ସ୍କୁଲ ଅଧ୍ୟକ୍ଷଙ୍କ ମନମୁଖି କାର୍ଯ୍ୟ, ଛାତ୍ରଛାତ୍ରୀଙ୍କୁ ଜାଣିଶୁଣି ଫେଲ କଲେ !

ଛାତ୍ରଛାତ୍ରୀଙ୍କୁ ଜାଣିଶୁଣି ଫେଲ କରାଯାଇଥିବା ଅଭିଯୋଗ । ସ୍କୁଲରେ ବ୍ୟାପକ ଅବ୍ୟବସ୍ଥା ନେଇ କହିଲେ ଅଭିଭାବକ ।

Protest

କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ମନମୁଖି କାର୍ଯ୍ୟ । ଜାଣିଶୁଣି ପିଲାଙ୍କୁ କରିଦେଲେ ଫେଲ !  ଏହାର ପ୍ରତିବାଦ କରି ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ମାନେ କରିଛନ୍ତି ବିକ୍ଷୋଭ ପ୍ରଦର୍ଶନ । ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ବନମାଳୀ ପ୍ରସାଦ ନିକଟ କେନ୍ଦ୍ରୀୟ ବିଦ୍ୟାଳୟ ଆଗରେ ପ୍ରତିବାଦ କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ ।

ଏକାଦଶ ଶ୍ରେଣୀର ୯୭ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୧ ଜଣଙ୍କୁ ବାର୍ଷିକ ପରୀକ୍ଷାରେ ଅଧ୍ୟକ୍ଷ ଜାଣିଶୁଣି ଫେଲ୍ କରିଦେଇଥିବା ସେମାନେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଅଧ୍ୟକ୍ଷଙ୍କୁ ପଚାରିବାକୁ ସେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଦୁର୍ବ୍ୟବହାରକ କରିଥିବା ଅଭିଯୋଗ ମଧ୍ୟ ହୋଇଛି । ସ୍କୁଲରେ ସ୍ଥାୟୀ ଶିକ୍ଷକ ନାହାନ୍ତି । ତରବରିଆ ଭାବେ କୋର୍ସ ସାରିଦିଆଯାଉଥିବା ମଧ୍ୟ କହିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ସମସ୍ତ ଫେଲ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପାସ କରିବାକୁ ସେମାନେ ଦାବି କରିଛନ୍ତି । ତେବେ ଏନେଇ କେନ୍ଦ୍ରୀୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।