Advertisment

କାଲିଠୁ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି

ଆସନ୍ତାକାଲିଠୁ ମେ ୨ ଯାଏ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

ଅଦ୍ୟତନ ହୋଇଛି
 Technical Institutions To Be Closed FromTomorrow

Technical Institutions To Be Closed FromTomorrow

Advertisment

ଆସନ୍ତାକାଲିଠୁ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି। ଆସନ୍ତାକାଲିଠୁ ମେ ୨ ଯାଏ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। 

Advertisment

କ୍ଲାସ ବନ୍ଦ ରହିଲେ ମଧ୍ୟ ହେବାକୁ ଥିବା ପରୀକ୍ଷା ଚାଲିବ। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ମେ’ ୨ ଯାଏ କଲେଜ, ୟୁନିଭର୍ସିଟି କ୍ଲାସ୍‌ ମଧ୍ୟ ବନ୍ଦ ରହିଛି। ପ୍ରବଳ ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ ୟୁଜି/ପିଜି କ୍ଲାସ ବନ୍ଦ ଘୋଷଣା କରାଯାଇଛି। 

ସେହିପରି ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକ ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଛି। ସ୍କୁଲ ଛୁଟି ସତ୍ତ୍ୱେ ମାଟ୍ରିକ ଓ +୨ ପରୀକ୍ଷା ଚାଲୁ ରଖିବାକୁ ନିଷ୍ପତ୍ତି ହୋଇଛି।

Advertisment
Odisha Technical Institutions
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ