Advertisment

ଅଷ୍ଟମ ଶ୍ରେଣୀ ଅଫଲାଇନ୍‌ କ୍ଲାସ ଆରମ୍ଭ

ଯେହେତୁ ପିଲା ମାନେ ଟିକା ନେଇନାହାନ୍ତି ତେଣୁ ସଂକ୍ରମଣ ଆଶଙ୍କା ଅଧିକ ରହିଛି। ସେ ଦୃଷ୍ଟିକୋଣରୁ ସାନିଟାଇଜର ଓ ମାସ୍କକୁ କଡ଼ାକଡ଼ା ପାଳନ କରାଯିବ। ସେପଟେ ଲମ୍ବା ସମୟ ପରେ ସ୍କୁଲ ଖୋଲୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ରହିଛି।

8th class Offline Class

8th class Offline Class

Advertisment

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଅଷ୍ଟମ ଶ୍ରେଣୀ କ୍ଲାସରୁମ୍ ପାଠପଢ଼ା। କୋଭିଡ୍ ସଂକ୍ରମଣ ଯୋଗୁ ପ୍ରାୟ ୧୮ ମାସ ବନ୍ଦ ରହିବା ପରେ ଆଜିଠୁ ଅଫଲାଇନ୍‌ରେ ପାଠପଢ଼ା ଆରମ୍ଭ ହେବ। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ଆଜିଠୁ ଅଷ୍ଟମ ଶ୍ରେଣୀରେ ପାଠପଢ଼ା ହେବ। ସକାଳ ୯ଟାରୁ ସାଢ଼େ ୧୨ଟା ଯାଏଁ କ୍ଲାସ୍ ଚାଲିବ। ଅଫଲାଇନ୍ ପାଠପଢ଼ା ପାଇଁ ସ୍କୁଲ ଗୁଡ଼ିକରେ କଡ଼ା କୋଭିଡ୍ କଟକଣା ପାଳନ କରାଯାଉଛି। 

Advertisment

ଯେହେତୁ ପିଲା ମାନେ ଟିକା ନେଇନାହାନ୍ତି ତେଣୁ ସଂକ୍ରମଣ ଆଶଙ୍କା ଅଧିକ ରହିଛି। ସେ ଦୃଷ୍ଟିକୋଣରୁ ସାନିଟାଇଜର ଓ ମାସ୍କକୁ କଡ଼ାକଡ଼ା ପାଳନ କରାଯିବ। ସେପଟେ ଲମ୍ବା ସମୟ ପରେ ସ୍କୁଲ ଖୋଲୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ରହିଛି।

ପ୍ରଥମ ଦୁଇଦିନ ପାଠ ପଢ଼ା ଯିବନି, କେବଳ ପିଲାମାନଙ୍କ ସହ ଆଲୋଚନା କରାଯିବ। ପାଠପଢ଼ା ନେଇ ଆଲୋଚନା କରିବେ ଶିକ୍ଷକ ଓ ପରିଚାଳନା କମିଟି। ୨୭, ୨୮, ୨୯ରେ ସ୍ୱତନ୍ତ୍ର ପରୀକ୍ଷା ଜରିଆରେ ଶିକ୍ଷଣ ସ୍ତର ଆକଳନ ହେବ। ଆକଳନ ସରିବା ପରେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିକାତ୍ମକ ଶିକ୍ଷାଦାନ ହେବ।  ସ୍କୁଲରେ ଭୟମୁକ୍ତ ବାତାବରଣ ସୃଷ୍ଟି ପାଇଁ ଶିକ୍ଷକମାନେ ପ୍ରଚେଷ୍ଟା କରିବେ। ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ବଦଳରେ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ।

Advertisment
Schools In Odisha SOP Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ