• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାନ ବରଜ ଭିତରେ ପାଠ ପଢୁଛନ୍ତି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । ସାର୍ ବୁଝେଇ ଦେଉଛନ୍ତି । ପିଲାମାନେ ଶୁଣୁଛନ୍ତି । ଚାଲିଛି ପ୍ରାକ୍ଟିକାଲ୍ ପାଠ ପଢ଼ା । ହେଲେ ଏ ପାନ ବରଜ କେଉଁ ଚାଷୀଙ୍କର ନୁହେଁ ବରଂ ଫକୀର ମୋହନ ବିଶ୍ୱବିଦ୍ୟାଳୟର । ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭିତରେ ରହିଛି ଏହି ପାନ ବରଜ । କଥାଟି ଅବିଶ୍ୱସନୀୟ ହେଉଥିଲେ ମଧ୍ୟ ନିରାଟ ସତ କଥା । ପିଲାଙ୍କ ପାଠ ପଢ଼ାପାଇଁ ବିଶ୍ୱବିଦ୍ୟାଳୟ ଭିତରେ ପାନ ବରଜ ହୋଇଛି । ସାର୍ ମାନେ ଏବଂ ପିଲାମାନେ ମିଶି ଏହାକୁ ତିଆରି କରିଛନ୍ତି। ସାରଙ୍କ କହିବା କଥା କ୍ୟାମ୍ପସ ଭିତରେ ଏମିତି ପ୍ରାକ୍ଟିକାଟ ବୋଧେ ଆଉ କେଉଁଠି ହୋଇନାହିଁ ।

ବିଶ୍ୱବିଦ୍ୟାଳୟରେ ହୋଇଥିବା ପାନବରଜରରେ ଗବେଷଣା ଚାଲିଛି । ଏହି ପାନ ଖାଲି ମୁଖବାସ ପାଇଁ ନୁହେଁ ବରଂ କ୍ୟାନସର ରୋଗର ନିରାକରଣ ପାଇଁ ଔଷଧ ତିଆରିରେ ଲାଗିବ । ଆଉ ପାନରୁ ତିଆରି ହେବ ପାନ ତେଲ, ତିଆରି ହେବ କସମେଟିକ୍ । ଝିଅମାନଙ୍କ ସବୁଠାରୁ ପସନ୍ଦର ପ୍ରସାଧନ ସାମଗ୍ରୀ ଲିପଷ୍ଟିକ୍ । ଏମିତି ଏକାଧିକ ଉତ୍ପାଦ ଏହି ପାନରୁ ହିଁ ତିଆରି ହେବ । ବିଦେଶରେ ପାନର ବହୁ ଭେରାଇଟରି ପ୍ରଡକ୍ଟ ଚଢ଼ା ଦରରେ ବିକ୍ରି ହେଉଥିବା ବେଳେ ପ୍ରଥମ ଥର ପାଇଁ ଫକିର ମୋହନ ବିଶ୍ୱବିଦ୍ୟାଳ ଏମିତି ଏକ ପ୍ରୟାସ କରିଛି।

ଛାତ୍ରଛାତ୍ରୀମାନେ ଏବେ ଏଠାର ଉଚ୍ଚଶିକ୍ଷା ଲାଭ କରୁଛନ୍ତି । କିଏ ଏମଫିଲ୍ କରୁଛନ୍ତି ତ ଆଉ କିଏ ପିଏଚଡି । ବହିରେ ଯାହା ପଢ଼ିଛନ୍ତି, ଏବେ ପାନବରଜ ଭିତରେ ତାକୁ ବାସ୍ତବ ରୂପ ଦେବାକୁ ଚେଷ୍ଟା କରୁଛନ୍ତି । ବିଶ୍ୱବିଦ୍ୟାଳୟ ପରିସରରେ ପ୍ରାୟ ୧୬ ପ୍ରକାରର ପାନ ଲାଗିଛି । ନିଆଳି ପାନ, ହଳଦୀ ପାନ, ବୀରକୁଳି ଭଳି ଏକାଧିକ ପ୍ରଜାତିର ପାନ ଏଠି ଲାଗିଛି । କେଉଁଥିରେ ପତ୍ର ବଡବଡ ତ ଆଉ କେଉଁଥିରେ ରୋଗପ୍ରତିରୋଧକ ଶକ୍ତି ଅଧିକ।

ଛାତ୍ରୀଛାତ୍ରୀ ମାନେ ଏବେ ଯେଉଁ ପ୍ରୟାସ କରୁଛନ୍ତି ତାହା ସଫଳ ହେଲେ ପାନରୁ ଏକାଧିକ ପ୍ରଡକ୍ଟ ତିଆରି ହୋଇ ପାରିବ । ପାନ ତେଲ, ପାନ ଲିପଷ୍ଟିକ ଏମିତି କି ମସା ମରା ଔଷଧ, ଦାନ୍ତ ରୋଗ ପାଇଁ ମଧ୍ୟ ଔଷଧ ତିଆରି ହୋଇ ପାରିବ ଏହି ପାନ ପତରରୁ ।