Advertisment

୪ ଡଜନ୍‌ ଅଣ୍ଡାକୁ ୪୯ ଟଙ୍କାରେ କରୁଥିଲେ ଅର୍ଡର, ସାଇବର ଲୁଟେରା ନେଇଗଲେ ୪୮ ହଜାର

ମାତ୍ର ୪୯ ଟଙ୍କାରେ ୪ ଡଜନ୍‌ ଅଣ୍ଡା ଅର୍ଡର କରିବା ଲୋଭରେ ସେ ହରାଇଛନ୍ତି ୪୮ ହଜାର ଟଙ୍କା।

ଅଦ୍ୟତନ ହୋଇଛି
Cyber Loot

Cyber Loot

Advertisment

ଆପଣ ଅନଲାଇନ୍‌ରୁ ସପିଂ କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ ନହେଲେ ଆପଣ ବି ହୋଇପାରନ୍ତି ଠକାମିର ଶିକର। ଦିନକୁ ଦିନ ଏବେ ବଢ଼ିବାରେ ଲାଗିଛି ସାଇବର ଠକେଇ। ବିଭିନ୍ନ ଉପାୟରେ ସାଧାରଣ ଲୋକଙ୍କୁ ଲୁଟ୍‌ କରଛନ୍ତି ସାଇବର୍‌ ଲୁଟେରା। ଆଉ ଏବେ ଲୁଟ୍‌ ପାଇଁ ନୂଆ ପାୟ ଆଣାଇଛନ୍ତି ସାଇବର ଲୁଟେରା। ଅନଲାଇନ୍‌ ପ୍ଲାଟଫର୍ମରେ ଘରୋଇ ଜିନିଷ କିଣିଥିବା ଲୋକଙ୍କ ବିଭିନ୍ନ ଖ୍ୟାତିସମ୍ପନ୍ନ ବ୍ରାଣ୍ଡ ନାମରେ ମନଇଚ୍ଛା ରିହାତି ପ୍ରଦାନ କରି ଠକୁଛନ୍ତି ସାଇବର ଲୁଟେରା। ଏମିତି ଏକ ଠକେଇର ଶିକାର ହୋଇଛନ୍ତି ଜଣେ ୩୮ ବର୍ଷିୟା ମହିଳା। ମାତ୍ର ୪୯ ଟଙ୍କାରେ ୪ ଡଜନ୍‌ ଅଣ୍ଡା ଅର୍ଡର କରିବା ଲୋଭରେ ସେ ହରାଇଛନ୍ତି ୪୮ ହଜାର ଟଙ୍କା।

Advertisment

ବେଙ୍ଗାଲୁରୁ ବସନ୍ତନଗରର ବାସିନ୍ଦା ଶିବାନୀ (ଛଦ୍ମନାମ) ଫେବ୍ରୁଆରୀ ୧୭ରେ ଏକ ଇମେଲ ବିଜ୍ଞାପନ ଦେଖିଥିଲେ। ଯେଉଁଥିରେ ଏକ ଖ୍ୟାତିନାମ କମ୍ପାନୀ କମ୍‌ ମୂଲ୍ୟରେ ଅଣ୍ଡା ବିକ୍ରି କରୁଥିଲେ। ସେହି ବିଜ୍ଞାପନରେ ଅଣ୍ଡା ଅର୍ଡର କରିବାର ଲିଙ୍କ୍‌ ମଧ୍ୟ ରହିଥିଲା। ଯେତେବେଳେ ଶିବାନୀ ସେହି ଲିଙ୍କରେ କ୍ଲିକ୍‌ କରିଥିଲେ। ତାହା ଆଉ ଏକ ନୂଆ ପେଜ୍‌କୁ ନେଇଥିଲା। ସେହି ପେଜ୍‌ରେ କିପରି କମ୍‌ ମୂଲ୍ୟରେ ଅଣ୍ଡା ଅର୍ଡର କରିହେବ ତାହା ଲେଖାଥିଲା। ମାତ୍ର ୯୯ ଟଙ୍କାରେ ଆଠ ଡଜନ୍‌ ଅଣ୍ଡା ମିଳୁଥିଲା ତାହା ପୁଣି ବିନା ଡେଲିଭରୀ ଚାର୍ଜରେ।

ତେବେ ଶସ୍ତାରେ ଅଣ୍ଡା ମିଳୁଥିବା ଦେଖି ଅର୍ଡର କରିଥିଲେ ଶିବାନୀ। ସେ ୪୯ ଟଙ୍କାରେ ଚାରି ଡଜନ୍‌ ଅଣ୍ଡା ଅର୍ଡର କରିଥିଲେ। ଯେତେବେଳେ ସେ ଏହି ଅର୍ଡରକୁ ପ୍ରୋସିଡ୍‌ କରିଥିଲେ ସେତେବେଳେ ଆଉ ଏକ ପେଜ୍‌କୁ ନେଇଥିଲା। ଯେଉଁଥିରେ ଠିକଣା ଦେବାକୁ କୁହାଯାଇଥିଲା। ଏହି ସମସ୍ତ ଡିଟେଲ୍ସ ପୂରଣ କରିବା ପରେ ଏହା ପୁଣି ପେମେଣ୍ଟ ପେଜ୍‌କୁ ନେଇଥିଲା। ସେଠାରେ କେବଳ କ୍ରେଡିଟ୍‌ କାର୍ଡ ମାଧ୍ୟମରେ ପେମେଣ୍ଟ କରିବାର ବିକଳ୍ପ ଥିଲା। ଶିବାନୀ ତାଙ୍କ କ୍ରେଡିଟ୍‌ କାର୍ଡ ଡିଟେଲ୍ସ ପୂରଣ କରିବା ପରେ ତାଙ୍କ ଫୋନ୍‌କୁ ଏକ ଓଟିପି ଆସିଥିଲା।

Advertisment

ତେବେ ଶିବାନୀ ଓଟିପି ଦେବା ପୂର୍ବରୁ ତାଙ୍କ କ୍ରେଡିଟ କାର୍ଡରୁ ୪୮ ହଜାର ୧୯୯ ଟଙ୍କା କଟିଯାଇଥିଲା। ତେବେ ସେ ଏହି ପେମେଣ୍ଟ କରିଛନ୍ତି କି ନାହଁ ତାହା ସ୍ପଷ୍ଟ କରିବାକୁ ଶିବାନୀଙ୍କ ବ୍ୟାଙ୍କର କ୍ରେଡିଟ୍‌ କାର୍ଡ ବିଭାଗରୁ ତାଙ୍କ ପାଖକୁ ଏକ ଫୋନ୍‌ କଲ୍‌ ଆସିଥିଲା। ପରେ ଶିବାନୀ ବ୍ୟାଙ୍କ ଅଧିକାରୀଙ୍କୁ ଏହି ଠକେଇ ବିଷୟରେ କହିବା ପରେ ସେମାନେ ତାଙ୍କ ଆକାଉଣ୍ଟକୁ ବ୍ଲକ୍‌ କରିଥିଲେ। ଏହାପରେ ମୁଁ ସାଇବର କ୍ରାଇମ୍‌ ହେଲ୍ପଲାଇନ୍‌ (୧୯୩୦)କୁ ଫୋନ୍‌ କରିଥିଲି ଏବଂ ସେମାନେ ମୋତେ ଏନେଇ ନିକଟସ୍ଥ ପୋଲିସ୍‌ ଷ୍ଟେସନରେ ଅଭିଯୋଗ କରିବାକୁ କହିଥିଲେ।

ଶିବାନୀଙ୍କ କ୍ରେଡିଟ୍ କାର୍ଡରେ ସୀମା ୩.୭ ଲକ୍ଷ ଟଙ୍କା ରହିଥିଲା। ଯଦି ସେ ଯାଞ୍ଚ ପାଇଁ ବ୍ୟାଙ୍କରୁ କଲ୍‌ ପାଇନଥାନ୍ତେ ତେବେ ସାଇବର ଲୁଟେରା ଅଧିକ ଟଙ୍କା ଲୁଟି ନେଇଥାନ୍ତେ ବୋଲି ଜଣେ ପୋଲିସ୍‌ ଅଧିକାରୀ କହିଛନ୍ତି। ତେବେ ଥାନାରେ ଶିବାନୀ ଅଭିଯୋଗ କରିବା ପରେ ପୋଲିସ୍‌ IT ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Advertisment
Cyber Loot Cyber Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ