Advertisment

ଆଜିଠାରୁ ଆରମ୍ଭ ଦଶମ ଶ୍ରେଣୀର ସମେଟିଭ ପରୀକ୍ଷା

ଗତ ବର୍ଷ କରୋନା ପାଇଁ ମାଟ୍ରିକ୍ ପରୀକ୍ଷା ବାତିଲ ହୋଇଥିଲା। ବିକଳ୍ପ ମୂଲ୍ୟାୟନ ଆଧାରରେ ମାର୍କ ଦିଆଯାଇଥିଲା। ଯାହାକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷ ଦେଖାଦେଇଥିଲା।

matric exam

matric exam

Advertisment

ଭୁବନେଶ୍ୱର: ଓମିକ୍ରନ୍‌ର ଆଶଙ୍କା ଭିତରେ ଆଜିଠାରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀର ସମେଟିଭ ପରୀକ୍ଷା। ଆଜି ପ୍ରଥମ ସିଟିଂରେ ଓଡ଼ିଆ ବିଷୟରେ ପରୀକ୍ଷା ଦେବେ। ଛାତ୍ରଛାତ୍ରୀ ଦ୍ୱିତୀୟ ସିଟିଂରେ ଗଣିତ ବିଷୟ ରହିଛି। ଏଥିଲାଗି ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ୍ ସମୟ ମିଳିବ। ସକାଳ ୧୦ଟାରୁ ୧୧ଟା ଓ ଦିନ ୧୨ଟାରୁ ଗୋଟାଏ ଯାଏଁ ଏଭଳି ଦୁଇଟି ସିଟିଂରେ ପରୀକ୍ଷା ହେବ। ଚାରିଦିନ ଧରି ପରୀକ୍ଷା ଚାଲିବ ପ୍ରଥମ ତିନିଦିନ ଥିଓରୀ ପରୀକ୍ଷା ଥିବାବେଳେ ୮ ତାରିଖରେ କେବଳ ପ୍ରାକ୍ଟିକାଲ ପରୀକ୍ଷା ହେବ। ମଲଟିପୁଲ୍ ଚଏସ୍ ବେସଡ୍ ଓଏମଆର ସିଟ୍‌ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ମୋଟ୍ ୫୦ ମାର୍କର ପରୀକ୍ଷା ହେବ।

Advertisment

ଏଥିପାଇଁ ୩୧୧ଟି ନୋଡାଲ୍ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିସାରିଛି। ସକାଳ ୮ଟାରୁ ନୋଡାଲ୍ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନପତ୍ର। ପରୀକ୍ଷା ଦେବେ ୫ଲକ୍ଷ ୭୬ ହଜାର ୨୨୩ ଜଣ ଛାତ୍ରଛାତ୍ରୀ। ପ୍ରତି କ୍ଲାସରୁମ୍‌ରେ ଅତି ବେଶୀରେ ୨୪ ଜଣ ଛାତ୍ରଛାତ୍ରୀ ବସିବେ। ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଓ କୋଭିଡ ଗାଇଡ୍ ଲାଇନକୁ କ଼ଡାକଡି ଭାବେ ପାଳନ କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଗତ ବର୍ଷ କରୋନା ପାଇଁ ମାଟ୍ରିକ୍ ପରୀକ୍ଷା ବାତିଲ ହୋଇଥିଲା। ବିକଳ୍ପ ମୂଲ୍ୟାୟନ ଆଧାରରେ ମାର୍କ ଦିଆଯାଇଥିଲା। ଯାହାକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷ ଦେଖାଦେଇଥିଲା। ମାଧ୍ୟମିକ ଶିକ୍ଷା ପରିଷଦର ଅଦୂରଦର୍ଶିତା ଲାଗି ପିଲାଙ୍କ କ୍ୟାରିୟର ପ୍ରଭାବିତ ହୋଇଥିବା ଅଭିଯୋଗ ଆସିବା ପରେ ଚଳିତ ବର୍ଷ ଠାରୁ ପ୍ରଥମ ଥର ଲାଗି ୪ଟି ଫର୍ମେଟିଭ ଓ ଦୁଇଟି ସମ୍ମେଟିଭ ପରୀକ୍ଷା କରିବାକୁ ବୋର୍ଡ ଘୋଷଣା କରିଥିଲା।

Advertisment

ଯାହାଦ୍ୱାରା ମହାମାରୀ ପାଇଁ ବୋର୍ଡ ପରୀକ୍ଷା ଯଦିବା ବାତିଲ୍ ହୁଏ, ତେବେ ଫର୍ମେଟିଭ ଓ ସମ୍ମେଟିଭ ପରୀକ୍ଷା ଆଧାରରେ ମୂଲ୍ୟାୟନ କରାଯାଇପାରିବ। ଆସନ୍ତା ମାର୍ଚ୍ଚ ମାସରେ ଦ୍ୱିତୀୟ ସମ୍ମେଟିଭ ପରୀକ୍ଷା କରିବାକୁ ବୋର୍ଡ ଲକ୍ଷ୍ୟ ରଖିଛି।

BSE Matric Exam SA 1
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ