Advertisment

ଅଧିକ ସୁନ୍ଦରୀ ହୋଇଥିବାରୁ ଯୁବତୀଙ୍କୁ ଗିରଫ କଲା ପୋଲିସ୍!

ବହୁତ ସୁନ୍ଦରୀ ଦେଖାଯାଉଥିବାରୁ ପୋଲିସ ତାଙ୍କୁ ଗିରଫ କରିଛି। ଯୁବତୀ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ କିଛି ପୋଲିସ କର୍ମଚାରୀ ମଧ୍ୟ ତାଙ୍କୁ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ, କାରଣ ସେମାନେ ତାଙ୍କ ଜୀବନରେ ଏପରି ସୁନ୍ଦରୀ ମହିଳାଙ୍କୁ କେବେ ଦେଖି ନଥିଲେ।

author-image
Pramod Behera
ଅଦ୍ୟତନ ହୋଇଛି
Woman Was Allegedly Arrested For Being 'too good looking'

Woman was allegedly arrested for being 'too good looking'

ସୁନ୍ଦରୀ ହେବା କ’ଣ ଅପରାଧ! କିନ୍ତୁ ଜଣେ ମହିଳା ଏମିତି ଦାବି କରି କୋର୍ଟକୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଯୁବତୀ ଜଣକ ଦାବି କରିଛନ୍ତି ଯେ ବହୁତ ସୁନ୍ଦରୀ ଦେଖାଯାଉଥିବାରୁ ପୋଲିସ କର୍ମଚାରୀ ତାଙ୍କୁ ଗିରଫ କରି ଜେଲ୍‌ରେ ରଖିଥିଲେ। ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ କିଛି ପୋଲିସ କର୍ମଚାରୀ ମଧ୍ୟ ତାଙ୍କୁ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ କାରଣ ସେମାନେ ତାଙ୍କ ଜୀବନରେ ଏପରି ସୁନ୍ଦର ମହିଳାଙ୍କୁ କେବେ ଦେଖି ନଥିଲେ।

Advertisment

ଏହି ଘଟଣା ସେପ୍ଟେମ୍ବର ୨୦୨୨ର ହୋଇଥିଲେ ବି ବର୍ତ୍ତମାନ ପୁଣି ଥରେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ଆମେରିକାର ଏକ ବିମାନବନ୍ଦରରେ ୨୮ ବର୍ଷିୟା ହ୍ୟାଣ୍ଡ୍‌ ବୁଷ୍ଟାମି ନାମକ ଜଣେ ଯୁବତୀଙ୍କୁ ଗିରଫ କରାଯାଇଥିଲା। ଯେତେବେଳେ ମହିଳାଙ୍କୁ କୋର୍ଟରେ ହାଜର କରାଯାଇଥିଲା ସେତେବେଳେ ସେ କହିଥିଲେ ଯେ ସେ ବହୁତ ସୁନ୍ଦର ଥିବାରୁ ତାଙ୍କୁ ଟାର୍ଗେଟ୍‌ କରାଯାଇଥିଲା।

ତେବେ ଗିରଫ ପରେ ପୋଲିସ ଏକ ଆଶ୍ଚର୍ଯ୍ୟଜନକ କାହାଣୀ ପ୍ରକାଶ କରିଛି। ପୋଲିସ୍‌ କୋର୍ଟଙ୍କୁ କହିଛି ଯେ ବିମାନବନ୍ଦରରେ ଥିବା ଏକ ରେଷ୍ଟୁରାଣ୍ଟ୍‌ରେ ଯୁବତୀ ଖାଇଥିଲେ ଏବଂ ବିଲ୍‌ ନ ଦେଇ ବାହାରକୁ ପଳେଇ ଆସିଥିଲେ।

Advertisment

ଯୁବତୀ ଜଣକ ମାଗଣା ଖାଇ ପଳେଇବା ବେଳେ ରେଷ୍ଟୁରାଣ୍ଟର ମ୍ୟାନେଜର ବିମାନ ବନ୍ଦରରେ ସୁରକ୍ଷା କର୍ମୀ ଏବଂ ପୋଲିସକୁ ଡାକିଥିଲେ। ତାଙ୍କୁ ଖୋଜାଖୋଜି ଆରମ୍ଭ ହୋଇଥିଲା ଏବଂ ତାଙ୍କୁ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ନିକଟରେ ଦେଖିବାକୁ ମିଳିଥିଲା। ପୋଲିସ ତାଙ୍କୁ ପଚରାଉଚରା କରିବା ମାତ୍ରେ ସେ ସେମାନଙ୍କ ସହ ଝଗଡା କରି ବିମାନବନ୍ଦର କାର୍ଯ୍ୟରେ ବାଧା ସୃଷ୍ଟି କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ପୋଲିସର ସୂଚନାନୁସାରେ, ମହିଳା ଜଣଙ୍କ ନିଶାରେ ଥିଲେ।

ତେବେ ଯୁବତୀ ଜଣକ ନିଜକୁ ରକ୍ଷା କରିବା ପାଇଁ ଏକ ରୋଚକ କାହାଣୀ ତିଆରି କରିଛନ୍ତି। ସେ କହିଛନ୍ତି ଯେ ସେ ବହୁତ ସୁନ୍ଦରୀ ଦେଖାଯାଉଥିବାରୁ ତାଙ୍କୁ ଗିରଫ କରାଯାଇଛି। ତାଙ୍କ କହିବା କଥା ଯେ ପୋଲିସ କର୍ମଚାରୀମାନେ ତାଙ୍କ ଜୀବନରେ ତାଙ୍କ ଭଳି ସୁନ୍ଦର ଯୁବତୀଙ୍କୁ କେବେ ଦେଖି ନଥିଲେ, ତେଣୁ ସେମାନେ ତାଙ୍କୁ ଏକ କାର୍‌ରେ ପୋଲିସ ଷ୍ଟେସନକୁ ଆଣି ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ। ଯୁବତୀଙ୍କ ଅଭିଯୋଗ ଉପରେ କୋର୍ଟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟଙ୍କ ନିର୍ଦ୍ଦେଶରେ ପୋଲିସ ଯୁବତୀଙ୍କ ବିରୋଧରେ ପ୍ରମାଣ ଉପସ୍ଥାପନ କରିଥିଲେ, ଯେଉଁଥିରେ ଯୁବତୀଙ୍କ ଦ୍ୱାରା ଦିଆଯାଇଥିବା ଅଭିଯୋଗ ଭିତ୍ତିହୀନ ବୋଲି ଜଣାପଡିଛି। କେବଳ ଏତିକି ନୁହେଁ ଅନୁସନ୍ଧାନରେ ଜଣାପଡିଛି ଯେ ଏହାରି ଭିତରେ ଯୁବତୀଙ୍କ ମା’ଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ମହିଳା ଜଣକ ନିଜ ମା’ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଅକ୍ଟୋବରରେ ଏହି ମାମଲାର ଶୁଣାଣି ପରେ ଏହି ପ୍ରସଙ୍ଗ ସାମ୍ନାକୁ ଆସିଛି। ବିଶ୍ୱାସ କରାଯାଏ ଯେ ମହିଳା ଜଣକ ତାଙ୍କ ମାଆଙ୍କୁ ହତ୍ୟାକରିବା ପରେ ଫେରାର୍ ହେବାକୁ ଯୋଜନା କରୁଥିଲେ।

Advertisment
Advertisment