murder
ନାବାଳିକାର ତଣ୍ଟି କାଟି ହତ୍ୟା । ଅନୁଗୁଳ ଜିଲ୍ଲାର ସଦର ଥାନା କୁଇଓ ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଘରେ ପଶି ଜଣେ ଯୁବକ ନାବାଳିକାର ତଣ୍ଟି କାଟି ହତ୍ୟା କରିଛି । ନାବାଳିକାକୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ମୃତ ଘୋଷଣା କରିଛନ୍ତି ଡାକ୍ତର । ଏପଟେ ହତ୍ୟାକାରୀ ଯୁବକ ଫେରାର ହୋଇଯାଇଥିବା ବେଳେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ୍ ।
ସୂଚନା ଅନୁସାରେ ଅନୁଗୁଳ ସହର ଉପକଣ୍ଠ କୁଇଓ ଗ୍ରାମରେ ଆଜି ୧୦ଟା ବେଳେ ଜଣେ ନାବାଳିକାର ତଣ୍ଟି କାଟି ହତ୍ୟା କରାଯାଇଛି । ମୃତ ନାବାଳିକା ଜଣକ ଭାଗିରଥି ସାହୁଙ୍କ ଝିଅ ଖୁସି ସାହୁ । ବୟସ ୧୨ ବର୍ଷ । ତାଙ୍କ ପ୍ରକୃତ ଘର ତାଳଚେର ଡଅଁରାରେ ହୋଇଥିବା ବେଳେ ସେମାନେ କୁଇଓରେ ରହୁଥିଲେ । ଆଜି ପୂର୍ବାହ୍ନରେ ନାବାଳିକା ତାଙ୍କ ମାଙ୍କ ସହ ଘରେ ଥିଲେ।
ହଠାତ ଜଣେ ଯୁବକ ଘରକୁ ପଶିଯାଇଥିଲା । ନାବାଳିକାଙ୍କ ମାଙ୍କୁ ଧକ୍କା ଦେବା ସହ ଖୁସିଙ୍କ ବେକକୁ ଏକ ମାରଣାସ୍ତ୍ରରେ କାଟି ପଳାଇଥିଲା । ଏହି ଘଟଣା ପରେ ନାବାଳିକାଙ୍କୁ ପରିବାର ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ସଦର ଥାନା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/murder_1683526989.jpg)