Advertisment

ଅନ୍ଧ କରିଦେଲା ପୁତ୍ର ମୋହ, ପର ହୋଇଗଲା ନିଜ କଅଁଳ ଶିଶୁକନ୍ୟା

ଯେତେଦିନ ଯାଏଁ ସେ ଗର୍ଭରେ ଥିଲା...ମାତୃତ୍ୱର ଉଷ୍ମ ସ୍ପର୍ଶ ପାଇ ବେଶ ସୁରକ୍ଷିତ ଥିଲା...ହେଲେ ସିଏ କ’ଣ ଜାଣିଥିଲା ଦୁନିଆରେ ପାଦ ଥାପୁ ଥାପୁ, ତାକୁ ବି ଯେ ଅପରାଧୀଙ୍କ ଶୀକାର ହେବାକୁ ପଡ଼ିବ ବୋଲି

undefined

Stealing Infant Boy

Advertisment

ଅନ୍ଧ କରିଦେଲା ପୁତ୍ର ମୋହ । ପର ହୋଇଗଲା ନିଜ କଅଁଳ ଶିଶୁକନ୍ୟା । ସେହି କନ୍ୟାକୁ ଛାଡ଼ି ଶେଷରେ ଅନ୍ୟର ଶିଶୁପୁତ୍ରକୁ ମେଡ଼ିକାଲରୁ ନେଇଗଲେ ଦମ୍ପତ୍ତି । ସଭ୍ୟ ସମାଜକୁ ଲଜ୍ଜିତ କଲା ଭଳି ଏବଂ ପ୍ରତ୍ୟେକ ବାପା, ମା’ଙ୍କୁ ଭୟଭୀତ କଲା ଭଳି ଚାଞ୍ଚଲ୍ୟକର ଘଟଣା, ଆଜି ବାଲେଶ୍ବରରେ ଦୋହଲାଇ ଦେଇଛି। ତା’ସହ ମେଡ଼ିକାଲ୍ ପରିସରରେ ଢ଼ିଲା ସୁରକ୍ଷା ବ୍ୟବସ୍ଥାର ପୋଲ୍ ଖୋଲିଥିବାବେଳେ ଘଟଣାରେ ଅଭିଯୁକ୍ତ ଦମ୍ପତ୍ତିଙ୍କୁ ଗିରଫ କରିଛି ପୋଲିସ।

Advertisment

ଯେତେଦିନ ଯାଏଁ ସେ ଗର୍ଭରେ ଥିଲା...ମାତୃତ୍ୱର ଉଷ୍ମ ସ୍ପର୍ଶ ପାଇ ବେଶ ସୁରକ୍ଷିତ ଥିଲା...ହେଲେ ସିଏ କ’ଣ ଜାଣିଥିଲା ଦୁନିଆରେ ପାଦ ଥାପୁ ଥାପୁ, ତାକୁ ବି ଯେ ଅପରାଧୀଙ୍କ ଶୀକାର ହେବାକୁ ପଡ଼ିବ ବୋଲି...ମାତ୍ର ସପ୍ତାହେ ତଳେ ମା’ର ଗର୍ଭ ଛାଡ଼ି କୋଳକୁ ଆସିଥିବା ଶିଶୁ ପୁତ୍ରଟିଏ ଯେ ବ୍ୟବସ୍ଥାର ଭେଦ ଭିତରେ ଛନ୍ଦି ହୋଇଯିବ, ତାହା ସେ ଜାଣିନଥିଲା । କିନ୍ତୁ ଭାଗ୍ୟ ଟାଣ । ଆଜି ବର୍ତ୍ତିଯାଇଛି ସେ, ସୁରକ୍ଷିତ ଭାବେ ମା’ କୋଳକୁ ଫେରିଆସିଛି । ବାଲେଶ୍ୱର ସହରର ସେହି ନବଜାତ ଶିଶୁପୁତ୍ର ଘଟଣା, ଯାହାକୁ ନେଇ ହୁଲସ୍ତୁଲ ହୋଇଛି ଚତୁର୍ଦ୍ଦିଗ । ୨୪ ଘଣ୍ଟା ମଧ୍ୟରେ ସର୍ଚ୍ଚ ଅପରେସନ କରି ଏହି ଶିଶୁପୁତ୍ରକୁ ଆଜି ଉଦ୍ଧାର କରିଛି ପୋଲିସ। ଆଉ ବାପା ସୁଶାନ୍ତ ବାରିକ ଏବଂ ମା’ ଟିକିଲିରାଣୀ ବାରିକଙ୍କୁ ହସ୍ତାନ୍ତର କରିଛି ।

ବାଲିଆପାଳ ଆଠବାଟିଆର ସୁଶାନ୍ତ ବାରିକ ଓ ପତ୍ନୀ ଟିକିଲିଙ୍କ ଔରସରୁ ଗତ ୨୮ ତାରିଖରେ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନ୍ମନେଇଥିଲା ଏହି ଶିଶୁପୁତ୍ରଟି । ତେବେ ଶିଶୁଟିକୁ ଜଣ୍ଡିସ ବାହାରିବାରୁ ଗତ ୨ ତାରିଖରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗର SNCUରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଦୁର୍ଯୋଗ, ଗୁରୁବାର ମଧ୍ୟାହ୍ନରୁ ଗାୟବ ହୋଇଗଲା ଶିଶୁପୁତ୍ରଟି । ବହୁ ଖୋଜାଖୋଜି ଓ କର୍ମଚାରୀଙ୍କୁ ପଚରା ଉଚରା ପରେ ବି ପିଲାର ସନ୍ଧାନ ମିଳିନଥିଲା। ଏହାପରେ ବାଲେଶ୍ୱର ପୋଲିସ ଏକ ଟେକ୍ନିକାଲ୍ ଟିମ୍ ଗଠନ କରି ୨୪ ଘଣ୍ଟା ଭିତରେ ରେଣୁମା ଦୁର୍ଗାଦେବୀ ଗାଁରୁ ଶିଶୁପୁତ୍ରକୁ ଉଦ୍ଧାର କରିଛି । ତଦନ୍ତରୁ ଜଣାପଡ଼ିଥିଲା, ଶିଶୁକନ୍ୟାକୁ ମେଡ଼ିକାଲରେ ଛାଡ଼ି ଏହି ଶିଶୁପୁତ୍ରକୁ ଚୋରି କରାଯାଇଛି । ଯାହାର ଚିତ୍ର କଏଦ ହୋଇଛି ବାଲେଶ୍ୱର ମେଡ଼ିକାଲ ନିକଟ ଔଷଧ ଦୋକାନରେ ଲାଗିଥିବା ଏକ ସିସିଟିଭିରେ । ଜଣେ ମହିଳା ଶିଶୁଟିକୁ ଧରି ଅତି ତରବରିଆ ଭାବେ ଖସିଯାଉଛି । ଆଉ ମେଡିକାଲରୁ ନେବା ପରେ ନିକଟ ଏକ ଔଷଧ ଦୋକାନର ବ୍ୟବସାୟୀଙ୍କୁ ମୋବାଇଲ୍ ମାଗି ସ୍ୱାମୀଙ୍କୁ ଫୋନ୍ କରିଛି । ଏହି ସିସିଟିଭି ଆଧାରରେ ହିଁ ଅଭିଯୁକ୍ତ ମହିଳାକୁ ଧରିଛି ପୋଲିସ୍ ।

Advertisment

ତେବେ କେଉଁ ପରିସ୍ଥିତିରେ ମହିଳା ଜଣକ ଅନ୍ୟର ନବଜାତ ପୁତ୍ରକୁ ଧରି ଖସିବାରେ ସକ୍ଷମ ହେଲା ? ମେଡ଼ିକାଲରେ ନିଯୁକ୍ତ ସୁରକ୍ଷାକର୍ମୀ କିମ୍ବା SNCU ଡ୍ୟୁଟିରେ ଥିବା କର୍ମଚାରୀ କେମିତି ଜାଣିପାରିଲେ ନାହିଁ ? କୁହାଯାଉଛି, ବାଲେଶ୍ୱର ମେଡ଼ିକାଲରେ ଲାଗିଥିବା ସମସ୍ତ ସିସିଟିଭି ଅଚଳ ରହିଛି । ତେବେ ରାଜ୍ୟର ମେଡିକାଲ ଗୁଡ଼ିକରୁ ବାରମ୍ବାର ପିଲା ଚୋରି ଅଭିଯୋଗ ସାମ୍ନାକୁ ଆସୁଥିଲେ ବି ବାଲେଶ୍ୱର ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ବେପରୱା ମନୋଭାବ କାହିଁକି ?

Balasore Govt Hospitals
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ