Advertisment

Husband Threatened: PUB-G ପ୍ରେମିକ ପାଇଁ ସ୍ବାମୀଙ୍କୁ ଧମକ, ଛାଡ ନହେଲେ ୫୫ ଖଣ୍ଡରେ କାଟି ଦେବି

PUB-G ଖେଳରୁ ପ୍ରେମ ହୋଇଥିଲା। ପରେ ସ୍ବାମୀ ଓ ଛୁଆ ପିଲାର ସଂସାରକୁ ଛାଡି ପ୍ରେମିକ ସହ ପଳାଇବାକୁ ନିଷ୍ପତ୍ତି ନେଇଥିଲା ମହିଳା। ଏପରିକି ସ୍ବାମୀ ଉଭୟଙ୍କୁ ଅଲଗା କରିବାକୁ ଚେଷ୍ଟା କଲେ ତାଙ୍କୁ ୫୫ ଖଣ୍ଡ କରି ହାଣି ଦେବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ।

ଅଦ୍ୟତନ ହୋଇଛି
lover

lover

Advertisment

ଭାରତରେ ସୋସିଆଲ ମିଡିଆରେ ସ୍ବାମୀ ହତ୍ୟାକାଣ୍ଡର ଖବର ବର୍ତ୍ତମାନ ଟ୍ରେଣ୍ଡ କରୁଛି। ଏପରି ସ୍ଥିତିରେ ଉତ୍ତର ପ୍ରଦେଶରୁ ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେବ। PUB-G ଖେଳରୁ ପ୍ରେମ ହୋଇଥିଲା। ପରେ ସ୍ବାମୀ ଓ ଛୁଆ ପିଲାର ସଂସାରକୁ ଛାଡି ପ୍ରେମିକ ସହ ପଳାଇବାକୁ ନିଷ୍ପତ୍ତି ନେଇଥିଲା ମହିଳା। ଏପରିକି ସ୍ବାମୀ ଉଭୟଙ୍କୁ ଅଲଗା କରିବାକୁ ଚେଷ୍ଟା କଲେ ତାଙ୍କୁ ୫୫ ଖଣ୍ଡ କରି ହାଣି ଦେବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ।

Advertisment

ଅଧିକ ପଢନ୍ତୁ: ତିନି ପ୍ରେମିକ ସହ ସଂପର୍କ ଯୋଡ଼ିଲା...ତା’ପରେ ପ୍ରଥମ ପ୍ରେମିକକୁ ପୁଅ ସାମ୍ନାରେ କଲା ହତ୍ୟା

ଉତ୍ତର ପ୍ରଦେଶର ବନ୍ଦା ଜିଲ୍ଲାରୁ ଏଭଳି ଘଟଣା ଆସିଛି। ଅନୁରାଧା ଓ ସିଲୁ ପରସ୍ପରକୁ ପ୍ରେମ କରି ବିବାହ କରିଥିଲେ। ଏପରିକି ଉଭୟଙ୍କର ୩ ବର୍ଷର ଛୁଆ ମଧ୍ୟ ରହିଛି। ତେବେ ଅନଲାଇନ PUB-G ଖେଳିବା ସମୟରେ ପ୍ରେମରେ ପଡିଲେ ଆରାଧନା। ପଞ୍ଜାବ ସ୍ଥିତ ଲୁଧିଆନାର ଶିବମ ନାମକ ଯୁବକଙ୍କ ପ୍ରେମରେ ପଡିବା ପରେ ବିବାହରେ ମଧ୍ୟ ସମସ୍ୟା ସୃଷ୍ଟି ହେଲା।

Advertisment

୧୦୦୦ କିମି ଦୂରକୁ ଆସି ଶିବମ ନିଜ ପ୍ରେମିକାଙ୍କୁ ଭେଟିବାକୁ ଆସିଥିଲେ। ମହୋବା ଜିଲ୍ଲାରେ ପହଞ୍ଚିବା ପରେ ଆରାଧନାଙ୍କ ସହିତ ତାଙ୍କ ପରିବାରକୁ ଭେଟିଥିଲେ। ଏହାପରେ ସ୍ବାମୀ ଓ ପିଲାକୁ ଛାଡି ପ୍ରେମିକ ସହିତ ଯିବା ପାଇଁ ଜିଦ କରିଥିଲେ ଆରାଧନା। ଆରାଧନାଙ୍କ ଏଭଳି ରୂପ ଦେଖି ସ୍ବାମୀ ଓ ଶାଶୁ ଘର ଲୋକ ତାଜୁବ ହୋଇ ଯାଇଥିଲେ।

ସ୍ବାମୀ ସିଲୁ ଏହାକୁ ବିରୋଧ କରିବାରୁ ତାଙ୍କୁ ହତ୍ୟା ଧମକ ଦେଇଥିଲେ ଆରାଧନା। ତାଙ୍କ ପ୍ରେମିକ ଓ ତାଙ୍କ ମଧ୍ୟରେ ଆସିଲେ ତାଙ୍କୁ ୫୫ ଖଣ୍ଡରେ ହାଣି ହତ୍ୟା କରିବେ ବୋଲି ଧମକ ଦେଇଥିଲେ ଆରାଧନା। ମୀରଟରେ ହୋଇଥିବା ଡ୍ରମ କାଣ୍ଡ ଭଳି ସ୍ବାମୀଙ୍କୁ ହତ୍ୟା କରି ଡ୍ରମରେ ଭର୍ତ୍ତି କରିବାକୁ ସେ ଧମକ ଦେଇଥିଲେ।

Advertisment

ଶିବମ ଓ ସିଲୁଙ୍କ ମଧ୍ୟରେ ଆରାଧନାଙ୍କୁ ନେଇ ଝଗଡା ମଧ୍ୟ ହୋଇଥିଲା। ପୋଲିସ ନିକଟରେ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ଶିବମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଶିବମଙ୍କୁ ଏସଡିଏମଙ୍କ କୋର୍ଟରେ ହାଜର କରାଯାଇଥିବା ବେଳେ ସେଠାରେ ପହଞ୍ଚିଥିଲେ ଆରାଧନା। ସେ ନିଜ ଅନଲାଇନ ପ୍ରେମିକଙ୍କ ସହିତ ରହିବା ପାଇଁ ଆବେଦନ କରିବା ସହିତ ସ୍ବାମୀ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଥିଲେ।

ଅଧିକ ପଢନ୍ତୁ: ଅନ୍ତରଙ୍ଗ ମୁହୂର୍ତ୍ତର ଲାଇଭ୍‌ ଭିଡିଓ କରୁଥିଲେ ଦମ୍ପତି, କାରଣ ଜାଣିଲେ ଉଡ଼ିଯିବ ହୋସ୍

PUBG Extra Marital Affair Cheating Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ