Advertisment

କାଳ ହେଲା ଅନଲାଇନ୍‌ ଟ୍ରେଡିଂ ! ବ୍ରିଜ ଉପରେ କାର୍ ଓ ଚପଲ ଥୋଇ ଯୁବକ ନିଖୋଜ

ଅନ୍‌ଲାଇନ ଟ୍ରେଡିଙ୍ଗରେ କ୍ଷତି ସହିବା ପରେ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଅଦ୍ୟତନ ହୋଇଛି
Youth Commits Suicide by Jumping over Trisulia Bridge

Online Trading

Advertisment

କଟକ ତ୍ରିଶୁଳିଆ ବ୍ରିଜରୁ ପୁଣି ଜଣେ ନିଖୋଜ । ବ୍ରିଜ ଉପରେ କାର୍ ଓ ଚପଲ ଥୋଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ଯୁବକ ଜଣକ ବ୍ରିଜ ଉପରୁ କାଠଯୋଡି ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଭୁବନେଶ୍ୱରରେ ରହୁଥିବା ଗୁଜୁରାଟୀ ବ୍ୟବସାୟୀ ତୁଷାର ଭଟ୍ଟ ଗତ ବୁଧବାର ଦିନ ୨ଟା ବେଳେ ଘରୁ ବାହାରି ଆଉ ଫେରିନଥିଲେ। ତେବେ ସେ ନିଖୋଜ ପୂର୍ବରୁ ଘରକୁ ସେଲଫି ପଠାଇଥିଲେ ବୋଲି ସୂଚନା ମିଳିଛି ।

Advertisment

ତାଙ୍କ କାର ତ୍ରିଶୁଳିଆ ବ୍ରିଜ ଉପରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ବାରଙ୍ଗ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଅନ୍‌ଲାଇନ ଟ୍ରେଡିଙ୍ଗରେ କ୍ଷତି ସହିବା ପରେ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁସାରେ ଗତ ଜୁଲାଇ ୩୧ରେ କଟକ ନେତାଜୀ ସୁବାଷ ସେତୁ ଉପରେ କଟକ ଓଡିଆ ବଜାର ଅଞ୍ଚଳର ମମତା ସାହୁ ନାମକ ଜଣେ ଯୁବତୀ ସ୍କୁଟି ଥୋଇ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ବୁଧବାର ଭୋର୍ ସମୟରୁ ବ୍ରିଜ ଉପରେ ଏକ ନାଲି ରଙ୍ଗର ଚାବି ଲାଗିଥିବା ଅବସ୍ଥାରେ ସ୍କୁଟି ଥୁଆହୋଇଥିବା ବେଳେ ପାଖରେ ଏକ ଚପଲ ମଧ୍ୟ ଥୁଆ ହୋଇଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଗାଡ଼ି ରଖିଦେଇ ନଦୀକୁ ଡେଇଁ ପଡି ଆତ୍ମହତ୍ୟା ଉଦ୍ୟମ କରିଥାଇପାରନ୍ତି ବୋଲି ସନ୍ଦେହ କରିଥିଲେ ସାଧାରଣ ଲୋକ। ଏହାପରେ ପୋଲିସ୍‌କୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ଅଗ୍ନିଶମ ବାହିନୀ ପକ୍ଷରୁ ବହୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳିନାହିଁ ।

Advertisment
Missing Boy Suicide Case Online Trading
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ