‘ନିଜେ ନିଜକୁ କରିଥିଲା ଗୁଳି’
ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଗୁଳିମାଡ଼ ଘଟଣାରେ ଟ୍ବିଷ୍ଟ । ନିଜେ ନିଜ ହାତକୁ ଗୁଳି କରିଥିଲେ ଯୁବକ । ପ୍ରାଥମିକ ତଦନ୍ତରୁ ଏଭଳି ଖୁଲାସା କରିଛି ପୋଲିସ । ପ୍ରତିଶୋଧ ନେବାକୁ ଗୁଳିମାଡ଼ ନାଟକ ରଚିଥିଲା ଆହତ ଦୀପ୍ତିରଞ୍ଜନ ମହାପାତ୍ର ।
ଅଧିକ ପଢ଼ନ୍ତୁ: ସୀମା ଟପିଲା ବର୍ବରତା, ଖୁଣ୍ଟରେ ବାନ୍ଧି ନାବାଳକଙ୍କୁ ପରିସ୍ରା ପିଆଇଲେ
ବାଲିପାଟଣା ପୋଲିସର ସୂଚନା ଅନୁସାରେ, ଦୀପ୍ତିରଞ୍ଜନ ଗତବର୍ଷ ଏକ ଦୁଷ୍କର୍ମ ମାମଲାରେ ଜେଲ ଯାଇଥିଲା । ଦୁଷ୍କର୍ମ ପୀଡ଼ିତାଙ୍କ ସ୍ବାମୀଙ୍କ ଉପରେ ପ୍ରତିଶୋଧ ନେବାକୁ ସେ ଯୋଜନା କରିଥିଲା । ପୀଡ଼ିତାଙ୍କ ଘର ସାମ୍ନାରେ ଠିଆ ହୋଇ ନିଜ ହାତକୁ ନିଜେ ଗୁଳି ଚଳାଇଥିଲା ଦୀପ୍ତିରଞ୍ଜନ । ଏହି ଘଟଣାରେ ତାକୁ ବନ୍ଧୁକ ଦେଇଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ସେହିପରି ଆହତ ଦୀପ୍ତି ଏବେ ହସ୍ପିଟାଲରେ ଅଛି । ସ୍ବାସ୍ଥ୍ୟାବସ୍ଥା ସୁଧୁରିବା ପରେ ତାକୁ ଗିରଫ କରାଯିବ ବୋଲି ପୋଲିସ କହିଛି ।
ସେପଟେ ଏହି ଘଟଣାରେ ବାଲିପାଟଣା ଥାନା ଆଗରେ ଦେଖିବାକୁ ମିଳିଥିଲା ହାଇଡ୍ରାମା । ଦୀପ୍ତିରଞ୍ଜନଙ୍କ ମାଆ କିରୋସିନ ଧରି ଦେହରେ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ପୋଲିସ ତାଙ୍କୁ ଅଟକାଇଥିଲା । ଦୀପ୍ତିରଞ୍ଜନଙ୍କ ମାଆ ଅଭିଯୋଗ କରିଛନ୍ତି, ପୁଅକୁ ମିଛ ଦୁଷ୍କର୍ମ ମାମଲାରେ ଫସାଇ ଦିଆଯାଇଛି । ଏବେ ପୁଣି ପୁଅକୁ ଜେଲରେ ପୂରାଇଲେ ବାପା-ମାଆ ଆତ୍ମାହୂତି ଦେବୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745148840.jpg)