Stabbing Attack
ମୟୂରଭଞ୍ଜ ବାରିପଦାରେ ବିଚ୍ ରାସ୍ତାରେ ଛୁରାମାଡ କରି ଦୁର୍ବୃତ୍ତ ଫେରାର । ବାରିପଦା ସହରରେ ଷ୍ଟେସନ ବଜାର ରାସ୍ତାରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଯୁବକ ଜଣକ ସ୍ଥାନୀୟ ଏକ ବିଦେଶୀ ମଦ ଦୋକାନର କର୍ମଚାରୀ ବୋଲି ସୂଚନା ମିଳିଛି । ପରିବା କିଣୁଥିବାବେଳେ ଜଣେ ଯୁବକ ଆସି ତାଙ୍କ ସହ କଥା ହୋଇ ଅତର୍କିତ ଆକ୍ରମଣ କରିଥିଲା । ତାଙ୍କ ହାତ ଓ ଦେହରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଯୁବକଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।
ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରିଛନ୍ତି । ଖବରପାଇ ବାରିପଦା ଟାଉନଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯୁବକ ଜଣକ ନାଁ ମୁନା ଯାଦବ । ତାଙ୍କ ଘର ବିହାରର ସାସାରାମ ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି । ସେ ଗତ ଦୁଇ ମାସ ହେଲା ଏକ ବିଦେଶୀ ମଦ ଦୋକାନରେ କାମ କରୁଥିଲେ । ତେବେ ଛୁରାମାଡର କାରଣ ସ୍ପଷ୍ଟ ହୋଇନାହିଁ । ସୂଚନାଯୋଗ୍ୟ, ସପ୍ତାହକ ତଳେ ବାରିପଦା ସହରରେ ଗୁଳିକାଣ୍ଡ ହୋଇଥିଲା । ଏହି ଆକ୍ରମଣ ଘଟଣା ମନରୁ ନଲିଭୁଣୁ ପୁଣି ଏପରି କାଣ୍ଡକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751438906.jpg)