• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ଛିଡୁନି ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ NEET-UG ବିବାଦ। ଜୁନ ୪ ତାରିଖ ଦିନ NEET ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏଥିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ରାଜନୈତିକ ବିତର୍କ ତୀବ୍ର ହୋଇଛି। ତେବେ NEET-UG ୨୦୨୪କୁ ରଦ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ଏକ ପିଆଇଏଲ ଦାଖଲ କରାଯାଇଛି।

ମେ ୫ରେ ଅନୁଷ୍ଠିତ ହୋଇଥିବା NEETରେ ଅନିୟମିତତାର ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ ପାଇଁ ଏକ ଆବେଦନ କରାଯାଇଛି । ଏଥିସହ ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ କାଉନସେଲିଂ ନ କରିବା ପାଇଁ ଦାବି କରାଯାଇଛି। ଛାତ୍ରଛାତ୍ରୀମାନଙ୍କ ସହାୟତା ଏବଂ ଲାଭ ପାଇଁ କାର୍ଯ୍ୟ କରୁଥିବା ଏକ ସଂସ୍ଥାର ଦୁଇଜଣ ସଦସ୍ୟଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ପିଟିସନରେ କୁହାଯାଇଛି ଯେ NEET ପ୍ରଶ୍ନପତ୍ର ଲିକ୍ ଖବର ସେମାନଙ୍କୁ ଚକିତ କରିଦେଇଛି। ଏପରି ହେବାଦ୍ୱାରା ଅନେକ ମେଧାବୀ ଛାତ୍ରଙ୍କ ଡାକ୍ତର ହେବାର ସ୍ୱପ୍ନ ଭାଙ୍ଗିଯାଇଛି।

ଅଧିକ ପଢ଼ନ୍ତୁ: ପଙ୍କରେ ଫୁଟିଲା ପଦ୍ମ; ବାପା ଫଳ ବିକାଳୀ, ଝିଅ ହେଲା ଟପ୍ପର..

ପରୀକ୍ଷାରେ ମିଳିଥିବା ମାର୍କ ଉପରେ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି। ଆବେଦନ ଅନୁଯାୟୀ, କିଛି ଛାତ୍ର ୭୧୮ ଏବଂ ୭୧୯ ମାର୍କ ପାଇଛନ୍ତି। ଫୁଲ ମାର୍କ ୭୨୦ହୋଇଥିବା ବେଳେ ୬୭ଜଣ ଛାତ୍ର ଶତ ପ୍ରତିଶତ ରେଜଲ୍ଟ ଅର୍ଥାତ୍ ୭୨୦ମାର୍କରୁ ୭୨୦ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଆଶ୍ଚର୍ଯ୍ୟର କଥା ସେଥିମଧ୍ୟରୁ ଆଠ ଜଣ ଛାତ୍ର ସମାନ ପରୀକ୍ଷା କେନ୍ଦ୍ରରୁ ଆସିଛନ୍ତି। ଯାହା NTA ଦ୍ୱାରା କରାଯାଇଥିବା ପରୀକ୍ଷା ଉପରେ ସନ୍ଦେହ ସୃଷ୍ଟି କରିଛି। ନିକଟରେ ସୁପ୍ରିମକୋର୍ଟ NEET-UG ଫଳାଫଳ ଘୋଷଣାରେ ରୋକ୍‌ ଲଗାଇବାକୁ ମନା କରିଦେଇଥିଲେ, କିନ୍ତୁ ଏହି ମାମଲାରେ NTA ଏବଂ ଅନ୍ୟମାନଙ୍କୁ ନୋଟିସ ଜାରି କରିଥିଲେ।

ଦେଶର ଟପ୍‌ ମେଡିକାଲ କଲେଜମାନଙ୍କରେ ନାମ ଲେଖା ପାଇଁ ଅନୁଷ୍ଠିତ ହୋଇଥାଏ NEET-UG । ଏଥର ନିଟ୍ ପରୀକ୍ଷା ମେ ୫ ତାରିଖରେ ଅନୁଷ୍ଠିତ ହୋଇଥିଲା। ସାରା ଦେଶରେ ୨୪ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସେମାନଙ୍କ ନାମ ରେଜିଷ୍ଟ୍ରେସନ କରାଇଥିଲେ। ଏଥିରୁ ୨୩.୩୩ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ପରୀକ୍ଷା ଫଳ ଜୁନ ୧୪ ତାରିଖରେ ଘୋଷଣା ହେବା କଥା। ତେବେ ୧୦ ପୂର୍ବରୁ ଜୁନ ୪ ତାରିଖରେ ପରୀକ୍ଷା ଫଳାଫଳ ଘୋଷଣା କରିଦିଆଯାଇଥିଲା। ତେବେ ଏନଟିଏ ଅଧ୍ୟକ୍ଷ ପ୍ରଶ୍ନପତ୍ର ଲିକ୍ ଅଥବା ଅନ୍ୟ କୌଣସି ପ୍ରକାରର ଅନିୟମିତତାକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ କୌଣସି ତ୍ରୁଟି କରାଯାଇନି।

OTV is now on Whatsapp

Join and get latest news update delivered to you via whatsapp

Join Now