Advertisment

Youth Caught with Spy Cam Glasses: ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ; ଧରିଲା ପୋଲିସ...

ଶ୍ରୀମନ୍ଦିର ଭିତରକୁ ହିଡେନ୍ କ୍ୟାମେରା ନେଇ ଧରାପଡିଲା ଯୁବକ ... ଚଷମାରେ କ୍ୟାମେରା ଲେନ୍ସ ଲଗାଇ ଯାଇଥିବାବେଳେ ପୋଲିସ ଦ୍ବାରା ଅଟକ ... ବେହରଣ ଦ୍ବାର ନିକଟରେ ସନ୍ଦେହ ହେବାରୁ ଧରିଲା ପୋଲିସ ...

ଅଦ୍ୟତନ ହୋଇଛି
Youth Caught with Spy Cam Glasses

Youth Caught with Spy Cam Glasses

Advertisment

ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା ନେଇ ଧରାପଡିଲା ଯୁବକ। ନିଜ ଚଷମାରେ ହିଡେନ୍ କ୍ୟାମେରା ଲେନ୍ସ ଲଗାଇ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ। ଚଷମାରେ ଲାଗିଥିବା ଲେନ୍ସରୁ ଫୋଟୋ ଭିଡିଓ ଗୁଡ଼ିକ ସିଧାସଳଖ ମୋବାଇଲକୁ ଟ୍ରାନ୍ସଫର ହେବା ଭଳି କ୍ୟାମେରା ବ୍ୟବହାର ହୋଇଛି। ବେହରଣ ଦ୍ବାର ନିକଟରେ ସନ୍ଦେହ ହେବାରୁ ଉକ୍ତ ଯୁବକକୁ ଧରିଛି ପୋଲିସ।

Advertisment

ଶ୍ରୀମନ୍ଦିର ସଶସ୍ତ୍ର ସୁରକ୍ଷା ବାହିନୀ ତାକୁ ସିଂହଦ୍ୱାର ଥାନାକୁ ନେଇଛନ୍ତି । ଯୁବକ ଜଣକ ପୁରୀ ଗଜପତି ନଗରର ଅଭିସିତ୍ କର ବୋଲି ଜଣାପଡିଛି। ତେବେ ଶ୍ରୀମନ୍ଦିର ଭିତରେ ଫୋଟୋ କି ଭିଡିଓ କଏଦ କରିଥିଲେ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ଏପଟେ ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତର ଫଟୋ ଅପଲୋଡ୍ ପରେ ଡିଲିଟ୍ କଲା ASI । ରତ୍ନଭଣ୍ଡାର ମରାମତିକୁ ନେଇ କିଛି ଫଟୋ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ସୋସିଆଲ ମିଡିଆ ଆକାଉଣ୍ଟରେ ଅପଲୋଡ କରାଯାଇଥିଲା । ଏଥିରେ ଶ୍ରୀମନ୍ଦିର ପାଟଅଗଣା ସହ ରତ୍ନଭଣ୍ଡାର ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି। ଏହି ଫଟୋ ମାନଙ୍କରେ ଭୋଗମଣ୍ଡପ ଦ୍ବାର, ସାତପାହାଚ,ଘଣ୍ଟିଦ୍ବାର ମଧ୍ୟ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି। ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିବା ASI ସାମାଜିକ ଗଣମାଧ୍ୟମରେ ଶ୍ରୀମନ୍ଦିର ଭିତର ବେଢାର ଫଟୋ ପୋଷ୍ଟ କରିବାକୁ ନେଇ ବିଭିନ୍ନ ମହଲରୁ ନାପସନ୍ଦ କରାଯାଇଛି।

Advertisment

ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ, କ୍ୟାମେରା ନେଇ ଭିତର ବେଢାର ଫଟୋ ଉଠାଇବା ଉପରେ ପ୍ରତିବନ୍ଧକ ରହିଛି । ASI କିଭଳି ଭିତର ବେଢାର ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କଲା ସେନେଇ ପ୍ରଶ୍ନ ଉଠିଛି। ତେବେ ଏନେଇ ASI କି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Lord Jagannath Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ