/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658629719.jpg)
Special story
ସାଙ୍ଗ ସାଜିଲା ସଇତାନ l ସାମାନ୍ୟ ବଚସାରୁ ସାଙ୍ଗର ଜୀବନ ନେଲା ନୃଶଂସ ବନ୍ଧୁ l ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡଆଗୁଳ ଗଙ୍ଗାପୁର ରାସ୍ତାରେ ଆଜି ଗତକାଲି ୮ଟାରେ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି l
ଗତକାଲି ସନ୍ଧ୍ୟା ସମୟରେ ବଡଆଗୁଳ ଗ୍ରାମର ଅମର ମଳିକ ତାଙ୍କ ସାଙ୍ଗ ମୂଷା କରଣଙ୍କ ଘର ଆଗରେ ବସି ଏକାଠି ମଦ୍ୟପାନ କରୁଥିଲେ l ଏହା ପରେ ଉଭୟ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା l ପରେ ଏହି ସାମାନ୍ୟ ଝଗଡ଼ା ଉଗ୍ରରୂପ ନେଇଥିଲା ।
ଆଉ ମଦ ନଶାରେ ଥିବା ମୂଷା କରଣ ଅମରଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ l ତାଙ୍କୁ ମୁଣ୍ଡରେ ପ୍ରହାର କରିଥିଲେ । ଫଳରେ ଗାଁ ଦାଣ୍ଡରେ ଟଳିପଡିଥିଲେ ଅମର l ଗ୍ରାମବାସୀ ଓ ଅମରଙ୍କ ପରିବାର ଘଟଣାସ୍ଥଳରେ ପହଞ୍ଚି କବିସୂର୍ଯ୍ୟନଗର ପଲିସକୁ ଖବର ଦେଇଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l
#ଆସିକା:
-ସାଙ୍ଗ ସାଜିଲା ସଇତାନ୍; ଠେଙ୍ଗାରେ ପିଟି ନୃଶଂସ ହତ୍ୟା
-ସାମାନ୍ୟ ବଚସାରୁ ଠେଙ୍ଗାରେ ପିଟି ନୃଶଂସ ହତ୍ୟା ଅଭିଯୋଗ
-କବିସୂର୍ଯ୍ୟନଗର ଥାନା ବଡ଼ଆଗୁଳି ଗଙ୍ଗାପୁର ରାସ୍ତାରେ ହତ୍ୟାକାଣ୍ଡ
-ଉଭୟ ସାଙ୍ଗ ବସି ମଦ୍ୟପାନ କରିବା ପରେ ବଚସାରୁ ହତ୍ୟା#Asika#Murder#Odisha#OTVpic.twitter.com/wYqNJKDX47— ଓଟିଭି (@otvkhabar) July 24, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)