିଲେ ଛାତ୍ରୀ। ଶେଷରେ ଜବାବ ଦେଇ ନପାରି ଫେରିଗଲେ ବିଇଓ। ସ୍କୁଲ୍‌ ମିଶ୍ରଣକୁ ବିରୋଧ କରି ସ୍କୁଲ୍‌ ଆଗରେ ଧାରଣା ଦେଇଛନ୍ତି ୟୁନିଟ୍ ୯ ବାଳିକା ହାଇସ୍କୁଲ୍‌ ଛାତ୍ରୀ। ଆନ୍ଦୋଳନରତ ଛାତ୍ରୀ ଓ ଅଭିଭାବକଙ୍କ ସହ ଆଲୋଚନା କରିବାକୁ ଭୁବନେଶ୍ୱର ବିଇଓ ପ୍ରଜ୍ଞା ପରମିତା ଜେନା ଆସିଥିଲେ। ଏହି ସମୟରେ ‘ଆମ ସ୍କୁଲ୍‌ ଅନ୍ୟ କାହା ସହ ମିଶ୍ରଣ ହେବ ନାହିଁ’ ବୋଲି ନାରା ଦେଇଥିଲେ ଛାତ୍ରୀ।

Advertisment

ଏହାସହ ‘ଆମ ସ୍କୁଲ୍‌ ଏଠାରୁ କାହିଁକି ଉଠିବ ?’ ବୋଲି ବିଇଓଙ୍କୁ ପ୍ରଶ୍ନ କରିଥିଲେ ଛାତ୍ରୀ। ସ୍କୁଲ୍‌ ମିଶ୍ରଣ ନିଷ୍ପତ୍ତିକୁ ତୀବ୍ର ବିରୋଧ କରି ଆନ୍ଦୋଳନରେ ବସିଛନ୍ତି ଭୁବନେଶ୍ୱର ୟୁନିଟ୍ ୯ ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀ ଓ ଅଭିଭାବକ। ହେଲେ ଏହି ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଆନ୍ଦୋଳନ ବେଳେ ୫ ଜଣ ଛାତ୍ରୀ ଚେତାଶୂନ୍ୟ ହୋଇଯାଇଥିବା ଜଣାପଡିଛି। ଚିକିତ୍ସା ପାଇଁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Advertisment

Schools School Students Student Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ