Advertisment

OSSSC ପରୀକ୍ଷାରେ ବିଭ୍ରାଟ ଅଭିଯୋଗ: ପରୀକ୍ଷା ଦାତିଲ ଦାବିରେ ଛାତ୍ର ସଂଗଠନର ଆନ୍ଦୋଳନ ଚେତାବନୀ

RI, ARI, ଅମିନ, ICDS ସୁପରଭାଇଜର୍, SFS ପରୀକ୍ଷା ବାତିଲ,ପରୀକ୍ଷା ପରିଚାଳନାରେ ସ୍ବଚ୍ଛତା ଏବଂ ଓ' ଟ୍ରିପିଲ୍ ଏସସି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ। ଏହି ତିନି ପ୍ରମୁଖ ଦାବି ସରକାର ନମାନିଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ଚେତାବନୀ ଦେଇଛି ଷ୍ଟୁଡେଣ୍ଟ ଏଗେନଷ୍ଟ କରପସନ ସଂଗଠନ।

undefined

OSSSC Exams

Advertisment

କଟକ-ଭୁବନେଶ୍ବର ପରେ ସାରା ରାଜ୍ୟକୁ ବ୍ୟାପିଲା ଓ ଟ୍ରିପିଲ୍ ଏସସି ଦ୍ବାରା ପରିଚାଳିତ ପରୀକ୍ଷାକୁ ନେଇ ବିବାଦ। ଏହି ପରୀକ୍ଷା ବାତିଲ ନହେଲେ, ଆସନ୍ତା ୭ରେ ରାଜଧାନୀରେ ବଡ଼ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି ଷ୍ଟୁଡେଣ୍ଟ ଏଗେନଷ୍ଟ କରପସନ। ସେପଟେ ରାଜସ୍ବ ମନ୍ତ୍ରୀ କହିଛନ୍ତି, ଅଭିଯୋଗ ସଂପର୍କରେ ଅନୁଧ୍ୟାନ କରାଯିବା ପରେ ସରକାର ପରବର୍ତ୍ତୀ ପଦକ୍ଷେପ ନେବେ। 

Advertisment

RI, ARI, ଅମିନ, ICDS ସୁପରଭାଇଜର୍, SFS ପରୀକ୍ଷା ବାତିଲ,ପରୀକ୍ଷା ପରିଚାଳନାରେ ସ୍ବଚ୍ଛତା ଏବଂ ଓ' ଟ୍ରିପିଲ୍ ଏସସି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ। ଏହି ତିନି ପ୍ରମୁଖ ଦାବି ସରକାର ନମାନିଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ଚେତାବନୀ ଦେଇଛି ଷ୍ଟୁଡେଣ୍ଟ ଏଗେନଷ୍ଟ କରପସନ ସଂଗଠନ। ଓ ଟ୍ରିପଲ୍ ଏସସି କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବକୁ ଦାୟୀ କରି ଦୁଇ ଦିନ ତଳେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲା ସଂଗଠନ। ଗତକାଲି ବାଲେଶ୍ବର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଏ ନିଆଁ ବ୍ୟାପିବା ସହ ଆଜି ବଲାଙ୍ଗିର ଜିଲ୍ଲାରେ ବି ରାଜରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ଚାକିରି ଆଶାୟୀ। ଏପଟେ ଆଜି ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀ କରି ସଂଗଠନ ଚେତାବନୀ ଦେଇଛି, ସରକାର ତୁରନ୍ତ ସେମାନଙ୍କ ଦାବି ନମାନିଲେ ଆସନ୍ତା ୭ ତାରିଖରେ ଲୋୟର ପିଏମଜିରେ ବଡ଼ ଧରଣର ଆନ୍ଦୋଳନ କରାଯିବ।

ଓ' ଟ୍ରିପିଲ ଏସସି ଦ୍ବାରା ପରିଚାଳିତ କମ୍ବାଇନ୍ଡ ଗ୍ରୁପ-ବି ଏବଂ ଗ୍ରୁପ-ସି ପରୀକ୍ଷା ପାଇଁ ସେପଟେମ୍ବର ୨୦ ତାରିଖଠାରୁ ଅନଲାଇନ୍ ପରୀକ୍ଷା ଜାରି ରହିଛି। ସବୁ ଜିଲ୍ଲାରେ ଏହି ପରୀକ୍ଷା ପରିଚାଳନା ଦାୟିତ୍ବ ନେଇଛି ତାମିଲନାଡୁର ସିଫି (SIFY) ନାମକ ଏକ ଘରୋଇ ସଂସ୍ଥା। ଯେଉଁ ସଂସ୍ଥା ୨୦୨୨ରେ ଆୟୋଜିତ SSC ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ମାମଲାରେ କଳାତାଲିକା ଭୁକ୍ତ ହୋଇଥିଲା। ଆଉ ଏହାର ଦୁଇ ବର୍ଷ ଭିତରେ ନିର୍ଦ୍ଦିଷ୍ଟ ସେହି ସଂସ୍ଥା ବିଭିନ୍ନ ଜିଲ୍ଲାରେ ଜନଗହଳିପୂର୍ଣ୍ଣ ମାର୍କେଟ୍ କଂମ୍ଲେକ୍ସ, ସାଇବର କାଫେ ଆଦି ସ୍ଥାନରେ ପରୀକ୍ଷା ଆୟୋଜନ କରୁଛି। ଏଭଳି ଏକ ବ୍ଲାକ ଲିଷ୍ଟେଡ୍ ସଂସ୍ଥାକୁ ପୁଣି କେଉଁ ପରିସ୍ଥିତିରେ ଓ ଟ୍ରିପଲ ଏସସି ପରୀକ୍ଷା ଆୟୋଜନ କରିବାକୁ ଅନୁମତି ଦିଆଗଲା, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିକ୍ଷାବିତ୍। 

Advertisment

ଏପଟେ ରାଜସ୍ବ ମନ୍ତ୍ରୀ କହିଛନ୍ତି, ଏ ସଂପର୍କରେ ମୁଖ୍ୟନ୍ତ୍ରୀଙ୍କୁ ଅବଗତ କରାଯାଇଛି। ସଂପୃକ୍ତ ସଂସ୍ଥା ବ୍ଳାକ୍ ଲିଷ୍ଟେଡ୍ ହୋଇଥିଲେ ଏହାକୁ ହଟାଇ ଦିଆଯିବ। ତ୍ରୁଟି ବିଚ୍ୟୁତି କେତେଦୂର ହୋଇଛି ଓ ଏହା ଫଳାଫଳ ଉପରେ କେତେଦୂର ପ୍ରଭାବ ପକାଇବ ତାକୁ ଅନୁଧ୍ୟାନ କରି ସରକାର ନିଷ୍ପତ୍ତି ନେବେ।

RI, ARI, ଅମିନ, ICDS ସୁପରଭାଇଜର, SFS ପଦବିରେ ନିଯୁକ୍ତି ଲାଗି ରାଜ୍ୟରେ ୫ ଲକ୍ଷରୁ ଅଧିକ ପିଲା ପରୀକ୍ଷା ଦେଉଛନ୍ତି। ଏତେ ସଂଖ୍ୟାରେ ପିଲାଙ୍କ ଭବିଷ୍ୟତ ସହ ଜଡିତ ଥିବା ପରୀକ୍ଷା ପରିଚାଳନା ବିବାଦକୁ ଆସିବା ପରେ, କଣ ରହିବ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ତା ଉପରେ ସମସ୍ତଙ୍କ ନଜର।

Advertisment

Exams
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ