Schools To Undergo Colour Change: ଗେରୁଆ ରଙ୍ଗ ହେବ ସରକାରୀ ସ୍କୁଲ; ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ...

ସମସ୍ତ ସରକାରୀ ସ୍କୁଲ୍ ରଙ୍ଗ ସମାନ କରିବାକୁ ନିର୍ଦ୍ଦେଶ । ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲା OSEPA ।

Schools To Undergo Colour Change

ବଦଳିବ ସରକାରୀ ସ୍କୁଲ କୋଠାର ରଙ୍ଗ । ଗେରୁଆ ରଙ୍ଗ ହେବ ସମସ୍ତ ସରକାରୀ ସ୍କୁଲ ।  ସମସ୍ତ ସରକାରୀ ସ୍କୁଲ୍ ରଙ୍ଗ ସମାନ କରିବାକୁ ନିର୍ଦ୍ଦେଶ । ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲା OSEPA । ସ୍କୁଲ୍ ନିର୍ମାଣ, ମରାମତି ବେଳେ ରଙ୍ଗ ସମାନ କରିବାକୁ ନିର୍ଦ୍ଦେଶ । ବିଜେଡି ସରକାର ସମୟରେ ସ୍କୁଲ ରଙ୍ଗ ସବୁଜ ଥିଲା ।

କିଛିଦିନତଳେ ସରକାରୀ କୋଠାର ରଙ୍ଗ ବଦଳାଇ ଥିଲେ ସରକାର । କୋଠାର ବାହ୍ୟ କାନ୍ଥ କମଳା ରଙ୍ଗର ହେବ । ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବ ଏନେଇ ନିର୍ଦ୍ଦେଶନାମା ଜାରି କରିଥିଲେ । ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବ ଲକ୍ଷ୍ମୀକାନ୍ତ ପାଢ଼ୀଙ୍କ ପକ୍ଷରୁ ଇଂଜିନିୟର ଇନ ଚିଫଙ୍କୁ ଲେଖାଯାଇଥିବା ଚିଠିରେ ଦର୍ଶାଯାଇଥିଲା ଯେ ନୂଆ ସରକାରୀ କୋଠା ବା ପୁରୁଣା କୋଠାର ରଙ୍ଗ ପରିବର୍ତ୍ତନ ହେବ । 

ଅଧିକ ପଢ଼ନ୍ତୁ: ଯାଜପୁର ଏନ୍‌ସି କଲେଜ ଯୁକ୍ତ ୨ କୋଠା ନିର୍ମାଣ ଅଧାପନ୍ତରିଆ, ଠିକା ସଂସ୍ଥା ଛୁ...

ଚିଠିରେ ଲେଖାଯାଇଥିଲା ଯେ ବିଲ୍ଡିଂ କାର୍ଯ୍ୟକ୍ଷମ ଥିଲେ ମରାମତି କିମ୍ବା ନବୀକରଣ ବେଳେ ରଙ୍ଗ ବଦଳିବ । ବାହାର କାନ୍ଥ କମଳା ରଙ୍ଗର ହେବାକୁ ଥିବାବେଳେ ବର୍ଡ଼ରରେ ନାଲି ରଙ୍ଗ ଦିଆଯିବ । 

ଉଲ୍ଲେଖ ଥାଉ କି ଏହା ପୂର୍ବରୁ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ବଦଳିବ ବୋଲି କୁହାଯାଇଥିଲା । ଗୋଟିଏ ବର୍ଷ ପରେ ରଙ୍ଗ ପରିବର୍ତ୍ତନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ୨୦୨୩-୨୪ ଶିକ୍ଷାବର୍ଷରେ ବିଜେଡି ସରକାର ସମୟରେ ଛାତ୍ରଛାତ୍ରୀଙ୍କ ୟୁନିଫର୍ମର ରଙ୍ଗ ‘ହଣ୍ଟର ଗ୍ରିନ୍‌’ କରାଯାଇଥିଲା। ଏବେ ତାହାକୁ ବଦଳାଯାଇ ବାଦାମି ରଙ୍ଗର ଗାରପକା ସାର୍ଟ ଓ ଖଇରିଆ ରଙ୍ଗର ପ୍ୟାଣ୍ଟ ରଖିବାକୁ ନିଷ୍ପତ୍ତି ହୋଇଥିଲା ।

ଅଧିକ ପଢ଼ନ୍ତୁ: କିମ୍ସ, ହାଇଟେକ୍‌ ଓ ସମ୍‌ ହସ୍ପିଟାଲରେ EDର ଯାଞ୍ଚ