Advertisment

ASO ପରୀକ୍ଷାକୁ ନେଇ ପୁଣି ଏକ ମାମଲା

ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ ଏଏସ୍‌ଓ ପରୀକ୍ଷାକୁ ନେଇ ଥମୁନି ଝାମେଲା। ଏହି ପରୀକ୍ଷାକୁ ନେଇ ହାଇକୋର୍ଟରେ ପୁଣି ଏକ ମାମଲା ହୋଇଛି।

ଅଦ୍ୟତନ ହୋଇଛି
Odisha High Court

Odisha High Court

Advertisment

ASO ପରୀକ୍ଷାକୁ ନେଇ ଥମୁନି ଝାମେଲା । ଏହି ପରୀକ୍ଷାକୁ ନେଇ ହାଇକୋର୍ଟରେ ପୁଣି ଏକ ମାମଲା ହୋଇଛି । ହାଇକୋର୍ଟ ରେ ସାନି ମାମଲା ଦାୟର କରିଛନ୍ତି କିଛି ପରୀକ୍ଷାର୍ଥୀ । ଚୟନ ପାଇଁ ବିଷୟ ଭିତ୍ତିକ ସର୍ବନିମ୍ନ ମାର୍କ ବ୍ୟବସ୍ଥା ଉଚ୍ଛେଦକୁ ଦାବି କରି ହାଇକୋର୍ଟରେ ଆବେଦନ କରିଛନ୍ତି କିଛି ପରୀକ୍ଷାର୍ଥୀ ।

Advertisment

ବିଷୟ ଭିତ୍ତିକ ସର୍ବନିମ୍ନ ମାର୍କ ଉଠାଇ ମେରିଟ ଲିଷ୍ଟ ପ୍ରକାଶ କରିବାକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ । OPSCକୁ ଆବେଦନର କପି ଦେବାକୁ ହାଇକୋଟ ନିର୍ଦ୍ଦେଶ ଦେଇଛନ୍ତି ।ଡିସେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ସୂଚନା ଥାଉକି, ଏହି ପରୀକ୍ଷା ପରିଚାଳନା ଓ ରେଜଲ୍ଟ ବାହାରିବାକୁ ନେଇ ପରୀକ୍ଷାର୍ଥୀଙ୍କ ଭିତରେ ପୂର୍ବରୁ ଅସନ୍ତୋଷ ଦେଖାଦେଇଥିଲା। ପରୀକ୍ଷା ଫଳ ପ୍ରକାଶରେ ଅନିୟମିତତା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ଯାହାକୁ ଓପିଏସ୍‌ସି ଖଣ୍ଡନ କରିଥିଲା। ସେପଟେ ଏହି ମାମଲା ମଧ୍ୟ ହାଇକୋର୍ଟକୁ ଯାଇଥିଲା।

Advertisment
High Court ASO Exam 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ