Advertisment

ପ୍ରେମିକ ଘରେ ନିଆଁ ଲଗାଇ ପ୍ରେମିକା ଗିରଫ !

ବାସୁଦେବପୁର ଥାନାରେ ପ୍ରେମିକ ପରିବାରର ଏତଲା ।

Love

Love

Advertisment

ପ୍ରେମିକ ଘରେ ନିଆଁ ଲଗାଇଲା ପ୍ରେମିକା। ପ୍ରେମିକା ସହ ଜଣେ ସହଯୋଗୀ ମଧ୍ୟ ଥାନାରେ ଅଟକ । ଏହି ଘଟଣା ଘଟିଛି ଭଦ୍ରକ ବାସୁଦେବପୁରର ରୁକୁଣାଦେଇପୁର ଗ୍ରାମରେ। ପ୍ରେମିକ ରାଜ୍ୟ ବାହାରେ ରହୁଥିବା ବେଳେ ପ୍ରେମିକ ଘରେ ନିଆଁ ଲଗାଇ ଉନ୍ମତ୍ତକାଣ୍ଡ କରିଛି ପ୍ରେମିକା । ପ୍ରେମିକା ଏବଂ ତାର ଜଣେ ସହଯୋଗୀ ପ୍ରେମିକ ଘରେ ପହଞ୍ଚି ନିଆଁ ଲଗାଇବା ସହ ଗାଳିଗୁଲଜ କରି ମାରଧର କରିଥିବାର ଅଭିଯୋଗ ହୋଇଛି।

Advertisment

ଦୁଇ ଯୁବତୀଙ୍କୁ କାବୁ କରି ଥାନାରେ ଦେଇଛନ୍ତି ପ୍ରେମିକର ପରିବାର ଲୋକ। ବାସୁଦେବପୁର ଥାନାରେ ଏ ସଂପର୍କରେ ଏତଲା ମଧ୍ୟ ଦେଇଛନ୍ତି । ରୁକୁଣାଦେଇପୁର ଗ୍ରାମର ଜଣେ ଯୁବକର ଭଦ୍ରକ ଅଞ୍ଚଳର ଜଣେ ଝିଅ ସହିତ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଗଢି ଉଠିଥିଲା। କୌଣସି କାରଣବଶତଃ ଉଭୟଙ୍କ ମଧ୍ୟରେ ସମ୍ପର୍କରେ ତିକ୍ତତା ହେବାରୁ ପରିବାର ଲୋକଙ୍କୁ ପେଟ୍ରୋଲ ଢାଳି ଜୀବନରୁ ମାରି ଦେବାକୁ ପ୍ରେମିକା ଧମକ ଦେଇଥିଲା ବୋଲି ଅଭିଯୋଗ ହୋଇଛି।

ପ୍ରେମିକା ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମିକ ଘରେ ପହଞ୍ଚି ଚାଳ ଘରେ ନିଆଁ ଲଗାଇ ଦେଇଥିଲା । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

Advertisment

Love Hate Story Love Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ