Deadbody inside suitcase
ସୁଟକେସ୍ରୁ ମିଳିଲା ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଚେନ୍ନାଇରେ । ପୋଲିସ୍ର ସୂଚନା ଅନୁସାରେ, ଏହି ଅଞ୍ଚଳରେ ଜଣେ ସ୍ଥାନୀୟ ଲୋକ ଏକ ସୁଟକେସ୍ରୁ ରକ୍ତ ବାହାରୁଥିବା ଦେଖିବାକୁ ପାଇଥିଲେ । ଏହାପରେ ସୁଟକେସ ମଧ୍ୟରୁ ଜଣେ ମହିଳାଙ୍କ କଟା ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ଏହି ମାମଲାରେ ପୋଲିସ୍ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ।
ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ମଣି ବୋଲି ଜଣାପଡିଛି । ଯେଉଁଠାରେ ସୁଟକେସ୍ ଉଦ୍ଧାର କରାଯାଇଥିଲା ସେହି ସ୍ଥାନଠାରୁ ମଣି ୧୦୦ ମିଟର ଦୂରରେ ରୁହନ୍ତି । ସୁଟକେସରେ ଯେଉଁ ମହିଳାଙ୍କ ମୃତଦେହ ମିଳିଥିଲା, ତାଙ୍କ ନାଁ ଦୀପା ବୋଲି ଜଣା ପଡ଼ିଛି ।
ଚେନ୍ନାଇର କୁମାରାନ୍ କୁଡିଲର ଜଣେ ବାସିନ୍ଦା ସକାଳ ପ୍ରାୟ ୫.୩୦ରେ ଥୋରାଇପକ୍କାମ ଅଞ୍ଚଳରେ ପଡ଼ିଥିବା ପରିତ୍ୟକ୍ତ ସୁଟକେସ ବିଷୟରେ ପୋଲିସକୁ ଜଣାଇବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ପୋଲିସ ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜକୁ ମଧ୍ୟ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726743760.jpg)