Advertisment

ଜୀବନର ମୂଲ୍ୟ କ’ଣ ମାତ୍ର ୩୦ ହଜାର ଟଙ୍କା ? ସାଙ୍ଗର ଜୀବନ ନେଲା ସାଙ୍ଗ, ହତ୍ୟା କରି ନାଳରେ ଫିଙ୍ଗି ଦେଲା

ମାତ୍ର ୩୦ ହଜାର ଟଙ୍କା ପାଇଁ ହତ୍ୟା ପରି ଜଘନ୍ୟକାଣ୍ଡ ଘଟାଇବାକୁ ପଛାଇଲେ ନାହିଁ। ତାହା ପୁଣି ଅଜଣା ଲୋକ କି ଚୋର ଡକାୟତ ଖଣ୍ଟ ନୁହେଁ, ବରଂ ନିଜ ଗାଁ ଲୋକ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ଘନିଷ୍ଠ ସମ୍ପର୍କ ଥାଇ ମଧ୍ୟ ହତ୍ୟା କରିବାକୁ ପଛାଇଲେ ନାହିଁ ଗାଁ ଲୋକେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Youth Murder In Mayurbhanj

Youth Murder In Mayurbhanj

ଜୀବନର ମୂଲ୍ୟ ମାତ୍ର କ’ଣ ୩୦ ହଜାର ଟଙ୍କା ? ମାତ୍ର ୩୦ ହଜାର ଟଙ୍କା ପାଇଁ ହତ୍ୟା ପରି ଜଘନ୍ୟକାଣ୍ଡ ଘଟାଇବାକୁ ପଛାଇଲେ ନାହିଁ। ତାହା ପୁଣି ଅଜଣା ଲୋକ କି ଚୋର ଡକାୟତ ଖଣ୍ଟ ନୁହେଁ, ବରଂ ନିଜ ଗାଁ ଲୋକ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ଘନିଷ୍ଠ ସମ୍ପର୍କ ଥାଇ ମଧ୍ୟ ହତ୍ୟା କରିବାକୁ ପଛାଇଲେ ନାହିଁ ଗାଁ ଲୋକେ। ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅଞ୍ଚଳରେ ଏ ହତ୍ୟାକାଣ୍ଡ ଘଟିଛି। 

Advertisment

ସୂଚନା ଅନୁସାରେ, ଗତ ୧୪ ତାରିଖ ରାତିରେ ଝାଡ଼ବେଡ଼ା ନିକଟ ସଙ୍ଗାତମରା ନାଳରୁ ଗେନ୍ତେଇ ସାହିର ଧନେଶ୍ୱର ଗୁଇୟାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପୋଲିସ ଏହି ଘଟଣାରେ ଧନେଶ୍ୱରଙ୍କ ଗାଁର ପୀତାମ୍ବର ବେହେରାକୁ ଗିରଫ କରିଛି। ତଦନ୍ତରୁ ଯାହା ଜଣାପଡ଼ିଛି, ତାହା ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ। 

ପୋଲିସ୍‌ କହିବା ଅନୁସାରେ, ଗତ ୪ ତାରିଖରେ ଧନେଶ୍ୱର ଘର ପାଇଁ ଆଜବେଷ୍ଟସ୍ କିଣିବାକୁ ୩୦ ହଜାର ଟଙ୍କା ନେଇ ଭଞ୍ଜକିଆ ବଜାରକୁ ଯାଉଥିଲେ। ଧନେଶ୍ୱର ନିଜ ସହ ପୀତାମ୍ବରଙ୍କୁ ନେଇଥିଲେ। ହେଲେ ସେ କ’ଣ ଜାଣିଥିଲେ, ମାତ୍ର ୩୦ ହଜାର ଟଙ୍କା ପାଇଁ ନିଜ ସାଙ୍ଗ ପୀତାମ୍ବର ହିଁ ତାଙ୍କର ଜୀବନ ନେଇଯିବ ବୋଲି। 

Advertisment

ସଙ୍ଗାତମରା ନାଳ ପାଖରେ ପୀତାମ୍ବର ତଣ୍ଟି କାଟି ଧନେଶ୍ୱରଙ୍କୁ ହତ୍ୟା କରିଥିଲେ। ଏହାପରେ ନାଳରେ ମୃତଦେହ ଉପରେ ଏକ ପଥର ରଖି ଘରକୁ ପଳାଇ ଆସିଥିଲେ। ଧନେଶ୍ୱରଙ୍କ ମୃତଦେହ ମିଳିବା ପରେ ପୀତାମ୍ବରଙ୍କୁ ପଚରାଉଚରା କରିବା ପରେ ହତ୍ୟା କରିଥିବା କଥା ସେ ସ୍ୱୀକାର କରିଥିଲା। ଟଙ୍କା ଲୋଭରେ ହିଁ ପୀତାମ୍ବର ଏହି ହତ୍ୟା କରିଥିବା ମାନିଥିବା ପୋଲିସ କହିଛି। ପୀତାମ୍ବରଙ୍କ ପାଖରୁ କଟୁରି, ମୋବାଇଲ, ମନିପର୍ସ ଓ ଗୋଟିଏ ବାଇକ୍ ପୋଲିସ୍‌ ଜବତ କରିଛି। 

Murder
Advertisment
Advertisment