Advertisment

ବିଚ୍ ବଜାରରେ ପୋଲିସର ଦାଦାଗିରି ! ଯୁବକଙ୍କୁ ନିସ୍ତୁକ ମାଡ଼, ଭିଡିଓ ଭାଇରାଲ..

ସର୍ବସମ୍ମୁଖରେ ଯୁବକଙ୍କୁ ପୋଲିସ ଅଧିକାରୀଙ୍କ ନିସ୍ତୁକ ମାଡ଼। ସିସିଟିଭିରେ କଏଦ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଘଟଣାଟି ପିପିଲି ଅଞ୍ଚଳର ଏବଂ ସୋମବାର ରାତିର ବୋଲି ଚର୍ଚ୍ଚା ହେଉଛି।

ଅଦ୍ୟତନ ହୋଇଛି
Third Degree Torture

Third Degree Torture

Advertisment

ବିଚ୍ ବଜାରରେ ପୋଲିସର ଥାର୍ଡ ଡିଗ୍ରୀ। ସର୍ବସମ୍ମୁଖରେ ଯୁବକଙ୍କୁ ପୋଲିସ ଅଧିକାରୀଙ୍କ ନିସ୍ତୁକ ମାଡ଼। ସିସିଟିଭି କ୍ୟାମେରାରେ କଏଦ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଏହା ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ବୋଲି କୁହାଯାଉଛି।

Advertisment

ପ୍ରାଥମିକ ସୂଚନା ଅନୁସାରେ, କିଏ ଆଗ ଗାଡ଼ିରେ ତେଲ ପକାଇବ ତାକୁ ନେଇ ପେଟ୍ରୋଲ ପମ୍ପ କର୍ମଚାରୀ ଏବଂ ଜଣେ ଯୁବକ ପାଟିତୁଣ୍ଡ ଓ ହାତାହାତି ହୋଇଥିଲେ। ଥାନାରେ ଏହାର ସମାଧାନ ବି ହୋଇଥିଲା। ଯୁବକ ଜଣକ ହେଲେ ହସନପୁର ଗାଁର ନୃସିଂହ ପ୍ରଧାନ। ତେବେ କୌଣସି କାରଣରୁ ପୋଲିସ ଅଧିକାରୀ ଜଣକ ସୋମବାର ରାତି ପ୍ରାୟ ୧୦ଟା ବେଳେ ନୃସିଂହଙ୍କୁ ବାଡ଼ିରେ ନିସ୍ତୁକ ମାଡ଼ ମାରିଥିବା ଭିଡିଓରେ ଦେଖିବାକୁ ମିଳୁଛି। ଆଉ ୨ ଜଣ ନୃସିଂହଙ୍କ ହାତକୁ ଧରି ରଖିଛନ୍ତି।

ପୋଲିସର ଏଭଳି ନୃଶଂସ ବ୍ୟବହାରକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ, ଏହା ପଛର ପ୍ରକୃତ କାରଣ ଜଣାପଡ଼ିନାହିଁ। ଏନେଇ ସମ୍ପୃକ୍ତ ଯୁବକ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
Police Third Degree
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ