Advertisment

ଭୁବନେଶ୍ୱରରେ ଚାଞ୍ଚଲ୍ୟ ! ଅପହରଣ କରି ନେବାବେଳେ, ଚଳନ୍ତା କାର୍‌ରୁ ଡେଇଁ ପଡ଼ିଲେ ଯୁବକ...

ଯୁବକଙ୍କୁ ଅପହରଣ କରି ଦୁର୍ବୃତ୍ତମାନେ ନେବାବେଳେ, ଚଳନ୍ତା କାର୍‌ରୁ ଯୁବକ ଜଣକ ଡେଇଁ ପଡ଼ିଥିଲେ। ତେବେ ଥାନାରେ ପହଞ୍ଚିବା ପରେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
Youth Jumps Off From Kidnappers Running Car In Bhubaneswar

Youth jumps off from kidnappers running car in Bhubaneswar

Advertisment

ରାଜଧାନୀ ଭୁବନେଶ୍ୱର ରେ ଚାଞ୍ଚଲ୍ୟ ! ଯୁବକଙ୍କୁ ଅପହରଣ କରି ଦୁର୍ବୃତ୍ତମାନେ ନେବାବେଳେ, ଚଳନ୍ତା କାର୍‌ରୁ ଯୁବକ ଜଣକ ଡେଇଁ ପଡ଼ିଥିଲେ। ତେବେ ଥାନାରେ ପହଞ୍ଚିବା ପରେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଗାଡକଣର ବିଚିତ୍ର ପଲେଇ। ଜୀବନ ବଞ୍ଚାଇବା ପାଇଁ ବିଚିତ୍ର ଅପହରଣକାରୀଙ୍କ କବଳରୁ ଖସି ଯାଇଥିଲେ ମଧ୍ୟ ପରେ ତାଙ୍କ ଜୀବନ ଚାଲି ଯାଇଛି।

Advertisment

ସୂଚନା ଅନୁସାରେ, ଋଣ କାରବାର ନେଇ ଗତକାଲି ବିଳମ୍ବିତ ରାତିରେ ବିଚିତ୍ରଙ୍କୁ ୨ ଜଣ ଯୁବକ ଜୋରଜବରଦସ୍ତ ଉଠାଇ କାର୍‌ରେ ନେଇ ଯାଇଥିଲେ। ଏହି ସମୟରେ ବିଚିତ୍ର ବାଣୀବିହାର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ସାମ୍ନାରେ ଚଳନ୍ତା କାର୍‌ରୁ ଡେଇଁ ଦୌଡ଼ିଥିଲେ ପରେ ତାଙ୍କୁ ଧରିବାକୁ ଦୌଡ଼ୁଥିବା ୨ ଜଣ ଯୁବକଙ୍କୁ କାବୁ କରି ଲୋକମାନେ ପୋଲିସ ଜିମା ଦେଇଥିଲେ।

ତେବେ ବିଚିତ୍ର ଥାନାରେ ପହଞ୍ଚିବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ। ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସହିଦନଗର ପୋଲିସ ୨ ଅପହରଣକାରୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ପୋଲିସ୍‌ ତଦନ୍ତରୁ ଜଣାପଡ଼ିଛି, ଲୋନ୍‌ ଟଙ୍କା ଦେବାରେ ବିଳମ୍ବ ଯୋଗୁ ୨ ଯୁବକ ବିଚିତ୍ରଙ୍କୁ ଜୋରଜବରଦସ୍ତ ଉଠାଇ ନେଇଥିଲେ। ଏହାସହ ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି। 

Advertisment
Kidnap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ