ପ୍ରେମ ପାଇଁ ଗଢ଼ିଥିଲା ମୁଣ୍ଡ, ଯୁବକଙ୍କୁ ହତ୍ୟା ମାମଲାରେ ଜଣେ ଗିରଫ

ଏହି ଘଟଣାରେ ଅନ୍ୟ ଯୁବକଙ୍କର ସମ୍ପୃକ୍ତି ରହିଥିବା ମଧ୍ୟ ପୋଲିସ ସନ୍ଦେହ କରୁଛି । ଏକ ପ୍ରେମ ଘଟଣାକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା କରାଯାଇଥିବା ପୋଲିସ ସୂଚନା ପାଇଛି ।

Murder

ଢେଙ୍କାନାଳ ମୋଟଙ୍ଗା ଥାନା ଅଞ୍ଚଳରୁ ପୋଖରୀରୁ ହାତ ଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ଜରପଡା ଥାନା ପୋଲିସ । ମାମଲାରେ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ବି ଅନ୍ୟ ଅଭିଯୁକ୍ତ ଫେରାର ଥିବା ପୋଲିସ ସୂଚନା ଦେଇଛି । ଗିରଫ ଯୁବକ ଜଣଙ୍କ ହେଲେ କଣିହାଁ ଥାନା ଜାମ୍ବୁଯୋଡି ଗାଁର ମାମୁଲି ଓରଫ ସଞ୍ଜିଲ ପ୍ରଧାନ l ଗିରଫ ପରେ ସଞ୍ଜିଲ ପ୍ରଧାନକୁ କୋର୍ଟ ଚାଲାଣ କରାଯାଇଛି ।

ତେବେ ଏହି ଘଟଣାରେ ଅନ୍ୟ ଯୁବକଙ୍କର ସମ୍ପୃକ୍ତି ରହିଥିବା ମଧ୍ୟ ପୋଲିସ ସନ୍ଦେହ କରୁଛି । ଏକ ପ୍ରେମ ଘଟଣାକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା କରାଯାଇଥିବା ପୋଲିସ ସୂଚନା ପାଇଛି । ଏପଟେ ହତ୍ୟାରେ ବ୍ୟବହୃତ ଏକ ମୋଟର ସାଇକେଲକୁ ପୋଲିସ ଜବତ କରିଛି l ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଥିବା ଅନୁଗୋଳ SDPO ସୂଚନା ଦେଇଛନ୍ତି ।