Advertisment

ସ୍ତ୍ରୀକୁ ଦେଖା କରିବାକୁ ଯାଇଥିଲେ, ଶଳା ମାରିଲା ମାଡ଼ !

ଆମେ ଭଦ୍ରକର ଏକ ମନ୍ଦିରରେ ବାହା ହୋଇଥିଲୁ। ଏମିତି ଅବସ୍ଥା ହେବ ବୋଲି ଜାଣିନଥିଲୁ।

ଆହତ ଯୁବକ ସମୀର

ଆହତ ଯୁବକ ସମୀର

Advertisment

ଭଦ୍ରକ: ପ୍ରଥମେ ପ୍ରେମ ଓ ପରେ ବାହାଘର। ଆଉ ପ୍ରେମିକାର ପ୍ରତାରଣାରେ ପ୍ରେମିକ ମାଡ଼ ଖାଇ ଗୁରୁତର। ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ସୂଚନାନୁଯାୟୀ କୋରାପୁଟ ଜିଲ୍ଲା ଜୟପୁର ଅଂଚଳର ସମୀର ସାଆନ୍ତ ଗତ ଚାରିବର୍ଷ ପୂର୍ବେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବେଲଦା ଗ୍ରାମର ଜଣେ ଝିଅକୁ ଭଦ୍ରକ ବଙ୍କବାସୁଳି ମନ୍ଦିରରେ ପ୍ରେମ ବିବାହ କରିଥିଲେ। ଯୁବତୀଜଣକ ନିଜ ବାପଘରେ ରହୁଥିବାବେଳେ ସମୀର ରହୁଥିଲେ ନିଜ ଘର ଜୟପୁରରେ।

Advertisment

ଗତ ତିନି ମାସ ହେଲା ମୋବାଇଲ ଯୋଗେ କଥା ହେବା ବେଳେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ସମୀର ତାଙ୍କ ସ୍ତ୍ରୀଙ୍କୁ ଭଦ୍ରକ ଆସି ତାଙ୍କୁ ନେଇଯିବା ପାଇଁ କହିଥିଲେ। ଗତକାଲି ସକାଳୁ ସମୀର ଭଦ୍ରକରେ ପହଁଚିଲେ ବନ୍ତଛକରେ ଓ ପୂର୍ବଯୋଜନା ମୁତାବକ ସମ୍ପୃକ୍ତ ମହିଳାଙ୍କ ଭିଣୋଇ ଓ ଭାଇ ମିଶି ତାଙ୍କୁ ନିସ୍ତୁକ ମାଡ ମାରିବା ସହ ଏକ ଅଟୋରେ ବସାଇ ଯୁବତୀଙ୍କ ବାପଘର ବେଲଦାକୁ ନେଇ ପୁଣି ସେଠାରେ ନିର୍ଧୁମ ମାଡ ମାରିଥିଲେ।

ଖବରପାଇଁ ଗ୍ରାମବାସୀ ପହଞ୍ଚି ଅଚେତ ଅବସ୍ଥାରେ ସମୀରକୁ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନା ପହଞ୍ଚାଇବା ସହ ସମୀରର ଘର ଲୋକଙ୍କୁ ଖବର ଦେଇଥିଲେ। ଭଦ୍ରକ ସଦର ଥାନାରେ ସମୀର ସେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି, ଯାହାକୁ ଆଧାର କରି ପୋଲିସ ତଦନ୍ତ ଜାରି ରହିଛି। ଏଭଳି ଅମାନୁଷିକ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିଙ୍କ ପ୍ରତି ପୋଲସ କି ପ୍ରକାର କର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବୋଲି ସମୀର ସାଆନ୍ତ ଅପେକ୍ଷା କରିଛି।

Advertisment

ଏନେଇ ସମୀର ସାଆନ୍ତ କହିଛନ୍ତି ଯେ ମୁଁ ଗୋଟିଏ ଝିଅକୁ ୭ ବର୍ଷ ଧରି ଭଲ ପାଉଥିଲି। ଆମେ ଏକାଠି ପାଠ ପଢୁଥିଲୁ। ତାଙ୍କ ବାପା ସେଠାରେ ଚାକିରି କରୁଥିଲେ। ପାଠପଢା ସମ୍ପୂର୍ଣ୍ଣ ହେବା ପରେ ସେ ଭଦ୍ରକ ଚାଲିଆସିଥିଲେ। ମୁଁ ତାଙ୍କୁ ବହୁଥର ଦେଖା କରିବାକୁ ଆସିଛି। ପରେ ଆମେ ଭଦ୍ରକର ଏକ ମନ୍ଦିରରେ ବାହା ହୋଇଥିଲୁ। କିନ୍ତୁ ୪-୫ ମାସ ତଳେ ଆମ ଭିତରେ ବଚସା ହୋଇଥିଲା। ଏନେଇ ସେ ମୋତେ କଥା ହେବାକୁ ଡାକିଥିଲେ। କିନ୍ତୁ ସେ ତାଙ୍କ ଭାଇ ଓ ଭିଣୋଇ ଭାଇଙ୍କୁ ଡାକିଥିଲେ। ସେମାନେ ମୋତେ ଭଦ୍ରକରୁ ୧୦ କିମି ଦୂର ନେଇ ମୋତେ ବାଡ଼େଇଲେ। ତାପରେ ଗାଁ ଲୋକେ ଉଦ୍ଧାର କରି ଡାକ୍ତରଖାନା ଆଣିଲେ। 

Odisha Bhadrak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ