Advertisment

ଜୀବିତ ମହିଳାଙ୍କୁ ମାରିଦେଲେ ଅଙ୍ଗନବାଡ଼ି ଦିଦି !

ବଞ୍ଚି ଥାଉଥାଉ ମହିଳାଙ୍କୁ ମାରିଦେଲେ ଅଙ୍ଗନବାଡ଼ି ଦିଦି । ୭ ମାସ ହେଲାଣି ପାଉନାହାନ୍ତି ଭତ୍ତା । ବ୍ଲକ୍‌କୁ ଗଲା ବେଳକୁ ବାବୁ କହୁଛନ୍ତି ରେକର୍ଡ କହୁଛି ତୁମେ ମରିଯାଇଛ

ଅଦ୍ୟତନ ହୋଇଛି
Odisha Anganwadi Worker

Anganwadi worker

Advertisment

ଜୀବିତ ମହିଳାଙ୍କୁ ମାରିଦେଲେ ଅଙ୍ଗନବାଡ଼ି କର୍ମୀ । ଏ କଥା ଶୁଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ଭାବୁଥିବେ ଜଣେ ଅଙ୍ଗନବାଡ଼ି କର୍ମୀ ଜଣେ ମହିଳାଙ୍କୁ ମାରିଲେ କେମିତି? ହେଲେ ପୂରା ଘଟଣା ଜାଣିଲେ ଆପଣଙ୍କ ମୁଣ୍ଡ ଝାଇଁ ଝାଇଁ ହୋଇଯିବ । ଆଉ କହିବେ, ସାମାନ୍ୟ ଭୁଲ୍‌ ପାଇଁ ଏମିତି ବି ଘଟଣା ଦେଖାଯାଏ ।

Advertisment

ସୁନ୍ଦରଗଡ଼ ବଣାଇ ବ୍ଲକ ଜକେଇକଲା ପଂଚାୟତ ରବଡପୋଷ ଗାଁର ମଲ୍ଲି କିସାନ । କିଛି ବର୍ଷ ତଳେ ସ୍ୱାମୀଙ୍କର ଦେହାନ୍ତ ହୋଇଯାଇଛି । ସ୍ୱାମୀଙ୍କ ଅବର୍ତ୍ତମାନରେ ବଡ଼ କଷ୍ଟରେ ପେଟକୁ ଦୁଇମୁଠା ଦାନା ଯୋଗାଡ଼ କରୁଛନ୍ତି ମଲ୍ଲି । ସ୍ୱାମୀଙ୍କ ନଥିବାରୁ ସରକାରଙ୍କ ପକ୍ଷରୁ ତାଙ୍କୁ ମିଳୁଥିଲା ବିଧବା ଭତା । ଯେତିକି ଭତା ଟଙ୍କା ମିଳେ ସେତିକିରେ ସେ କଷ୍ଟେମଷ୍ଟେ ଚଳିଯାଉଥିଲେ । କିନ୍ତୁ ହଠାତ୍‌ ଭତା ଟଙ୍କା ବନ୍ଦ ହୋଇଗଲା । ପ୍ରଥମେ ପ୍ରଥମେ ମଲ୍ଲି ଭାବୁଥିଲେ କୌଣସି କାରଣରୁ ଏମାସ ଟଙ୍କା ଆସିନି । ଆର ମାସକୁ ଆସିବ।

ମାସ ପରେ ମାସ ଗଡ଼ିଚାଲିଲା ସତ ହେଲେ ଭତା ଟଙ୍କା ପାଇଲେନି ମଲ୍ଲି । କାହିଁକି ଏତେଦିନ ହେଲାଣି ଭତା ଟଙ୍କା ମିଳୁନି ସେନେଇ ବ୍ଲକ୍‌ ଯାଇ ଅଭିଯୋଗ ବି କଲେ । ଆଉ ସତ ଜାଣିବା ପରେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । କାରଣ ତାଙ୍କୁ ବ୍ଲକ୍‌ ଅଧିକାରୀ କହିଥିଲେ, ମଲ୍ଲି ମରିଯାଇଛି ବୋଲି । ଏହାପରେ ନିଜର କାଗଜପତ୍ର ଦେଖାଇବା ପରେ ବ୍ଲକ୍‌ କର୍ମଚାରୀ ବି ତାଜୁବ ହୋଇଯାଇଥିଲେ । ଆଉ ଖୋଜାଖୋଜି କରିବା ପରେ ଜାଣିବାକୁ ପାଇଥିଲେ କି ଅଙ୍ଗନବାଡ଼ି କର୍ମୀଙ୍କ ଭୁଲ୍‌ ରିପୋର୍ଟ ଲାଗି ମଲ୍ଲି ଜୀବିତ ଥିବା ସତ୍ୱେ ତାଙ୍କୁ ମୃତ ବୋଲି ଦର୍ଶାଯାଇଛି । ତେଣୁ ଭତା ବନ୍ଦ ହୋଇଯାଇଛି ।

Advertisment

ଭତା ପାଇବାକୁ ପୁଣି ଆଧାରକାର୍ଡ଼ ସହିତ ଅନ୍ୟ କାଗଜପତ୍ର ଦେଇ ବ୍ଲକ୍‌ ଦୌଡ଼ୁଛନ୍ତି ହେଲେ ଆଜିଯାଏଁ ଭତା ମିଳିଲାନି ତାଙ୍କୁ । ତେବେ ମଲ୍ଲିଙ୍କ ସମସ୍ୟାକୁ ନେଇ ବଣାଇ ବ୍ଲକରେ ପହଞ୍ଚି ଅଫିସରଙ୍କୁ ଅବଗତ କରିଥିଲା ଓଟିଭି ଟିମ୍‌ । ପରେ କାଗଜପତ୍ର ଠିକ୍‌ କରିବା ସହ ତାଙ୍କୁ ପୁଣି ଥରେ ଭତା ମିଳିବ ବୋଲି କହିଛନ୍ତି ଇନଚାର୍ଜ BSSO ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଜଣେ ବଞ୍ଚିଥିବା ବ୍ୟକ୍ତିଙ୍କୁ କେମିତି ମାରିଦେଲେ ଅଙ୍ଗନବାଡ଼ି କର୍ମୀ । କେବଳ ମଲ୍ଲିକଙ୍କ କ୍ଷେତ୍ରରେ ଏହା ହୋଇଛି ନା ଅନ୍ୟମାନଙ୍କ କ୍ଷେତ୍ରରେ ଏମିତି ସଙ୍ଗୀନ ତ୍ରୁଟି ହୋଇଛି? ଯେଉଁ ଅଙ୍ଗନବାଡ ଦିଦି ଏମିତି ତ୍ରୁଟି କରିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ତ? କିଛି ଏମିତି ଅସମାୟିତ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି ।

Advertisment

Anganwadi Worker
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ