ବଜାର ଉପରେ ହାଣି ହାଣି ମାରିଦେଲେ
ମାର୍କେଟ ଉପରେ ଗଡ଼ିଲା ଯୁବକଙ୍କ ମୁଣ୍ଡ । ରକ୍ତ ରଞ୍ଜିତ ହେଲା ବଜାର । ରାସ୍ତାରେ ଖେଳିଲା ରକ୍ତର ନଦୀ । ଘରୁ ଡାକି ଆଣି କଲେ ସଂଘବଦ୍ଧ ଆକ୍ରମଣ । ରୋଡ୍ ଉପରେ ହିଁ ଯୁବଙ୍କୁ ହାଣି ମାରିଦେଲେ ।
ଗୁରୁବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ଷଣ୍ଢପୁରଠାରେ ଘଟିଛି ଏଭଳି କିଛି ଭୟଙ୍କର ହତ୍ୟାକାଣ୍ଡ । ମୃତ ଯୁବକ ହେଲେ ଜଟଣୀ ନୂଆଗାଁର ମାନସ ଦଳେଇ । ଏହାକୁ ନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ଗୁରୁବାର ସନ୍ଧ୍ୟାରେ ମାନସ ନିଜ ଘରେ ଥିଲେ । ଏତିକି ବେଳେ କେହି ଜଣେ ତାଙ୍କୁ ଘରୁ ଡାକି ଆଣିଥିଲେ ।
ଏହାପରେ ଜଟଣୀ ଥାନା ଷଣ୍ଢପୁର ଛକରେ ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଖଣ୍ଡାରେ ଜଣଙ୍କ ପରେ ଜଣେ ତାଙ୍କୁ ହାଣି ଚାଲିଥିଲେ । ଏହାପରେ ଘଟଣାସ୍ଥଳରୁ ଛୁ ମାରିଥିଲେ ଅଭିଯୁକ୍ତ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାରକରି ଏମ୍ସରେ ଭର୍ତ୍ତି କରିଥିଲା ।
ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣାରେ ସମ୍ପୃକ୍ତ ଥିବା ସମସ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି । ହତ୍ୟାକାଣ୍ଡ ପଛରେ ନିଶା କାରବାର ଓ ଜମି ଜବରଦଖଲ ଥିବା ନେଇ ସନ୍ଦେହ କରାଯାଉଛି ।
ତେବେ ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ମୃତ ମାନସଙ୍କ ନାମରେ ବି ପୂର୍ବରୁ ଅନେକ ମାମଲା ରହିଛି । ପୋଲିସ ଆଖପାଖରେ ଥିବା ସିସିଟିଭି ଯାଞ୍ଚ କରିବା ସହ ପରିବାର ଲୋକଙ୍କୁ ବି ପଚରା ଉଚରା ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743822747.jpg)