Advertisment

Woman Poisons Husband: ଭୁଲି ପାରିଲାନି ପୁରୁଣା ପ୍ରେମ; ସ୍ୱାମୀ କଫିରେ ମଶାମରା ଔଷଧ ମିଶାଇ ପିଆଇଦେଲା ସ୍ତ୍ରୀ...

ପୁଣି ବାହାଘର, ପୁଣି ପରକିୟା ପ୍ରୀତି, ପୁଣି ସ୍ୱାମୀର ଜୀବନ ନେବାକୁ ପ୍ରୟାସ। ବୟଫ୍ରେଣ୍ଡ ସହ କଥା ହେବାବେଳେ ସ୍ୱାମୀ ଦେଖିଦେବାରୁ ସ୍ୱାମୀକୁ ବିଷ ଦେଇଦେଲା ସ୍ତ୍ରୀ।

ଅଦ୍ୟତନ ହୋଇଛି
Woman Poisons Husband Over Extramarital Affair

Woman Poisons Husband Over Extramarital Affair

Advertisment

ପ୍ରେମ ପାଇଁ ସ୍ତ୍ରୀ ସାଜିଲା ପିଶାଚିନୀ । ସ୍ୱାମୀ କଫିରେ ମଶାମରା ଔଷଧ ମିଶାଇ ପିଆଇଦେଲା । ବୟଫ୍ରେଣ୍ଡ ପାଇଁ ସ୍ୱାମୀର ଜୀବନ ନେବାକୁ ପଛାଇଲାନି । 

Advertisment

ପୁଣି ବାହାଘର, ପୁଣି ପରକିୟା ପ୍ରୀତି, ପୁଣି ସ୍ୱାମୀର ଜୀବନ ନେବାକୁ ପ୍ରୟାସ। ବୟଫ୍ରେଣ୍ଡ ସହ କଥା ହେବାବେଳେ ସ୍ୱାମୀ ଦେଖିଦେବାରୁ ସ୍ୱାମୀକୁ ବିଷ ଦେଇଦେଲା ସ୍ତ୍ରୀ। ଏନେଇ ଅଭିଯୋଗ କରିଛନ୍ତି ପିଡିତଙ୍କ ବଡ଼ ଭଉଣୀ। ଉତ୍ତରପ୍ରଦେଶ ମୁଜାଫର ନଗରରୁ ଆସିଛି ଏପରି ଛାତିଥରା ଘଟଣା। 

ଅଧିକ ପଢନ୍ତୁ: ପ୍ରେମକରି ଶାରୀରିକ ସଂପର୍କ ରଖିବା ପରେ ସବୁ ଭୁଲିଗଲେ ଏସଆଇ ବାବୁ

ଅଭିଯୋଗ ମୁତାବକ। ୨ବର୍ଷ ପୂର୍ବେ ମୁଜାଫରନଗରର ଅନୁଜ ଶର୍ମା ଗାଜିଆବାଦର ସାନ୍ନୋ ଓରଫ ପିଙ୍କିଙ୍କ ସହ ହୋଇଥିଲା ବିବାହ । ତେବେ ବିବାହ ପୂର୍ବରୁ ପିଙ୍କିର ଅନ୍ୟ ଏକ ପୁଅ ସହିତ ସମ୍ପର୍କ ଥିଲା। ହେଲେ ବିବାହ ପରେ ମଧ୍ୟ, ପିଙ୍କି ତା ସହ ଫୋନରେ କଥା ହେଉଥିଲେ, ଯାହାକୁ ଅନୁଜ ପସନ୍ଦ କରୁନଥିଲେ। ଦିନେ ସେ ପିଙ୍କିର ହାତରୁ ମୋବାଇଲ୍ ଛଡ଼ାଇ ନେଇଥିଲେ। ଆଉ ସେ ପିଲା ସହ ପିଙ୍କି କରିଥିବା କଥାବର୍ତ୍ତା ଓ ମେସେଜ୍ ସବୁକୁ ଦେଖିନେଇଥିଲେ। ପରେ ଉଭୟଙ୍କ ଭିତରେ ଜୋରସୋର ଝଗଡ଼ା ହେବାସହ ପିଙ୍କି ତାଙ୍କ ବାପଘରକୁ ଚାଲିଯାଇଥିଲେ।

Advertisment

ତେବେ କିଛିଦିନ ପରେ ପିଙ୍କି ଅନୁଜଙ୍କୁ କ୍ଷମା ମାଗିବା ସହ ତାଙ୍କ ସହ ରହିବାକୁ ଅନୁରୋଧ କରି ପୁଣିଥରେ ଶାଶୁ ଘରକୁ ଫେରିଥିଲେ। ହେଲେ ଏଥର ସେ ଅନୁଜଙ୍କୁ ସବୁଦିନ ପାଇଁ ମାରିଦେବାକୁ ଚାହୁଁଥିଲେ। ଆଉ ତାଙ୍କ କଫିରେ ବିଷ ମିଶାଇ ପିଆଇ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ଅନୁଜଙ୍କ ଭଉଣୀ। ତେବେ କଫି ପିଇ ଅନୁଜ ଗୁରୁତର ହେବାପରେ ତାଙ୍କୁ ମିରଟର SDS ଗ୍ଲୋବାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅନ୍ୟପଟେ ପିଙ୍କି ଅଭିଯୋଗ ଆଣିଛନ୍ତି, ବାହାଘରର ୨ ବର୍ଷ ହୋଇଯାଇଥିଲେ ମଧ୍ୟ ଅନୁଜ ତାଙ୍କ ସହ ମାତ୍ର ୨ଥର ସମ୍ପର୍କ ରଖିଥିଲେ। ତେଣୁ ତାଙ୍କ ଭିତରେ ସବୁବେଳେ ଝଗଡ଼ା ହେଉଥିଲା। ତେବେ କଫିରେ ବିଷ ମିଶାଇଦେବା କଥାକୁ ସେ ଅସ୍ୱୀକାର କରିଛନ୍ତି। ତେବେ ଏନେଇ କୋତବାଲୀ ଖତୌଲି ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି। ଆଉ ପୋଲିସ ଏହାର ତଦନ୍ତ କରୁଛି। 

Advertisment

ଅଧିକ ପଢନ୍ତୁ: ସ୍ତ୍ରୀକୁ ମାରି ସୁଟକେସରେ ରଖିଲା, ଘରକୁ ଫେରି ବିଷ ପିଇଲା ଅଭିଯୁକ୍ତ

Extramarital Affair
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ