• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମା’ର ମମତା ଭୁଲିଗଲା ପୁଅ । ଯିଏ ରକତ ନିଗାଡ଼ି ଛୋଟରୁ ବଡ଼ କରିଥିଲା ତା’ର ଜୀବନ ନେଇଗଲା । ଏଭଳି ଘଟଣା ଘଟିଛି ବରଗଡ଼ ଜିଲ୍ଲା ସଦର ଥାନା ପିପିଲିପାଲି ଗାଁରେ । ଜଣେ ୭୦ ବର୍ଷୀୟା ବୃଦ୍ଧା ମା’କୁ ତାଙ୍କ ପୁଅ ହିଁ ତଣ୍ଟି ଚିପି ହତ୍ୟା କରିଛି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଅକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍‌ ।

ମୃତ ମହିଳା ଜଣଙ୍କ ହେଲେ ପାନ ଭୁଏ । ତାଙ୍କର ୪ ଜଣ ପୁଅ ମଧ୍ୟରୁ ୩ ଜଣ ବାହାରେ ରୁହନ୍ତି । ସାନ ପୁଅ କାର୍ତ୍ତିକ ମା’ ସହିତ ଗାଁରେ ରହେଲେ। ଗତକାଲି କାର୍ତ୍ତିକ କୌଣସି କାରଣ ପାଇଁ ମା’କୁ ମାଡ଼ ମାରିବା ସହ ତଣ୍ଟିଚିପି ହତ୍ୟା କରିଛି । ଏକଥା ଜଣା ପଡ଼ିବା ପରେ ତାଙ୍କ ଘରେ ଲୋକଙ୍କ ଭିଡ଼ ଜମିଯାଇଥିଲା । ପଡ଼ୋଶୀ ହତ୍ୟାକାଣ୍ଡ ସମ୍ପର୍କରେ ପୋଲିସ୍‌କୁ ଖବର ଦେଇଥିଲେ।

ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍ । ଏବେ ଅଭିଯୁକ୍ତ କାର୍ତ୍ତିକଙ୍କୁ ଥାନାକୁ ନେଇ ପଚରାଉଚରା କରାଯାଇଛି । ତେବେ କାର୍ତ୍ତିକ କ’ଣ ପାଇଁ ମା’କୁ ହତ୍ୟା କଲେ, ତାହା ଜଣାପଡ଼ି ନାହିଁ । ଆଜି ସକାଳେ ପୋଲିସ୍‌ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣା ତଦନ୍ତ କରୁଛି ।