Advertisment

ପ୍ରତିଶୋଧର ନିଆଁରେ ଜଳୁଥିଲା ପ୍ରେମିକା: ବାହାଘର ଦିନ ଏକ୍ସ-ବୟଫ୍ରେଣ୍ଡ୍‌ ଉପରେ ଏସିଡ୍‌ ଫିଙ୍ଗିଦେଲା

ବିବାହର ପ୍ରଲୋଭନ ଦେଖାଇ ଯୁବକ ଜଣକ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲା। ହେଲେ ପରେ ତାଙ୍କୁ ଧୋକା ଦେଇ ଅନ୍ୟତ୍ର ବିବାହ ପାଇଁ ନିଷ୍ପତ୍ତି ନେଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Woman throws acid at ex boyfriend during his wedding in Chhattisgarh

Woman throws acid at ex boyfriend during his wedding in Chhattisgarh

ବାହାଘର ଚାଲିଥିବା ବେଳେ ଏକ୍ସ-ବୟଫ୍ରେଣ୍ଡ୍‌ ଉପରେ ଏସିଡ୍‌ ଫିଙ୍ଗିଲେ ଯୁବତୀ। ବିବାହର ପ୍ରଲୋଭନ ଦେଖାଇ ଯୁବକ ଜଣକ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ହେଲେ ପରେ ତାଙ୍କୁ ଧୋକା ଦେଇ ଅନ୍ୟତ୍ର ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ ଯୁବତୀ ଜଣକ ଏହା ଜାଣିପାରି ପ୍ରତିଶୋଧ ପରାୟଣ ହୋଇ ବିବାହ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏକ୍ସ-ବୟଫ୍ରେଣ୍ଡ୍‌ ଉପରେ ଏସିଡ୍‌ ମାଡ଼ କରିଥିଲେ। ଏସିଡ୍‌ ଆକ୍ରମଣରେ ବର, କନ୍ୟା ଓ ୧୦ ଜଣ ଅତିଥି ଗୁରୁତର ହୋଇଛନ୍ତି। ଏପ୍ରିଲ ୧୯ରେ ଛତିଶଗଡ଼ରେ ଏହି ଘଟଣା ଘଟିଛି। ଏଥିରେ ସମ୍ପୃକ୍ତି ଅଭିଯୋଗରେ ବସ୍ତର ପୋଲିସ୍‌ ୨୩ ବର୍ଷୀୟା ଯୁବତୀଙ୍କୁ ଗିରଫ କରିଛି। ଛୋଟେ ଅମ୍ବଲ ଗାଁର ୧୯ ବର୍ଷୀୟା ଯୁବତୀଙ୍କ ସହ ଡମରୁଧର ବଘେଲ(୨୫)ଙ୍କ ବିବାହ ସ୍ଥିର ହୋଇଥିଲା।

Advertisment

ଅଧିକ ପଢ଼ନ୍ତୁ: ପ୍ରେମିକ ସହ ଫେରାର ହୋଇଗଲା ପତ୍ନୀ, ବିନା ହିଂସାରେ ସାଂଘାତିକ ପ୍ରତିଶୋଧ ନେଲା ସ୍ୱାମୀ...

ସୂଚନା ଅନୁସାରେ, ଗତ କିଛିବର୍ଷ ହେବ ଅଭିଯୁକ୍ତ ଯୁବତୀ ଡମରୁଧରଙ୍କ ସହ ରିଲେସନଶିପ୍‌ରେ ଥିଲେ। ଡମରୁଧର ମଧ୍ୟ ତାଙ୍କୁ ବିବାହ ପାଇଁ କଥା ଦେଇଥିଲେ। ହେଲେ ପରେ ସେ ପ୍ରେମିକାକୁ ଧୋକା ଦେଇ ଅନ୍ୟତ୍ର ବିବାହ ସ୍ଥିର କରିଥିଲେ। ଏନେଇ ଯୁବତୀ ଜଣକ ଜାଣିବା ପରେ ମରୁଧରଙ୍କୁ ଫୋନ୍‌ କରିଥିଲେ। ହେଲେ ସେ ତାଙ୍କ ଫୋନ୍‌ ଉଠାଇ ନଥିଲେ। ଏଥିରେ ଯୁବତୀ ଜଣକ ରାଗିଯାଇ ପ୍ରତିଶୋଧ ନେବାକୁ ନିଷ୍ପତ୍ତି ନେଇଥିଲେ। ଟିଭିରେ ‘କ୍ରାଇମ ପାଟ୍ରୋଲ’ ଦେଖିବା ବେଳେ ପ୍ରତିଶୋଧ ନେବାର ଏକ ଆଇଡିଆ ପାଇଥିଲେ ଯୁବତୀ। ଏହାପରେ ଏସିଡ୍‌ ଆକ୍ରମଣ ନେଇ ମନେ ମନେ ଭାବି ନେଇଥିଲେ ଓ ଏକ ଫାର୍ମରୁ ଏସିଡ୍‌ ଚୋରି କରିଥିଲେ। 

Advertisment

ଯୋଜନା ମୁତାବକ, ଏପ୍ରିଲ ୧୯ରେ ଅଭିଯୁକ୍ତ ଯୁବତୀ ୱେଡିଂ ଭେନ୍ୟୁରେ ପହଞ୍ଚିଥିଲେ। କେହି ଯେମିତି ତାଙ୍କୁ ଚିହ୍ନି ନପାରିବେ ତେଣୁ ସେ ପୁରୁଷ ବେଶ ହୋଇଥିଲେ। ଏହାପରେ ଡମରୁଧରଙ୍କ ଉପରେ ଏସିଡ୍‌ ଫିଙ୍ଗି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ହେଲେ ପୋଲିସ୍‌ ଘଟଣାର ଛାନ୍‌ଭିନ୍‌ କରି ଯୁବତୀଙ୍କୁ ଧରିଥିଲେ। ସିସିଟିଭି କ୍ୟାମରା ଯାଞ୍ଚ ପରେ ସେ ଧରାପଡ଼ିଥିଲେ। ତଦନ୍ତ ପରେ ଜଣାପଡ଼ିଥିଲା, ଡମରୁଧରଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତି ଆଉ କେହି ନୁହଁନ୍ତି ବରଂ ତାଙ୍କର ଏକ୍ସ-ଗର୍ଲପ୍ରେଣ୍ଡ୍‌ ଥିଲେ।

Acid Attack Marriage
Advertisment
Advertisment